
Jotisha Sastra -ନିଜର ଜନ୍ମ ବର୍ଷ ବାଛନ୍ତୁ, ଆଉ ଜାଣନ୍ତୁ ନିଜର ଚମକ୍ତାର ଭବିଷ୍ୟତ ବିଷୟରେ…
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବ୍ୟକ୍ତିର ଜନ୍ମ ସମୟ, ଜନ୍ମ ତାରିଖ,ଜନ୍ମସ୍ଥାନ ଓ ଜନ୍ମ ମସିହା ଆଦିର ବିଶେଷ ମହତ୍ତ୍ଵ ରହିଛି। ବ୍ୟକ୍ତିର ଜନ୍ମ ମସିହା, ମାସ ଓ ତାରିଖ ଆଦି ସେହି ବ୍ୟକ୍ତି ଉପରେ ଖୁବ୍ ପ୍ରଭାବ ପକାଇ ଥାଏ।ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏସବୁ କୁ ଅନୁଧ୍ୟାନ କରି ବ୍ୟକ୍ତିର ବ୍ୟକ୍ତିତ୍ଵ ଓ ତା ଜୀବନ ସହିତ ଜଡ଼ିତ ବହୁତ୍ କିଛି ରହସ୍ୟକୁ ଆକଳନ କରାଯାଇ ପାରିବ।
ତେବେ ଆଜି ଆମେ ବ୍ୟକ୍ତିର ଜନ୍ମ ମସିହାକୁ ଅନୁଧ୍ୟାନ କରି ବ୍ୟକ୍ତିର ବ୍ୟକ୍ତିତ୍ଵ କିପରି ଓ ତା ଜୀବନ ସହିତ ଜଡ଼ିତ କିଛି ଖାସ୍ ରହସ୍ୟ ବାବଦରେ କହିବା ପାଇଁ ଯାଉଛୁ।ତେବେ ଯଦି ଆପଣ ୧୯୮୦ ରୁ ୨୦୦୦ ମସିହା ମଧ୍ୟରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆମେ ଆଜି ଆପଣଙ୍କର ଭବିଷ୍ୟତ ବାବଦରେ କିଛି ଖାସ କଥା କହିବା ପାଇଁ ଯାଉଛୁ। ଯାହା ଆପଣ କେବେ କଳ୍ପନା ମଧ୍ୟ କରି ନଥିବେ। ତେବେ ଆସନ୍ତୁ ଜାଣିବା ୧୯୮୦ ରୁ ୨୦୦୦ ମସିହା ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କ ଜୀବନର କିଛି ଖାସ୍ ରହସ୍ୟ।
୧୯୮୦ ରୁ ୧୯୯୧:- ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ଖୁବ୍ ଶାନ୍ତ ଓ ସରଳ ସ୍ୱଭାବର ହୋଇଥାନ୍ତି। ଦେଖିବାକୁ ଖୁବ୍ ସୁନ୍ଦର ଓ ଆକର୍ଷଣୀୟ ମଧ୍ୟ ଅଟନ୍ତି। ଯାହାକୁ ନେଇ ଏମାନେ ଖୁବ୍ ଗର୍ବ ଅନୁଭବ କରନ୍ତି।୧୯୮୨ ଓ ୧୯୯୮:-ଏହି ମସିହାରେ ଯେଉଁ ମାନେ ଜନ୍ମ ଗ୍ରହଣ କରିଛନ୍ତି ସେମାନେ ଖୁବ୍ ଚାଲାକ୍ ଚତୁର ଅଟନ୍ତି।ଏମାନେ ତାଙ୍କର ବୁଦ୍ଧି ଦ୍ଵାରା ସହଜରେ କାହାକୁ ବି ପରାସ୍ତ କରି ପାରନ୍ତି। ଏମାନଙ୍କର ଗୋଟିଏ ଭଲ ଗୁଣ ହେଉଛି ଏମାନେ ଖୁବ୍ ପରଉପକାରୀ ଅଟନ୍ତି।
୧୯୮୩ ରୁ ୧୯୯୦:-ଏହି ମସିହା ରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିମାନେ ଟିକିଏ ରାଗି ଓ ଗର୍ବୀ ସ୍ୱଭାବର ଅଟନ୍ତି।ଏମାନେ କୌଣସି ବ୍ୟକ୍ତି ଙ୍କୁ ସହଜ ରେ ବିଶ୍ୱାସ କରନ୍ତି ନାହିଁ।୧୯୮୪ ରୁ ୧୯୯୬:- ଏମାନେ ନିଜ ଇଚ୍ଛା ମୁତାବକ କାମ କରିବା ପାଇଁ ପସନ୍ଦ କରନ୍ତି। ଅନ୍ୟ ମାନଙ୍କ ଉପରେ ନିର୍ଭର କରନ୍ତି ନାହିଁ। ସମାଜରେ ଏମାନଙ୍କ ମାନସମ୍ମାନ ବୃଦ୍ଧି ପାଇଥାଏ।୧୯୮୫ ରୁ ୧୯୯୯:- ଏମାନେଏ ଦୟାଳୁ ସ୍ୱଭାବର ଅଟନ୍ତି। ଏମାନଙ୍କୁ ସହଜରେ କେହିବି ବୋକା ବନେଇ ଦେଇଥାଏ।
୧୯୮୬ ରୁ ୧୯୯୨:- ଏମାନେ ସ୍ୱଭାବରେ କ୍ରୋଧୀ ହୋଇଥାନ୍ତି। ଟିକେ ଟିକେ କଥାରେ ରାଗି ଯିବାରୁ ଅନ୍ୟମାନଙ୍କ ଆଗରେ ଅପଦସ୍ତ ହେବା ପାଇଁ ପଡ଼ିଥାଏ।୧୯୮୭ ରୁ ୧୯୯୫:- ଏହି ମସିହା ରେ ଜନ୍ମ ହୋଇ ଥିବା ବ୍ୟକ୍ତି ସବୁବେଳେ ନିଜ ମନ ମୁତାବକ କାର୍ଯ୍ୟ କରିଥାନ୍ତି ଅନ୍ୟ କାହାର ଉପଦେଶ କୁ ଖାତିର ମଧ୍ୟ କରନ୍ତି ନାହିଁ।୧୯୮୮ ରୁ ୧୯୯୪:- ଏମାନେ ଖୁବ୍ ପରିଶ୍ରମୀ ଓ ପର ଉପକାରୀ ଅଟନ୍ତି। ଯେଉଁଥି ପାଇଁ ଏମାନେ ଖୁବ୍ ସମ୍ମାନ ଅଧିକାରୀ ହୋଇଥାନ୍ତି।୧୯୮୯ ରୁ ୧୯୯୭:- ଏମାନେ ଖୁବ୍ ଚତୁର ସ୍ୱଭାବର ଏବଂ ଖୁବ୍ ଧୋର୍ଯ୍ୟବାନ୍। ଏମାନେ କାହାକୁ ଖାତିର କରନ୍ତି ନାହିଁ।୧୯୯୯ ରୁ ୨୦୦୦:- ଏମାନେ ତାଙ୍କ ପ୍ରେମ ଜୀବନକୁ ନେଇ ବେଶ୍ ଖୁସି ରହିଥାନ୍ତି। ନିଜ ପ୍ରେମ୍ ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।