
ଓଡ଼ିଆ ପୁଅ ପ୍ରଭୁପାଦ ମହାନ୍ତି ( Prabhupada Mohanty ) ଗାଇଲେ ଏମିତି ଗୀତ ” ଆକାଶ ଠାରୁ ବେଶି ତୁ ଉଦାର “… ଯାହାକୁ ଶୁଣି କାନ୍ଦିଲେ ଦର୍ଶକ ,ଦେଖନ୍ତୁ video ..
‘ଭଜନ’ ଯାହାର ଅର୍ଥ ହେଉଛି ଯେଉଁ ଗୀତରେ ଈଶ୍ୱର କିମ୍ବା ଦେବତାଙ୍କ ଗୁଣ, ଭଲ କାମ ଆଦି ଶ୍ରଦ୍ଧାପୂର୍ଣ୍ଣ ଭାବରେ ବର୍ଣ୍ଣିତ ହୋଇଥାଏ। ଆଉ ଯାହାକୁ ଶୁଣିବା ପାଇଁ ଶ୍ରୋତା ମାନେ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। ଭଜନ ଶୁଣିବା ମାତ୍ରେ ହିଁ ମନରେ ଭକ୍ତିଭାବ ଜାଗ୍ରତ ହୋଇଥାଏ। ତେବେ କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ଉପରେ ଭଜନ କାହାକୁ ବା ଶୁଣିବାକୁ ଭଲ ନ ଲାଗେ। ମହାପ୍ରଭୁଙ୍କ ଭଜନରେ ଭାବବିହ୍ୱଳ ହୋଇ ଯାଇଥାନ୍ତି ଶ୍ରୋତା। ଗୀତ ମାଧ୍ୟମରେ ମହାପ୍ରଭୂଙ୍କ ମହିମା ଓ ଚମତ୍କାରିତାକୁ ଗୁଣଗାନ କରା ଯାଇଥାଏ।
ତେବେ ଆସନ୍ତୁ ସେମିତି ଏକ ଭାବ ଓ ଭକ୍ତିରେ ପରିପୂର୍ଣ୍ଣ ଜଗତର ନାଥ ଜଗନ୍ନାଥଙ୍କ ଉପରେ ଆଧାରିତ ଏକ ଓଡିଆ ଭଜନ ଶୁଣିବା ଯାହାକୁ ଗାଇଛନ୍ତି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି। ତେବେ ପ୍ରଭୁପାଦ ମହାନ୍ତିଙ୍କୁ ଆପଣ ଭଲ ଭାବରେ ଜାଣିଥିବେ।ଯିଏକି ପିଲା ବେଳୁ ଗୀତ ଗାଇ ଦର୍ଶକ ମାନଙ୍କ ହୃଦୟରେ ଜାଗା ତିଆରି କରିବାରେ ସକ୍ଷମ ହୋଇ ପାରିଛନ୍ତି।
ପ୍ରଭୁପାଦଙ୍କ କଣ୍ଠରେ ଏକ ଭିନ୍ନ ଯାଦୁ ରହିଛି ତାଙ୍କ ଗୀତ ଶୁଣିଲେ ଯିଏ କେହିବି ତାଙ୍କର ପ୍ରଶଂସକ ହୋଇଯିବ।ଜୀ ସାର୍ଥକ ପ୍ରେଜେଣ୍ଟ ଓଡ଼ିଶାର ସବୁ ଠାରୁ ବଡ ସିଂଗିଙ୍ଗ ରିୟାଲିଟି ଶୋ ‘ସା ରେ ଗା ମା ପା’ ଲିଟିଲ୍ ଚାମ୍ପ ୱିନର୍ ହେବା ପରେ ଶ୍ରୋତାଙ୍କ ହୃଦୟରେ ରାଜ କରୁଛନ୍ତି ପ୍ରଭୁପାଦ ମହାନ୍ତି ଆଉ ଏକାଧିକ ଗୀତ ଗାଇ ଶ୍ରୋତାଙ୍କ ମନ ମଧ୍ୟ କିଣୁଛନ୍ତି।
ତେବେ “ଆକାଶ ଠାରୁ ବେଶି ତୁ ଉଦାର ସାଗର ଠାରୁ ବେଶୀ ତୁ ଗଭୀର, ପୃଥିବୀ ଠାରୁ ବେଶୀ ଆପଣାର… ତୁହିରେ ମୋର କଳା ଠାକୁର୍” ଏହି ଲୋକପ୍ରିୟ ଓଡିଆ ଭଜନଟି କହାକୁ ବା ଶୁଣିବାକୁ ଭଲ ଲାଗେ। ଏହି ଗୀତକୁ ଆପଣ ନିଶ୍ଚିତ ଭାବେ ଶୁଣିଥିବେ। ଏହି ଗୀତଟିକୁ ଗାଇଥିଲେ ଲୋକପ୍ରିୟ କଣ୍ଠଶିଳ୍ପୀ କୁମାର ବାପି। ମହାପ୍ରଭୂ ଜଗନ୍ନାଥଙ୍କ ଉପରେ ଆଧାରିତ ଏହି ଗୀତଟି ସେତେବେଳେ ଶ୍ରୋତାଙ୍କୁ ବେଶ୍ ପସନ୍ଦ ଆସିଥିଲା।
ତେବେ ଏହି ଗୀତଟିକୁ ପୁଣି ଥରେ ଗାଇଛନ୍ତି କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି। ଯାହାକୁ ମଧ୍ୟ ଶ୍ରୋତା ଖୁବ୍ ପସନ୍ଦ କରିଛନ୍ତି। ପ୍ରଭୁପାଦଙ୍କ କଣ୍ଠରୁ ଏହି ଗୀତଟି ଖୁବ୍ ମନଛୁଆଁ ହୋଇପାରିଛି। ଯାହାକି ସମସ୍ତଙ୍କୁ ଖୁବ୍ ପସନ୍ଦ ଆସିଛି। ମହାପ୍ରଭୂ ଜଗନ୍ନାଥଙ୍କ ଏହି ଭଜନ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଏହି ଗୀତକୁ ବର୍ତ୍ତମାନ ସୁଦ୍ଧା ସାଢେ଼ ୪୬ ଲକ୍ଷରୁ ଉର୍ଦ୍ଧ୍ଵ ଦର୍ଶକ ଦେଖି ସାରିଲେଣି। ଦର୍ଶକ ମାନେ ଏହି ଗୀତକୁ ବହୁ ମାତ୍ରାରେ ପସନ୍ଦ କରୁଛନ୍ତି।ଏଥି ସହ ଖୁବ୍ ସୁନ୍ଦର ସୁନ୍ଦର କମେଣ୍ଟ୍ ମଧ୍ୟ ଦେଉଛନ୍ତି। ତେବେ ଆପଣ ମଧ୍ୟ ଏହି ସୁନ୍ଦର୍ ଭଜନଙ୍କୁ ଦେଖନ୍ତୁ । ନିଶ୍ଚିତ ଭାବେ ଆପଣଙ୍କୁ ଏହା ଖୁବ୍ ପସନ୍ଦ ଆସିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।