ସବୁ ସମୟ ଖବର ସାଥିରେ

ଦେଖନ୍ତୁ Viral ଭିଡ଼ିଓ –ପାକିସ୍ତାନୀର ସୁନ୍ଦରୀ ମଡେଲ ଦେଲେ ଅଫର ! ମ୍ୟାଚରେ ଭାରତକୁ ହରାଇ ଦିଅ ..ମୁଁ ତୁମକୁ ବାହାହେବି ,ନହେଲେ ମୋ ସହ…

0 78

ପାକିସ୍ତାନ ଅଭିନେତ୍ରୀଙ୍କ ଅଜବ ପ୍ରସ୍ତାବ। ତମେ ଯଦି ମ୍ୟାଚ୍ ରେ ଭାରତକୁ ହରାଇ ଦିଅ ତେବେ ମୁଁ ତମ ଦେଶର ଜଣେ ପୁଅକୁ ବାହା ହେବି। ଏମିତି ଏକ ଅଜବ ପ୍ରସ୍ତାବ ଦେଇ ଚର୍ଚ୍ଚାରେ ଜଣେ ପାକିସ୍ତାନ ଅଭିନେତ୍ରୀ। ହଁ ଆଜ୍ଞା ଏବେ ଟି-୨୦ ବିଶ୍ଵକପ ଚାଲିଥିବା ବେଳେ ଭାରତକୁ ହରାଇବା ପାଇଁ ଜିମ୍ବାୱେକୁ ଏମିତି ଏକ ଲୋଭନୀୟ ପ୍ରସ୍ତାବ ଦେଇଛନ୍ତି ପାକିସ୍ତାନ ଅଭିନେତ୍ରୀ ସେହାର ଶିନ୍ଵାରି।

ଆସନ୍ତା ୬ ରେ ଭାରତ ତାର ଶେଷ ମ୍ୟାଚ ରେ ଜିମ୍ବାୱେ କୁ ଭେଟିବ। ତେଣୁ ଏହି ମ୍ୟାଚରେ ଭାରତ ହାରିଯାଉ ବୋଲି ଚାହିଁଛନ୍ତି ସେହାର କାରଣ ଭାରତ ହାରିଗଲେ ପାକିସ୍ତାନ ସେମି ଫାଇନାଲ ମରେ ପ୍ରବେଶ କରିବ ବୋଲି ଏହି ଅଭିନେତ୍ରୀ ଆଶା ରଖିଛନ୍ତି। ତେଣୁ ମ୍ୟାଚ୍ ର ଦୁଇ ଦିନ ପୁର୍ବରୁ ସେ ଟୁଇଟ କରି ଏଭଳି କିଛି ପ୍ରସ୍ତାବ ଦେଇଛନ୍ତି। ସେ ଲେଖିଛନ୍ତି ପରବର୍ତ୍ତୀ ମ୍ୟାଚରେ ଯଦି ଜିମ୍ବାୱେ ଚମତ୍କାର କରି ଭାରତକୁ ପରାସ୍ତ କରେ ତେବେ ମୁଁ ଜଣେ ଜିମ୍ବାୱେ ନାଗରିକ ଙ୍କୁ ବିବାହ କରିବି।

ତେବେ ଚଳିତ ବିଶ୍ଵକପରେ ଜିମ୍ବାୱେ ପାକିସ୍ତାନ କୁ ହରାଇ ବଡ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ତେବେ ଏବେ ଏହି ଦଳ ଭରତକୁ ମଧ୍ୟ ହରାଇ ଦେଉ ବୋଲି ଚାହୁଁ ଛନ୍ତି ଏହି ପାକିସ୍ତାନୀ ଅଭିନେତ୍ରୀ ଜଣକ। ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚରେ ମଧ୍ୟ ସେ ବାରମ୍ବାର ଭାରତର ପରାଜୟ କାମନା କରି ଟୁଇଟ କରି ଚାଲିଥିଲେ। କିନ୍ତୁ ଶେଷରେ ନିରାଶ ହୋଇ ସୋସିଆଲ ମିଡିଆରେ ଟ୍ରୋଲ ର ଶୀକାର ମଧ୍ୟ ହୋଇଥିଲେ। ଏହା ସତ୍ତ୍ବେ ସେ ପୁଣିଥରେ ଗୁରୁବାର ଭାରତ ଓ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ କୁ ନେଇ ଏଭଳି ଏକ ଅଜବ ଟୁଇଟ୍ କରିଛନ୍ତି।

ତାଙ୍କର ଏହି ଭଳି ଟୁଇଟ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।ତାଙ୍କର ଏଭଳି ଟୁଇଟ୍ କୁ ହଜାରେ ରୁ ଅଧିକ ଲୋକେ ଲାଇକ କରିବା ସହ କେତେକ ଏହାକୁ ରି ଟୁଇଟ୍ ମଧ୍ୟ କରିଛନ୍ତି। ଏଥି ସହିତ ତାଙ୍କର ଏଭଳି ଟୁଇଟ୍ କୁ ନେଇ ସୋସିଆଲ ମିଡ଼ିଆରେ କିଛି ଲୋକେ ମଜାଦାର କମେଣ୍ଟ ମାଧ୍ୟମରେ ଟ୍ରୋଲ ମଧ୍ୟ କରିଛନ୍ତି। ଜଣେ ଟ୍ରୋଲ କରି ଲେଖିଛନ୍ତି କି ମୁଁ ତୁମ ପାଇଁ ଦୁଃଖିତ କାରଣ ଆପଣ ସାରା ଜୀବନ ଏକାଠି କେମିତି ରହିବେ।

ତେବେ ଟ୍ରୋଲ ହେବା ସହିତ ଗତକାଲି ଏହି ଅଭିନେତ୍ରୀ ଆଉ ଏକ ଟୁଇଟ୍ ମଧ୍ୟ କରିଛନ୍ତି। ସେଥିରେ ସେ ଲେଖିଥିଲେ ଯଦି ପାକିସ୍ତାନ ଟିମ୍ ଦକ୍ଷିଣ ଆଫ୍ରିକା କୁ ହରାଇ ଦିଏ ତେବେ ମୁଁ ବଙ୍ଗାଳୀ ବାବା ଯାଇ ଭାରତୀୟ ଟିମ୍ କୁ ଗୁଣି କରିଦେବି ଯାହା ଦ୍ଵାରା ସେମାନେ ଆଉ ଜିମ୍ବାୱେ ବିପକ୍ଷରେ ଜିତି ପାରିବେ ନାହିଁ। ଆଉ ଭାରତ ହାରିଲେ ପାକିସ୍ତାନ ଆପେ ଆପେ ସେମି ଫାଇନାଲକୁ ଚାଲି ଯିବ। ତେବେ ଦେଖିବାକୁ ବାକି ରହିଲା ଭାରତ ଓ ଜିମ୍ବାୱେ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ କେତେ ରୋମାଞ୍ଚକର ହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।