
ପାଦ ତଳେ ମାଟି ଉପରେ ଆକାଶ ଦେଇଛି ଯିଏ ,ପେଟ ଚାଖଣ୍ଡକୁ ଦି ଓଳି ଦି ମୁଠା ଦେଉଛି ସିଏ-ଦେଖନ୍ତୁ Video …
ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଆପଣ ମାନେ ଶୁଣିଲେ ଜାଣିପାରିବେ କି କିଭଳି ଭାବରେ ଗାଁ ପ୍ରତି ନିଜର ଭଲ ପାଇବା କୁ ଗୀତ ମାଧ୍ୟମରେ ପ୍ରକାଶ କରିକି ଆଜି ଏତେ ବଡ଼ ମ୍ୟୁଜିକ ଡିରେକ୍ଟର ହେଇପାରିଛନ୍ତି | ଆଉ ନିଜର ଗାଁ ପ୍ରତି ଓ ଲୋକ ମାନଙ୍କର ସାମାଜିକ ଦୁନିଆରେ ଘଟୁଥିବା ଘଟଣା କୁ ନେଇକି ସେ ଏମିତି କିଛି ଗୀତ ମାଧ୍ୟମରେ ଗୀତ ପ୍ରକାଶ କରିଛନ୍ତି | ଆଉ ତାଙ୍କର ଏହିଭଳି ନିଆରା ଢଙ୍ଗ ରେ ପ୍ରସ୍ତୁତ କରାଯାଇଥିବା ଗୀତ ଗୁଡିକ ଦର୍ଶକ ମାନଙ୍କର ମନକୁ ମଧ୍ୟ ବେଶ ଛୁଇଁଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେ ନିଜ ର ଏହିଭଳି ମ୍ୟୁଜିକ କେରିୟର ବିଷୟରେ କଣ କହିଛନ୍ତି ସେ ବିଷୟରେ ଜାଣିବା |
ତେବେ ସୂଚନା ଅନୁସାରେ ବିନୋଦ ବିହାରୀ ବେହେରା ଥିଲେ ଜଣେ ବହୁତ ବଡ଼ ମ୍ୟୁଜିକ ଡିରେକ୍ଟର, ଆଉ ଯିଏ କି ଗାଁ କୁ ବହୁତ ଭଲ ପାଉଥିଲେ ଓ ଗାଁ ର ଲୋକ ମାନଙ୍କୁ ବହୁତ ଭଲ ପାଉଥିଲେ | ଆଉ ଯେଉଁଥିପାଇଁ ସେ ଗାଁ ର ସୌନ୍ଦର୍ଯ୍ୟ କୁ ଦେଖିକି ମଧ୍ୟ ଅନେକ ଗୀତ ପ୍ରକାଶ କରିଛନ୍ତି | ତେବେ ତାଙ୍କର ଗୋଟିଏ ଗୀତ ହେଉଛି” ଦି ଅଳି ଦି ମୁଠା ” ଯାହାକି ଭଗବାନ ଙ୍କ ଉଦେଶ୍ୟ ରେ ଏହି ଗୀତ ଟି ପ୍ରକାଶ ପାଇଛି | ଆଉ ସକାଳେ ଉଠିଲେ ଭଗବାନ ଙ୍କ ନାଁ ନେଇକି କିଭଳି ଭାବରେ ନିଜର ଦିନ ଆରମ୍ଭ କରନ୍ତି ସେ ବିଷୟରେ ପ୍ରକାଶ ପାଇଛି ଗୀତଟି |
ଆଉ ଯେଉଁ ଗୀତଟିକୁ ଲେଖିଛନ୍ତି ଓମ ପ୍ରକାଶ ଲେଙ୍ଗା ଆଉ ଯାହାକୁ ଗାଇଛନ୍ତି ଆମ ଯୁବ ପିଢ଼ି ମାନଙ୍କର ଅତି ପ୍ରିୟ ସନ୍ଦୀପ | ତେବେ ଯାହା କୁହାଯାଇଛି କି ଲଗ ଡାଉନ ସମୟରେ ଯେତେବେଳେ ମ୍ୟୁଜିକ ଜଗତ ଭୁଷୁଡ଼ି ପଡିଥିଲା ସେତେବେଳେ ବିନୋଦ ଭାଙ୍ଗି ପଡି ନ ଥିଲେ | ଆଉ ତାଙ୍କର କହିବା ଅନୁସାରେ ଅର୍ପଣ ଚେନାଲ ମାଧ୍ୟମରେ ସେ ପ୍ରକାଶ କରିଥିଲେ ଗୋଟିଏ ନୂଆ ଦିଗଦର୍ଶନ ଲୋକ ମାନଙ୍କ ପାଇକି ତାହା ହେଉଭୁଜି ଜୀବନ ଆମର ଦାୟିତ୍ୱ ଆମର |
ତାହା ବ୍ୟତୀତ ଅରୁଣ ମନ୍ତ୍ରୀ ଙ୍କ ଦ୍ୱାରା ଗୀତ ଟି ଲେଖା ଯାଇଥିଲା ଆଉ ଯେଉଁଥିରେ କୁହାଯାଇଥିଲା କି ଆଜି କାଲି ଗାଁ ରେ ବୋହୂ ମାନେ ଦେଢ଼ ସୁର ଙ୍କ ଆଗରେ ମୁଣ୍ଡରେ ଓଢଣୀ ଦେଉ ନାହାନ୍ତି | ତାହା ବ୍ୟତୀତ ଆଜି ପୁଅ ମାନେ ଆଉ ଗାଁ ରେ ରହୁନାହାନ୍ତି ସହରରେ ରହୁଥିବା କଥା କହିଛନ୍ତି | ତେବେ ବିନୋଦ କହିଛନ୍ତି କି ସେ ଗାଁ ରେ ରହିଥାନ୍ତେ କିନ୍ତୁ ଗାଁ ରେ ତାଙ୍କର କେରିୟର ଗଢ଼ି ପାରି ନ ଥିଲେ ଆଉ ଯେଉଁଥିପାଇଁ ସେ ଭୁବନେଶ୍ୱର ଯାଇଥିଲେ | ଆଉ ତାଙ୍କର ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।