
ଆଃ ଜହ୍ନମାମୁଁ ସରଗ ଶଶୀ….ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ…… ମାତ୍ର 4 ଘଣ୍ଟାରେ 161k ଲୋକ ଦେଖି ସାରିଲେଣି…
ଆଜିର ଡିଜିଟାଲ ଯୁଗରେ ମଧ୍ୟ ମଞ୍ଚ ନାଟକର ଚାହିଦା ଖୁବ୍ ଅଧିକ ରହିଛି। ଗାଁ ଗଣ୍ଡାରେ ଯେତେବେଳେ ମଞ୍ଚ ନାଟକର ଆଶର ଜମେ ସେତେବେଳେ ଖୁବ୍ ଭିଡ଼ ଦେଖିବାକୁ ମିଳିଥାଏ ଆଉ ଲୋକେ ଏହାକୁ ଜମେଇକି ଦେଖନ୍ତି। ଆଉ ଖୁବ୍ ପସନ୍ଦ କରନ୍ତି। ଆମ ସମାଜରେ ପୌରାଣିକ ,ଐତିହାସିକ ଓ ସାମାଜିକ ନାଟକ ଆଦି ଦେଖିବାକୁ ମିଳିଥାଏ।କଳାକାର ମାନେ ଯେତେବେଳେ ମଞ୍ଚରେ ନିଜର କଳା ପ୍ରଦର୍ଶନ କରନ୍ତି ସେତେବେଳେ କରତାଳିରେ ଆଶର ଖୁବ୍ ଜମି ଉଠେ। ଦର୍ଶକ ମାନେ କଳାକାର ମାନଙ୍କ ଜୀବନ୍ତ ଅଭିନୟକୁ ଉପଭୋଗ କରନ୍ତି। ତେବେ ଆପଣ ମାନେ ଆପଣଙ୍କ ଗାଁ ଗଣ୍ଡାରେ ଅନେକ ମଞ୍ଚ ନାଟକ ଦେଖିବାକୁ ପାଇଥିବେ ଆଉ ଖୁବ୍ ପସନ୍ଦ ମଧ୍ୟ କରୁଥିବେ।
ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ସେହିଭଳି ଏକ ସୁନ୍ଦର୍ ଦୃଶ୍ୟ ଦେଖିବାକୁ ମିଳୁଛି। ଯାହା ଖୁବ୍ ମନଛୁଆଁ ହୋଇ ପାରିଛି। ଆଉ ଯାହାକୁ ଦେଖିଲେ ଆପଣ ଆଉଥରେ ଦେଖିବା ପାଇଁ ଇଚ୍ଛା କରିବେ। ତେବେ ଆପଣ ପିଲାଦିନେ ଅନେକ ଲୋରି ଶୁଣିବାକୁ ପାଇଥିବେ। ପଲ୍ଲୀପୁରରେ ମା ମାନେ ଯେତେବେଳେ ପିଲାମାନେ ଅଝଟ ହୁଅନ୍ତି ଜିଦି କରନ୍ତି ସେତେବେଳେ ମା ମାନେ ଡାମରା କାଉ, ବାୟା ଚଡେଇ, ବିଲେଇ ନାନୀ, ଚୁଟିଆ ମୂଷା, ନିଦ ମାଉସୀ ଓ ଜହ୍ନମାମୁଁ ଙ୍କ ଉପରେ ଛୋଟିଆ ଛୋଟିଆ କବିତା ପିଲାଙ୍କୁ ଶୁଣାଇ ଥାନ୍ତି। ଆଉ ରେ ସବୁ ଶୁଣିଲା ପରେ ପିଲାମାନେ ଅଝଟ ନକରି ଜିଦି ଛାଡି ଶୋଇ ମା କୋଳରେ ଶୋଇ ପଡ଼ନ୍ତି। ତେବେ ବର୍ତ୍ତମାନ ମଧ୍ୟ ସେହି ଭଳି ଏକ ଲୋରୀ ସାମ୍ନାକୁ ଆସୁଛି।
ତେବେ ଏହି ଗୀତ ଟି ହେଉଛି ‘ଆଃ ଜହ୍ନ ମାମୁଁ ସରଗ ଶଶୀ ମୋ କାହୁଁ ହାତରେ ପଡ଼ରେ ଖସି’ ପିଲାଦିନେ ଆପଣ ଏହି ସୁନ୍ଦର୍ ଲୋରୀ ଟିକୁ ନିଶ୍ଚିତ ଭାବେ ଶୁଣିଥିବ। ତେବେ ଏହି ଇମୋଶନରେ ପରି ପୂର୍ଣ୍ଣ ଗୀତ ଟିକୁ ମଞ୍ଚରେ ଅତି ସୁନ୍ଦର ଭାବେ ଗାଇଛନ୍ତି ଗାଇକା ପୂଜା।ଯାହାକୁ ଶୁଣିଲେ ଆପଣ ଆଉ ଥରେ ଶୁଣିବା ପାଇଁ ଇଚ୍ଛା ପ୍ରକାଶ କରିବେ। ପୂଜାଙ୍କ କଣ୍ଠରୁ ଆଃ ଜହ୍ନ ମାମୁଁ ସରଗ ଶଶୀ ର ଏହି ଲୋରୀଟି ଦର୍ଶକ ମାନଙ୍କ ହୃଦୟକୁ ଛୁଇଁ ଯାଇଛି। ସେ ଏଭଳି ଭାବେ ଗୀତ ପରିବେଷଣ କରିଛନ୍ତି ଯେ ସେଠାକାର ମାହଲ ପୁରା ବଦଳାଇ ଦେଇ ଥିଲେ।
ଆଉ ସମସ୍ତେ ଭାବବିହ୍ବଳ ହୋଇ ପଡ଼ିଥିଲେ।ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ଲାଗିଛି ଦର୍ଶକ ଏହି ସୁନ୍ଦର୍ ଲୋରୀକୁ ଖୁବ୍ ପସନ୍ଦ କରୁଛନ୍ତି ଆଉ ଏହା ଉପରେ ଖୁବ୍ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ତେବେ ଆପଣ ମଧ୍ୟ ପୂଜାଙ୍କ କଣ୍ଠରୁ ଏହି ସୁନ୍ଦର୍ ଲୋରୀକୁ ଶୁଣନ୍ତୁ ଏହା ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।