
ଆତ୍ମହତ୍ୟା …Ollywood ଅଭିନେତା “ସ୍ଵରାଜ ବାରିକ” ଯାହା କହିଲେ ଶୁଣିଲେ ଚକିତ ହେବେ ଦେଖନ୍ତୁ ଭିଡିଓ
‘ଆତ୍ମହତ୍ୟା’ ଯାହାକୁ ଆମେ ସୁଇସାଇଡ ବୋଲି କହି ଥାଉ ଯାହାର ଅର୍ଥ ହେଉଛି ନିଜ ଇଚ୍ଛାରେ ନିଜକୁ ହିଁ ହତ୍ୟା କରିବା। ତେବେ ଆଜିର ଦିନରେ ଆତ୍ମହତ୍ୟାକୁ ନେଇ ବହୁ ଘଟଣା ସାମ୍ନାକୁ ଆସୁଛି। କିଏ ବେକରେ ରସି ଲଗାଇ ଆତ୍ମହତ୍ୟା କରିଲାନି ତ ଦେହରେ କିରୋସିନ ଢାଳି ପୋଡ଼ି ହୋଇ ମରୁଛି। ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆ ଟିଭି ନିୟୁଜ ପେପର ଆଦିରେ ଏହି ଭଳି ଖବର ହେଡ୍ ଲାଇନ ହୋଇ ବାହାରୁଛି।
ତେବେ ଆପଣ ମାନେ ଜାଣି ଥିବେ କି ଜନ୍ମ ଅଛି ମାନେ ମୃତ୍ୟୁ ତ ସୁ ନିଶ୍ଚତ। ମୃତ୍ୟୁ ହେଉଛି ଏକ ଚିରନ୍ତନ ସତ୍ୟ।ମୃତ୍ୟୁ କେତେ ବେଳେ କେଉଁ ମୁହୂର୍ତ୍ତରେ କାହା ପାଖକୁ ଆସିବ ତାହା କାହାକୁ ବି ଜଣା ନାହିଁ। ହୁଏତ ଏହି ମୁହୂର୍ତ୍ତରେ ବି ଆମର ମୃତ୍ୟୁ ହୋଇ ପାରେ ଏ କଥା କୁ ଅସ୍ବୀକାର କରି ହେବ ନାହିଁ। ତେବେ ନିଜେ ନିଜକୁ ହତ୍ୟା କରିବା ଅର୍ଥାତ୍ ଆତ୍ମହତ୍ୟା କରିବା ଏହା କେତେ ଜୋର୍ ଠିକ୍। ତେବେ ଆତ୍ମହତ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଲିଉଡର ଚକୋଲେଟ୍ ହିରୋ ସ୍ବରାଜ ବାରିକ୍ ।ତେବେ ଆସନ୍ତୁ ଜାଣିବା ଆତ୍ମହତ୍ୟାକୁ ନେଇ ଓଲିଉଡର ଚକୋଲେଟ୍ ହିରୋ ସ୍ବରାଜ ବାରିକ୍ କଣ କହୁଛନ୍ତି।
ତେବେ ସ୍ବରାଜ ବାରିକ୍ ଙ୍କ କହିବା ଅନୁଯାୟୀ , ସବୁ ଠାରୁ ବଡ ଧ୍ରୁବ ସତ୍ୟ ହେଉଛି ମୃତ୍ୟୁ। ମୃତ୍ୟୁ କେତେ ବେଳେ କାହା ପାଖକୁ ଆସିବ କେହି ଜାଣି ନାହାନ୍ତି କିନ୍ତୁ ନିଜକୁ ନିଜେ ମାରି ଦେବା ଟା ପାପ ନୁହେଁ ଏହା ଏକ ଘୋର୍ ପାପ। ତାଙ୍କ କହିବା ଅନୁଯାୟୀ ବାପା ମା ବହୁ କଷ୍ଟରେ ଆମକୁ ଏ ସଂସାର ଦେଖାଇ ଛନ୍ତି। ମା ପେଟରେ ନଅ ମାସର ଗର୍ଭ ଯନ୍ତ୍ରଣା ସହି ଆମକୁ ଜନ୍ମ ଦେଇଛନ୍ତି। ବାପା ଆମର ଦ୍ୱାୟିତ୍ଵ ନେଇଛନ୍ତି ଆମକୁ ସମାଜରେ ପରିଚିତ କରାଇଛନ୍ତି। ସମସ୍ତଂକ ଚେଷ୍ଟା ପ୍ରଚେଷ୍ଟା ରେ ଆମେ ମଣିଷ ହୋଇ ଛିଡା ହୋଇ ପାରୁଛୁ।
ତେବେ ଭାଙ୍ଗିବା ପରେ ମଧ୍ୟ ଆମକୁ ସାହସ ବାନ୍ଧି ଛିଡା ହେବାକୁ ପଡିବ କାହିଁକି ନା ଆମେ ମଣିଷ ଜନ୍ମ ପାଇଛୁ ପଶୁ ଜନ୍ମ ନୁହେଁ। ମଣିଷ ଜନ୍ମ ଟା ବହୁତ୍ ପୁଣ୍ୟ କରିବା ପରେ ମିଳିଥାଏ। ତେବେ କେହି ନିଜେ ନିଜକୁ ହତ୍ୟା କରନ୍ତୁ ନାହିଁ। କାରଣ ଜୀବନଟା କେବଳ ଥରେ ମିଳେ।ଥରେ ମରିଗଲା ପରେ ଆଉ ଜୀବନ ଫେରି ପାଇବ ଅସମ୍ଭବ। ତେଣୁ କେହି ଆତ୍ମହତ୍ୟା କରନ୍ତୁ ନାହିଁ । ଯଦି ଆପଣ ହାରି ଯାଇଛନ୍ତି ବୋଲି ଭାବୁଛନ୍ତି ତେବେ କେମିତି ଜିତି ପାରିବେ ସେ ବାବଦ ରେ ଚିନ୍ତା କରନ୍ତୁ କିନ୍ତୁ ଆତ୍ମହତ୍ୟା ଭଳି ରାସ୍ତାକୁ କେବେ ବାଛନ୍ତୁ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।