
ଓଁ ନମଃ ଶିବାୟ ||ମହାବିନାୟକ ପୀଠରେ ଦେଖାଦେଲେ ଧଳା ନାଗ ସାପ ଏମିତି ରୂପ ଭାଗ୍ୟରେ ଥିଲେ ଦେଖିବାକୁ ମିଳେ ଦେଖିବାକୁ ଭକ୍ତଙ୍କ ଭିଡ : ଦେଖନ୍ତୁ ଭିଡିଓ…
ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଭାରତରେ ବହୁତ ରହସ୍ୟମୟ ଗାଥା ରହିଛି, ଯାହା ସମସ୍ତଙ୍କୁ ଅଛପା ରହିଥାଏ। ଆଉ ଏମିତି ରହସ୍ୟମୟ କଥା ହୋଇଥାଏ ଯେ ଶୁଣିଲା ମାତ୍ରେ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି। ତେବେ ଆମ ଭାରତ ରେ ଏମିତି ଅନେକ ରହସ୍ୟ ମୟ ସ୍ଥାନ ରହିଛି ଯାହା ବିଷୟରେ ଜାଣିବା ପାଇଁ ଏବଂ ଦେଖିବା ପାଇଁ ଲୋକ ମାନେ ଆଗ୍ରହ ପ୍ରକାଶ କରି ଥାଆନ୍ତି।
ଆମ ଭାରତ ରେ ଓଡ଼ିଶା କୁ ମନ୍ଦିର ର ଗନ୍ତାଘର ବୋଲି ବିବେଚନା କରାଯାଏ। ଯାହାକୁ ଦେଖିବା ପାଇଁ ବାହାରୁ ଅନେକ ଲୋକ ଆସି ଦର୍ଶନ କରି ଥାଆନ୍ତି। ଆମ ଭାରତ ର ବିଭିନ୍ନ ସ୍ଥାନରେ ହଜାର ହଜାର ମନ୍ଦିର ରହିଛି। ପ୍ରତ୍ୟେକ ଦେଶରେ ନିଜ ନିଜର ମନ୍ଦିର ର ସ୍ୱତନ୍ତ୍ରତା ପାଇଁ ନିଜ ଦେଶ ପ୍ରସିଦ୍ଧ ହୋଇ ରହିଥାଏ।
ପ୍ରାୟ କରି ଶିବ ମନ୍ଦିର ରେ ବହୁତ କିଛି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଥାଏ। ଯାହା ଆପଣ ମାନେ ନିହାତି ଭାବରେ କେଉଁଠି ନା କେଉଁଠି ଦେଖିଥିବେ। ତେବେ ଶିବ ପୀଠର ମହିମା ଦେଖି ପ୍ରାୟ ଲୋକ ଭକ୍ତି ରେ ଦର୍ଶନ କରିବାକୁ କାହିଁ କେତେଦୂର ରୁ ଯେ ଧାଇଁ ଆସିଥାନ୍ତି। ତେବେ ପୁଣି ଶିବ ପୀଠରେ ସେହିଭଳି ଏକ ଅଲୌକିକ ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଏଭଳି ଏକ ଅଲୌକିକ ଦୃଶ୍ୟ ଓଡ଼ିଶା ର ଯାଜପୁର ଜିଲ୍ଲା ର ବଡ଼ ଚଣା ବ୍ଲକ୍ ଅନ୍ତର୍ଗତ ଏକ ପ୍ରସିଦ୍ଧ ଶିବ ପୀଠ ମହା ବିନାୟକ ମନ୍ଦିର ରେ ଦେଖିବା ପାଇଁ ମିଳିଛି।
ତେବେ ସେହି ଶିବ ପୀଠରେ ଏକ ରୋମାଞ୍ଚକର ଦୃଶ୍ୟ ଦେଖିବା ପାଇଁ ମିଳିଛି ଯାହାକି ସେହି ଶିବ ପୀଠରେ ଏକ ବିରଳ ପ୍ରଜାତି ର ସାପ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ ସେହି ଶିବ ପୀଠ ରେ ଏକ ଧଳା ରଙ୍ଗ ର ନାଗ ସାପ ଲୋକ ମାନେ ଦେଖିବାକୁ ପାଇଥିଲେ। ସେହି ଧଳା ରଙ୍ଗ ର ନାଗ ସାପ ଗୋଟିଏ ଗଛ ରୁ ବାହାରି ଚଳ ପ୍ରଚଳ କରୁଥିବାର ଦେଖିବାକୁ ମିଳିଥିଲା। ଯାହାକି ସେହି ମନ୍ଦିର କୁ ଦର୍ଶନ କରିବାକୁ ଆସିଥିବା ଭକ୍ତ ମାନେ ଦେଖିବାକୁ ପାଇଥିଲେ। ତେବେ ନାଗ ସାପ କୁ ଶିବ ଙ୍କର ପ୍ରତ୍ୟକ୍ଷ ରୂପ ବୋଲି ବିବେଚନା କରାଯାଏ ଏବଂ ଧଳା ରଙ୍ଗ ର ପ୍ରଜାତି ର ସାପ ଖୁବ କମ୍ ଦେଖିବା ପାଇଁ ମିଳିଥାଏ।
ଏଣୁ ସେହି ସାପ କୁ ଦେଖିବା ପାଇଁ ପ୍ରବଳ ଭିଡ଼ ଲାଗି ରହିଥିଲା। ତେବେ ଆଜିକାଲି ଯୁଗରେ ଜଙ୍ଗଲ କାଟି ସଫା କରି ଦେବାରୁ ଏଭଳି ପ୍ରାଣୀ ବହୁତ କମ୍ ଦେଖିବାକୁ ମିଳୁଛନ୍ତି। ଏଣୁ ଏହି ଧଳା ରଙ୍ଗର ନାଗ ସାପ କୁ ଦେଖି ଅନେକ ଲୋକ ଖୁସି ହୋଇ ଯାଇଥିଲେ ଏବଂ ଭକ୍ତ ମାନଙ୍କର ଭିଡ଼ ଲାଗି ରହିଥିଲା। ତେବେ ଏହି ସାପଟିକୁ କେହି ଜଣେ ଫୋଟ ଉଠାଇ ସୋସିଆଲ ମିଡ଼ିଆରେ ସେୟାର କରିଛି ଯାହା ଖୁବ୍ ଚର୍ଚ୍ଚା ର ବିଷୟ ପାଲଟିଛି।