
ପେଟରେ ଅଲସର୍ ( Stomach Ulcer )କାହିଁକି ହୁଏ? ଜଣନ୍ତୁ Dr APARNA C…
ଅଲସର୍ ମାନେ କ୍ଷତ ବା ଘା। ଖାଦ୍ୟ ନଳୀ ବା ପାକସ୍ଥଳୀରେ ଘା ହେବାକୁ ଅଲସର୍ ବୋଲି କୁହାଯାଏ। ଏହାକୁ ପେପଟିକ୍ ଅଲସର୍ ଡିଜିଜ୍ ବୋଲି ମଧ୍ୟ କୁହା ଯାଇଥାଏ। ଏହାର ଚିକିତ୍ସା ଠିକ୍ ସମୟରେ କରିବା ଆବଶ୍ୟକ। ନଚେତ୍ ଏହି କ୍ଷତ ବଡ ହୋଇ କ୍ୟାନ୍ସର ହେବାର ସମ୍ଭାବନା ଖୁବ୍ ଅଧିକ। ତେଣୁ ଶରୀରରେ ଅଲସର୍ ର ଲକ୍ଷଣ ଦେଖାଯିବା ମାତ୍ରେ ଡେରି ନ କରି ଡ଼ାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
ଅଲସର୍ ହେଲେ କି କି ଲକ୍ଷଣ ଦେଖା ଯାଇଥାଏ:-ତେବେ ଯେଉଁ ସ୍ଥାନରେ ଅଲସର୍ ହୋଇଛି ସେହି ଅନୁସାରେ ଲକ୍ଷଣ ଦେଖା ଯାଇଥାଏ। ଅର୍ଥାତ୍ ଯଦି ଖାଦ୍ୟନଳୀରେ ଅଲସର୍ ହୋଇଛି ତେବେ ଖାଦ୍ୟ ଖାଇଲେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଯଦି ଖାଦ୍ୟନଳୀରେ ବଡ କ୍ଷତ ହୋଇଥାଏ ତାହାଲେ ରକ୍ତ ବାନ୍ତି ମଧ୍ୟ ହେଇଥାଏ। ଯଦି ପାକସ୍ଥଳୀରେ ଅଲସର୍ ହୁଏ ତେବେ ଖାଦ୍ୟ ଖାଇ ସାରିବା ପରେ ଖୁବ୍ ଯନ୍ତ୍ରଣା ହୋଇଥାଏ ଏହା ସହିତ କେତେକ କ୍ଷେତ୍ରରେ ରକ୍ତବାନ୍ତି ବା କଳା ଝାଡ଼ା ହୋଇପାରେ। ପାକସ୍ଥଳୀରେ ଅଲସର୍ ହେଲେ କ୍ୟାନ୍ସର ହେବାର ସମ୍ଭାବନା ସବୁଠୁ ଅଧିକ ରହିଥାଏ।ଅଲସର୍ ହେବାର କାରଣ:-ଅତ୍ୟଧିକ ଏସିଡ କାରଣରୁ ଏହା ହୋଇ ପାରେ। ଆପଣ ଯଦି ଅଧିକ ମାତ୍ରାରେ ପେନକିଲର ଓ ଆଣ୍ଟିବାୟୋଟିକ୍ ସେବନ କରୁଛନ୍ତି ତେବେ ଏହି ସମସ୍ୟା ହେବାର ବହୁତ୍ ଚାନ୍ସ ରହିଥାଏ। ଏଚ୍ ପାଇଲୋରି ସଂକ୍ରମଣ ପାଇଁ ମଧ୍ୟ ଏହି ସମସ୍ୟା ହେବାର ଆଶଙ୍କା ଯଥେଷ୍ଟ ଅଧିକ।
ଅଲସରର ପ୍ରକାରଭେଦ:-ଅଲସର୍ ଦୁଇ ପ୍ରକରର ଦେଖିବାକୁ ମିଳିଥାଏ। ଯଥା- ବିନାଇଙ୍ଗ ଅଲସର୍ ଓ ମାଲିଗନାଣ୍ଟ ଅଲସର୍। ତେବେ ମାଲିଗନାଣ୍ଟ ଅଲସର୍ କ୍ୟାନ୍ସର କରିଥାଏ।
ଅଲସର୍ ଚିହ୍ନିବା କେମିତି?ଯଦି ଆପଣଙ୍କୁ ରକ୍ତ ବାନ୍ତି କିମ୍ବା କଳା ଝାଡ଼ା ହେଉଛି ତେବେ ଜାଣିବେ ଯେ ଆପଣଙ୍କୁ ଅଲସର୍ହୋଇଛି। ଏହାଛଡା କେତେକ କ୍ଷେତ୍ରରେ ଏହାର ଲକ୍ଷଣ ପ୍ରକାଶ ପାଇ ନଥାଏ ସେହି କ୍ଷେତ୍ରରେ ଏଣ୍ଡୋସ୍କୋପି ମାଧ୍ୟମରେ ଟେଷ୍ଟ କରି ଦେଖା ଯାଇଥାଏ।
ଅଲସର୍ ଚିକିତ୍ସ କେମିତି ହୋଇଥାଏ?ତେବେ ପ୍ରଥମେ ଦେଖା ଯାଇଥାଏ କି ରୋଗୀକୁ କି ପ୍ରକାର ଅଲସର୍ ହୋଇଛି। ଏବଂ ଯେଉଁ ସ୍ଥାନରେ ଅଲସର୍ ହୋଇଛି ସେହି ଠାରୁ ମାଂସ ନେଇ ବାୟୋପ୍ସି କରାଯାଏ। ଏହା ଯଦି ମାଲିଗନାଣ୍ଟ ଅଲସର୍ ହୋଇଥାଏ ତେବେ ସର୍ଜରୀ କରିବାକୁ ପଡ଼ିଥାଏ। ଏହାଛଡା ରୋଗୀର ଲକ୍ଷଣ ଦେଖି ବିଭିନ୍ନ ଟେଷ୍ଟ କରି ଔଷଧ ମଧ୍ୟ ଦିଆ ଯାଇଥାଏ। ତେବେ ଏହି ରୋଗର ତୁରନ୍ତ ଚିକିତ୍ସ ହେବାର ଆବଶ୍ୟକତା ରହିଛି ନଚେତ୍ ଏହା ବଡ ସମସ୍ୟା ସୃଷ୍ଟି କରିପାରେ।
ଅଲସର୍ ହେବାକୁ ରୋକିବା କିପରି?ଏଥିପାଇଁ ସୁଷମ ଖାଦ୍ୟର ଆବଶ୍ୟକତା ରହିଛି। ଠିକ୍ ସମୟରେ ଖାଦ୍ୟ ଖାଇବା ଉଚିତ୍। ତେଲମସଲା ଆଦି ଖାଦ୍ୟକୁ ଆଦୌ ଖାଆନ୍ତୁ ନାହିଁ। ଫାଷ୍ଟଫୁଡ୍ ଖାଦ୍ୟ ମଧ୍ୟ ଖାଆନ୍ତୁ ନାହିଁ। ପେନକିଲର୍ ଓ ଆଲକୋହଲ ଠାରୁ ଦୂରେଇ ରୁହନ୍ତୁ। ନିୟମିତ ଏକ୍ସାସାଇଜ୍ ଓ ଯୋଗ ଅଭ୍ୟାସ କରନ୍ତୁ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।