ସବୁ ସମୟ ଖବର ସାଥିରେ

ଓଡ଼ିଶାରେ ଗୀତ ଗାଇଲେ Govinda, ଦେଖିଲେ ନିଜକୁ ସମ୍ଭାଳି ପାରିବେନି…ମାତ୍ର 4 ଘଣ୍ଟାରେ 1248k ରୁ ଅଧିକ ଲୋକ ଦେଖି ସାରିଲେଣି…

0 19

ବଲିଉଡ୍ ହିରୋ ନଂ ୱାନ ଗୋବିନ୍ଦା ଏବେ ଓଡ଼ିଶାରେ ହିନ୍ଦୀ ଗୀତକୁ ଗାଇ ଖୁବ୍ ଚର୍ଚ୍ଚାରେ। ତେବେ ଆପଣମାନେ ବଲିଉଡର ଏହି ଅଭିନେତାଙ୍କୁ ନିଶ୍ଚିତ ଭାବେ ଜାଣିଥିବେ। ଏହି ଅଭିନେତାଙ୍କ ପ୍ରକୃତ ନାମ ହେଉଛି ଗୋବିନ୍ଦ ଅରୁନ୍ ଆହୁଜା। କିନ୍ତୁ ସେ ଗୋବିନ୍ଦା ନାରେ ବେଶ୍ ଲୋକପ୍ରିୟ।୧୯୮୬ ମସିହାର ‘ଇଲଜାମ’ କଥାଚିତ୍ରରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଗୋବିନ୍ଦା।
ଶତାଧିକ ବଲିଉଡ ସିନେମାରେ କାମ କରି ବେଶ୍ ଲୋକପ୍ରିୟ ହୋଇ ପାରିଛନ୍ତି ଗୋବିନ୍ଦା। ଅନେକ ଥର ଶ୍ରେଷ୍ଠ ଅଭିନେତାର ଆୱାର୍ଡ଼ ମଧ୍ୟ ପାଇଛନ୍ତି ଗୋବିନ୍ଦା। ସବୁ ପ୍ରକାର ଚରିତ୍ରକୁ ଅତି ସୁନ୍ଦର ଭାବେ ପ୍ରତିପାଦନ କରିଥାନ୍ତି ଗୋବିନ୍ଦା। କେବଳ ଅଭିନୟ କ୍ଷେତ୍ର ନୁହେଁ ରାଜନୀତି କ୍ଷେତ୍ରର ମଧ୍ୟ ବେଶ୍ ଜଣାଶୁଣା ଅଭିନେତା ଗୋବିନ୍ଦା।ଗୋବିନ୍ଦା କଂଗ୍ରେସ ଦଳ ତରଫରୁ ମହାରାଷ୍ଟ୍ରର ଉତ୍ତର ମୁମ୍ବାଇ ନିର୍ବାଚନ ମଣ୍ଡଳୀର ସପ୍ତମ ସାଂସଦ ରୂପେ ନିର୍ବାଚିତ ହୋଇଥିଲେ।ସବୁ ସମୟରେ ହସିବାକୁ ପସନ୍ଦ କରୁଥିବା ଗୋବିନ୍ଦା ଅନ୍ୟ ମାନଙ୍କୁ ହସାଇବାରେ ମଧ୍ୟ ଖୁବ୍ ମାହିର। ଅଭିନୟ ଜୀବନକୁ ହେଉ କିମ୍ବା ବ୍ୟକ୍ତିଗତ ଜୀବନକୁ ହେଉ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି ଏହି ଲୋକପ୍ରିୟ ଅଭିନେତା ଗୋବିନ୍ଦା। ତେବେ ଯଦି ଆମ ଓଡ଼ିଶା କଥା ଦେଖିବା ଓଡ଼ିଶା ସହ ତାଙ୍କର ସମ୍ପର୍କ ବହୁ ପୁରୁଣା। ଗତ କିଛି ବର୍ଷ ହେବ ସେ ଲଗାତର କୌଣସି ନା କୌଣସି କାମରେ ଓଡ଼ିଶା ଆସୁଛନ୍ତି।

ତେବେ ସୂଚନା ମୁତାବକ ଓଡ଼ିଶାରେ ହିନ୍ଦୀ ଗୀତ ଗାଇଛନ୍ତି ଗୋବିନ୍ଦା।ଅଭିନୟ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତି ପାଦନ କରି ଥିବା ବେଳେ ନିଜକୁ ସଂଗୀତ କ୍ଷେତ୍ରରେ ସାମିଲ କରିଛନ୍ତି ହିରୋ ନଂ ୱାନ ଗୋବିନ୍ଦା । ଓଡ଼ିଶାର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥଙ୍କ ସ୍ୱର ସଂଯୋଜନାରେ ସେ ଭୁବନେଶ୍ୱରରେ ଗୀତ ଗାଇଛନ୍ତି । ଗୋବିନ୍ଦା ନିଜେ ଗୀତ ଗାଇବା ସହ ନିଜେ ଗୀତ ମଧ୍ୟ ଲେଖିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଗୀତଟି ସମ୍ପୂର୍ଣ୍ଣ ହେଲା ପରେ ଏଥିରେ ଅଭିନୟ କରିବେ ସମସ୍ତଙ୍କର ପ୍ରିୟ ବଲିଉଡ କଳାକାର ତଥା ଅନେକ ଫିଲ୍ମରେ ଗୋବିନ୍ଦାଙ୍କ ଯୋଡ଼ି ଥିବା ଶକ୍ତି କପୁର।ତେବେ ଏହି ଗୀତରେ ଓଡ଼ିଅ ଅଭିନେତ୍ରୀଙ୍କୁ ମଧ୍ୟ ଏଥିରେ ସାମିଲ କରା ଯାଇ ପାରେ। ସମ୍ପୂର୍ଣ୍ଣ ଗୀତ ଟିକୁ ଓଡ଼ିଶାରେ ହିଁ ସୁଟିଂ କରା ଯିବ ବୋଲି ସୂଚନା ମିଳିଛି।

ତେବେ ଜଣେ ସଫଳ ଅଭିନେତାରୁ ରାଜନେତା ହୋଇ ଖୁବ୍ ଖ୍ୟାତି ଅର୍ଜନ କରିଥିବା ଗୋବିନ୍ଦା ଏବେ ଗୀତିକାର ଭାବେ ନିଜର ପାରଦର୍ଶୀତା ପ୍ରତିପାଦନ କରିଛନ୍ତି।ଓଡ଼ିଶାର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଗୁଡଲି ରଥଙ୍କ ସ୍ୱର ସଂଯୋଜନାରେ ନିଜ ଗୀତକୁ ଲେଖି ନିଜେ ଗୀତକୁ ଗାଇ ଗୋବିନ୍ଦା ଖୁବ୍ ଖୁସି ଥିବାର କହିଛନ୍ତି। ଦର୍ଶକ ଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି ଗୋବିନ୍ଦାଙ୍କ ଗୀତ। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।