ସବୁ ସମୟ ଖବର ସାଥିରେ

Viral ଭିଡ଼ିଓ- ଆଶ୍ଚର୍ଯ୍ୟ ଲାଗିଲେ ବି ସତ ! ପେଚା ଆସିଛି ମହାଲକ୍ଷ୍ମୀ ମନ୍ଦିର … ମନରେ ଭକ୍ତିଥିଲେ ଥରୁଟିଏ ଦେଖନ୍ତୁ ଭିଡ଼ିଓ..

0 4

ସୋସିଆଲ ମିଡ଼ିଆ ରେ ତ ଆପଣ ପ୍ରତିଦିନ ଅନେକ ଘଟଣା ସମ୍ପର୍କ ରେ ଅବଗତ ହେଉ ଥିବେ କିନ୍ତୁ ଆଜି ଏଭଳି ଏକ ଅଲୌକିକ ଘଟଣା ଦେଖିବାକୁ ମିଳୁଛି ଯାହା ସମସ୍ତଙ୍କୁ ଚକିତ କରିଛି। ଭିଡିଓଟି ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଆସନ୍ତୁ ଜାଣିବା କଣ ରହିଛି ଘଟଣା।

ତେବେ ଆପଣ ମାନେ ଜାଣିଥିବେ କି ଆଜି ହେଉଛି ମହା ପଞ୍ଚୁକ୍ ବ୍ରତର ଦ୍ୱିତୀୟ ଦିନ। ଆଉ ଆଜି ମା ଲକ୍ଷ୍ମୀଙ୍କ ମନ୍ଦିରରେ ଘଟିଛି ଏକ ଅଲୌକିକ ଘଟଣା ଯାହା ସମସ୍ତଙ୍କୁ ଚକିତ କରି ଦେଇଛି। ମା ଲକ୍ଷ୍ମୀ ମନ୍ଦିରରେ ଦେଖି ବାକୁ ମିଳିଛି ଏକ ବିରଳ ପ୍ରଜାତିର ପେଚା। ଯାହାକୁ ଦେଖି ଭକ୍ତ ଭାବବିହ୍ବଳ ହୋଇ ପଡିଛନ୍ତି। ତେବେ ଆପଣ ମାନେ ଜାଣିଥିବେ ଶାସ୍ତ୍ର ଅନୁଯାୟୀ ପେଚା ହେଉଛି ମାତା ଲକ୍ଷ୍ମୀ ଙ୍କ ବାହନ। ଆଉ ଆଗକୁ ଆସିବାକୁ ଯାଉଛି ମା ଲକ୍ଷ୍ମୀଙ୍କ ମାଣବସା। ଆଉ ଏହି ସମୟରେ ମା ଲକ୍ଷ୍ମୀଙ୍କ ମନ୍ଦିର ର ଦୁଆର ବନ୍ଧରେ ପେଚାକୁ ଦେଖି ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳୁଛି।

ତେବେ ଗତକାଲି ମାଙ୍କ ପହଡ଼ କରିବା ସମୟରେ ହଠାତ୍ ଏକ ପେଚା ଆସି ମାଙ୍କ ମନ୍ଦିରର ଗର୍ଭଗୃହ ଭିତରେ ପ୍ରବେଶ କରିଥିଲା। ଏହାପରେ ସେବାୟତ ମାନେ ପେଚାଟିକୁ ଦେଖି ଉଦ୍ଧାର୍ କରିଥିଲେ। ଏହାପରେ ପେଚାଟିିକୁ ମାଙ୍କ ଚରଣ ପାଖରେ ରଖି ମାଙ୍କ ଭୋଗ ଖାଇବା ପାଇଁ ଦିଆ ଯାଇଥିଲା। ତେବେ ଆଜି ମନ୍ଦିର ଖୋଲିବା ପରେ ପେଚାକୁ ଦେଖିବା ପାଇଁ ଶହ ଶହ ଭକ୍ତଙ୍କ ଭିଡ଼ ଜମି ଥିଲା। ଭକ୍ତ ମାନେ ମାଙ୍କୁ ଏବଂ ମାଙ୍କ ବାହନ ପେଚା ଦର୍ଶନ କରି ଭକ୍ତ ମାନେ ଖୁସିରେ ଖୁସିରେ ଘରକୁ ଯାଇଥିଲେ।

ତେବେ ଭକ୍ତ ମାନେ ମାଙ୍କ ବାହନକୁ ଦେଖିବାର ସୌଭାଗ୍ୟ ପାଇ ବେଶ୍ ଖୁସି ଥିବାର ନଜର ନଜର ଆସିଛନ୍ତି। ତେବେ ଏହା ଏକ ମହାନ୍ ଏବଂ ଅଲୌକିକ ଘଟଣା ବୋଲି କୁହା ଯାଉଛି କାରଣ ମାଙ୍କ ବାହନ ପୁଣି ମାଙ୍କ ମନ୍ଦିରର ପ୍ରବେଶ କରିବା ଏହା ଏକ ବଡ ଚମତ୍କାର ଛଡ଼ା ଆଉ କିଛି ନୁହେଁ। ତେବେ ପେଚାଟି ଆଗାମୀ ଦିନରେ କିଛି ଶୁଭ ସଂକେତ ଆଣି ଥାଇ ପାରେ ବୋଲି ସେବାୟତ ସୂଚନା ଦେଇଛନ୍ତି । ତେବେ ପେଚା ଦେଖିବା ଅତ୍ୟନ୍ତ ଶୁଭ ବିବେଚନା କରାଯାଏ। କାରଣ ପେଚା ମହାଲକ୍ଷ୍ମୀଙ୍କ ବାହନ ବୋଲି ପୌରାଣିକ କିମ୍ବଦନ୍ତୀ ରହିଛି । ମହାଲକ୍ଷ୍ମୀଙ୍କ ପାଦ ନିକଟରେ ପେଚା ରହିଥାଏ।ଏଣୁ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟରେ ଏହି ପେଚାକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏହି ଖବର ପ୍ରସାର ହେବା ପରେ ବହୁ ଦୂର ଦୁରାନ୍ତରୁ ଭକ୍ତ ମାନଙ୍କ ସୁଅ ଛୁଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।