
Big Breaking News- ଓଡିଶା ଛାତ୍ରଛାତ୍ରୀଙ୍କୁ ବଡ଼ ଝଟକା ଧୋକା ଦେଲା ଆନ୍ଧ୍ର B.Ed, ଜାଣନ୍ତୁ କ’ଣ ଆସିଲା ନୂଆ ନିୟମ…ଶୁଣିଲେ ହୋସ ଉଡିଯିବ
ଧୋକା ଦେଲେ ଆନ୍ଧ୍ର ବି.ଏଡ୍। ଓଡ଼ିଶାର ଛାତ୍ର ଛାତ୍ରୀଙ୍କୁ ଠକି ଦେଲା ଆନ୍ଧ୍ର ବି.ଏଡ୍ । ଆନ୍ଧ୍ର ସରକାରଙ୍କ ନୂଆଁ ନିୟମ। ଏଣିକି ବିନା କ୍ଲାସରେ ଦେଇ ପାରିବେନି ପରୀକ୍ଷା ଛାତ୍ର ଛାତ୍ରୀ ମାନେ କ୍ଲାସ କରିବା ବଧ୍ୟାତ ମୂଳକ।୭୫ ପ୍ରତିଶତ ଉପସ୍ଥାନ ନଥିଲେ ଛାତ୍ର ଛାତ୍ରୀ ଦେଇ ପାରିବେ ନାହିଁ ପରୀକ୍ଷା। ହଁ ଆଜ୍ଞା ଏଭଳି ଏକ ନୂଆ ନିୟମ ଆଣିଛନ୍ତି ଆନ୍ଧ୍ର ସରକାର। ଆଉ ଯେଉଁ ନିୟମ ଶୁଣିବା ପରେ ଓଡିଶାର ଛାତ୍ର ଛାତ୍ରୀ ମାନେ ଚିନ୍ତିତ ହୋଇ ପଡିଛନ୍ତି।
ଓଡ଼ିଶାର ହଜାର ହଜାର ଛାତ୍ରଛାତ୍ରୀ ଆନ୍ଧ୍ର ପ୍ରଦେଶରେ ବି.ଏଡ୍ କରୁଛନ୍ତି। ଆଉ ଏହି ଛାତ୍ର ଛାତ୍ରୀ ମାନେ କେବଳ ପରୀକ୍ଷା ଦେବା ପାଇଁ ସେଠାକୁ ଯାଇ ଥାନ୍ତି। କେବଳ ପରୀକ୍ଷା ଦେଇ ସାର୍ଟିଫିକେଟ ହାସଲ କରିଥାନ୍ତି ଛାତ୍ର ଛାତ୍ରୀ। ନା ସେମାନଂକୁ କ୍ଲାସ୍ କରିବା ପାଇଁ ପଡେ ନା କୌଣସି ଉପସ୍ଥାନ ଚେକ୍ କରାଯାଏ। ଆଉ ଯେଉଁଥି ପାଇଁ ଅନେକ ଛାତ୍ର ଛାତ୍ରୀ ଆନ୍ଧ୍ର ବି.ଏଡ୍ କୁ ଆପଣାଇ ନେଇଛନ୍ତି।
କିନ୍ତୁ ବର୍ତ୍ତମାନ ସମୟରେ ଆନ୍ଧ୍ର ସରକାର ନେଇଥିବା ନିୟମ କୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଛାତ୍ର ଛାତ୍ରୀ। ନିକଟରେ ଆନ୍ଧ୍ର ସରକାର ବି.ଏଡ୍ ଛାତ୍ର ଛାତ୍ରୀ ମାନଙ୍କ ନାମ ଲେଖା ଏବଂ ଅଧ୍ୟୟନକୁ ନେଇ ନୂଆ ନିୟମ ଆଣିଛନ୍ତି। ଆନ୍ଧ୍ର ବି.ଏଡ୍ ରେ ନାମ ଲେଖାଇଥିବା ଛାତ୍ର ଛାତ୍ରୀ ମାନେ ଘରେ ବସି ବି.ଏଡ୍ କରି ପାରିବେ ନାହିଁ। ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ କ୍ଲାସ୍ କରିବା ବାଧ୍ୟାତ ମୂଳକ। ପିଲା ମାନଙ୍କ ଉପସ୍ଥାନ ଅତି କମ୍ ରେ ୭୫ ପ୍ରତିଶତ ରହିବା ନିହାତି ଜରୁରୀ। ୭୫ ପ୍ରତିଶତ ଉପସ୍ଥାନ ନଥିଲେ ଛାତ୍ର ଛାତ୍ରୀ ପରୀକ୍ଷା ଦେଇ ପାରିବେ ନାହିଁ।
ତେବେ ଆନ୍ଧ୍ର ସରକାରଙ୍କ ଏହି ନିୟମ ପରେ ଆନ୍ଧ୍ର ବି.ଏଡ୍ ରେ ନାମ ଲେଖାଇଥିବା ଛାତ୍ର ଛାତ୍ରୀ ମାନେ ବା ଯେଉଁମାନେ ଭବିଷ୍ୟତରେ ଆନ୍ଧ୍ର ବି.ଏଡ୍ ନାମ ଲେଖାଇବାକୁ ଚାହୁଁ ଥିଲେ ସେମାନେ ଚିନ୍ତିତ ହୋଇ ପଡିଛନ୍ତି। ଓଡ଼ିଶାର ପିଲାଙ୍କୁ ନେଇ ଆନ୍ଧ୍ରର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବି.ଏଡ୍ ଆଡ଼ମିଶନ କରୁଥିବା ବିଭିନ୍ନ ସଂସ୍ଥା ଏବେ ବିକଳ୍ପ ଖୋଜୁଛନ୍ତି। ଆନ୍ଧ୍ର ସରକାରଙ୍କ ଏପରି ଏକ ନିଷ୍ପତି ପରେ ଆନ୍ଧ୍ର ବି.ଏଡ୍ ନାମ ଲେଖାଇବା ଆଶା ଛାତ୍ର ଛାତ୍ରୀଙ୍କର କ୍ଷଣ ହୋଇଛି।
ପୂର୍ବରୁ ଛାତ୍ର ଛାତ୍ରୀ ମାନେ କେବଳ ପରୀକ୍ଷା ଦେବା ପାଇଁ ଆନ୍ଧ୍ର ଯାଉଥିବା ବେଳେ ବିନା ଉପସ୍ଥାନରେ ପରୀକ୍ଷା ଦେବେ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ତେବେ ଏଭଳି ପରିସ୍ଥତିରେ ଓଡ଼ିଶାରେ ଖୋଲିଥିବା ବିଭିନ୍ନ ମଧ୍ୟସ୍ଥ କାରୀ ସଂସ୍ଥାଏବେ ଅନ୍ୟ ବିଶ୍ବ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଆଉ ଯାହାକୁ ନେଇ ଏବେ ଚିନ୍ତାରେ ଛାତ୍ର ଛାତ୍ରୀ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।