ସବୁ ସମୟ ଖବର ସାଥିରେ

ଦେଖନ୍ତୁ Exclusive: ଭିଡିଓ-ପପୁ ପମପମ କହିଲେ ସେ ଝିଅଟି ଆମ ଘର ପାଖ ପିଲା !ଭଲ ରେଜଲ୍ଟ କଲେ ଆକ୍ଟିଙ୍ଗ କରେଇବି ବୋଲି କହିଥିଲେ ..ହେଲେ ସେ ଯାହା କଲା ..

0 12

ଦୁଇ ହଜାର ଷୋହଳରେ ହାସ୍ୟ ଅଭିନେତା ପପୁ ପମ ପମଙ୍କ ବିରୁଦ୍ଧରେ କାଷ୍ଟିଙ୍ଗ କାଉଚର ଅଭିଯୋଗ ଆସିଲା |ଜଣେ ନାବାଳିକା ତାଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆଣି ଥିଲେ |ଏବଂ ଅଭିଯୋଗକୁ ଆଧାର କରି ପୋଲିସର ତଦନ୍ତ ହେଲା ଓ ପପୁ ପମ ପମଙ୍କୁ ଜେଲ ମଧ୍ୟ ଯିବାକୁ ପଡିଲା |କିନ୍ତୁ ଦୁଇ ହଜାର ଷୋହଳଠୁ ଦୁଇ ହଜାର ବାଇଶି ପର୍ଯ୍ୟନ୍ତ ପପୁ ପମ ପମ ଗୋଟିଏ କଥାରେ ଥିଲେ ଯେ ସେ ନିର୍ଦୋଷ ବୋଲି |ଏବଂ ଏହି ନିର୍ଦେଶ ଏବେ ସାବ୍ୟସ୍ତ ହୋଇଛି ଓ କୋର୍ଟ ମଧ୍ୟ ଗତ କାଲି ତାଙ୍କୁ ନିର୍ଦୋଷ ବୋଲି କ୍ଲିନ ଚିଟ ଦେଇଛି |
ଛଅ ବର୍ଷ ଧରି ପପୁ ନିଜର ନ୍ୟାୟ ପାଇଁ ଆଇନକୁ ଭରସା କରିଥିଲେ ବୋଲି କହିଛନ୍ତି |ଯେତେବେଳେ ତାଙ୍କୁ ଯିଏ ବି ଯାହା ପଚାରିଛନ୍ତି ସେ କହିଛନ୍ତି କି ମୋର ନ୍ୟାୟାଳୟ ଉପରେ ଓ ଆଇନ ଉପରେ ଭରସା ଅଛି | ଏବଂ ସେ ସତ କହୁଛନ୍ତି ଓ ସେ ନିର୍ଦୋଷ ବୋଲି ସାବ୍ୟସ୍ତ କରି ସାରିଛନ୍ତି | ସେ ଝିଅ ଯିଏ ଅଭିଯୋଗ ଆଣିଥିଲେ ସେ କହିଛନ୍ତି କି ମୁଁ କିଛି ଅଫେୟାର ଦେଇ ନାହିଁ ବା କୌଣସି ଲିଖିତ ଅଭିଯୋଗ ମଧ୍ୟ କରି ନାହିଁ |

ଗୋଟିଏ ନାବାଳିକାକୁ ନେଇ ଯେତେବେଳେ କେସ ହେଲା ସେତେବେଳେ ସମସ୍ତେ ତାଙ୍କର ଚରିତ୍ର ଉପରେ ଆଙ୍ଗୁଳି ଉଠାଇ ଥିଲେ |କିନ୍ତୁ ଆଜି ସବୁ କ୍ଲିୟର ହୋଇଗଲା ବୋଲି କହିଛନ୍ତି | ତେବେ ଆଜି ଆମେ ଆପଣଙ୍କୁ ଜଣେଇବାକୁ ଚାହୁଁଚୁ କି ପପୁ କଣ କହିଛନ୍ତି ସେ ଝିଅ ବିଷୟରେ ଆସନ୍ତୁ ଜାଣିବା |

ସେ ନାବାଳିକା ଜଣକ ତାଙ୍କ ଘର ପାଖରେ ତାଙ୍କ ପରିବାର ସହିତ ରହୁ ଥିଲେ |ସେ ପିଲାଟି ସେତେବେଳେ ଦଶମ ଶ୍ରେଣୀରେ ପଢୁଥିଲା ଓ ପପୁ ପମ ପମଙ୍କୁ କହିଥିଲା ଆକ୍ଟିଙ୍ଗ କରିବ ବୋଲି | ପପୁ ତାଙ୍କୁ କହି ଥିଲେ କି ଯଦି ସେ ଦଶମରେ ଭଲ ରେଜଲ୍ଟ କରିବ ତାହେଲେ ସେ ଆକ୍ଟିଙ୍ଗ କଥା ବୁଝିବେ ବୋଲି କହିଥିଲେ |ଏବଂ ଏ ସବୁ ବିଷୟରେ ସେ ଝିଅର ମାଆ ବାପା ମଧ୍ୟ ଜାଣିଥିଲେ |ସେ ଝିଅଟି ଯେହେତୁ ତାଙ୍କ ଘର ପାଖରେ ରହୁଥିଲା ତ ଯିବା ଆସିବା ସମୟରେ ଫୋଟୋ ଉଠାଇବା ସହିତ କଥାବାର୍ତା କରୁଥିଲା |

କିନ୍ତୁ ହଠାତ ଏକ ଚେନଲରେ ସେ ଦେଖିବାକୁ ପାଇଲେ ଯେ ଦୁଇ ଜଣ ଝିଅ ମୁହଁରେ କଳା କପଡା ବାନ୍ଧି ଅଭିଯୋଗ କରୁଥିଲେ | ସେ ଝିଅ ମଧ୍ୟ ଅନ୍ୟ ଏକ ଚେନଲରେ ଅଭିଯୋଗ କରିଥିଲା | ପପୁ ପମ ପମ ଆହୁରି ମଧ୍ୟ କହିଛନ୍ତି କି ଜଜମେଣ୍ଟର ପେପେର ତାଙ୍କ ପାଖରେ ପହଂଚି ନାହିଁ ଯେତେବେଳେ ପହଂଚିବ ସେ ଜାଣି ପାରିବେ କି କିଏ କଣ ବୟାନ ଦେଇଛନ୍ତି |

ଏବଂ ସେ ସେତିକି ପର୍ଯ୍ୟନ୍ତ ସେ ସମୟ ମାଗିଛନ୍ତି | ସମସ୍ତ ପ୍ରମାଣ ପାଇ ସରିଲା ପରେ ସେ ଯୋଉଁ ମାନେ ତାଙ୍କ ବିରୁଦ୍ଧରେ ମିଛରେ ଚେନଲ ମାନଙ୍କରେ ଖରାପ କଥା କହୁଥିଲେ ସେମାନଙ୍କ ପାଇଁ ମାନ ହାନି ମକଦ୍ଦମା କରିବେ ବୋଲି କହିଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।