ସବୁ ସମୟ ଖବର ସାଥିରେ

ନିଜ ସ୍କୁଲର ଗୁମର ଖୋଲିଲା କୁନି ରିପୋର୍ଟର…,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

0 5

ଆମ ଦେଶରେ ବିଶେଷ କରି ସମସ୍ତ ସରକାରୀ ସ୍କୁଲ ମାନଙ୍କରେ ବିଭିନ୍ନ ଅବ୍ୟବସ୍ଥା ଦେଖିବାକୁ ମିଳୁଛି | କହିବାକୁ ଗଲେ ଶିକ୍ଷା ବ୍ୟବସ୍ଥାରେ ଏକ ପ୍ରକାର ଦାଗ ଏବଂ କଳଙ୍କ ଲାଗି ଗଲାଣି |ଆମ ଓଡିଶାରେ ମଧ୍ୟ ଏମିତି ଅବ୍ୟବସ୍ଥା ଦେଖିବାକୁ ମିଳୁଛି | ବିଭିନ୍ନ ସ୍କୁଲରେ ପିଲା ମାନଙ୍କୁ ଉତ୍ତମ ସ୍କୋପ ମିଳୁ ନ ଥିବା ବେଳେ ସରକାରଙ୍କ ତରଫରୁ ଆସୁଥିବା ଟଙ୍କାର ଠିକ ଉପଯୋଗ କରା ଯାଉନାହିଁ |

ଆମେ ବିଭିନ୍ନ ସମୟରେ ଛୋଟ ପିଲା ମାନଙ୍କୁ ଅବହେଳା କରିଥାଉ | କିନ୍ତୁ ବେଳେ ବେଳେ ଏହି ପିଲା ମାନେ ଆମକୁ ବହୁତ ବଡ ଶିକ୍ଷା ଦେଇଥାନ୍ତି |ଛୋଟ ପିଲା ମାନେ ମଧ୍ୟ ପ୍ରତ୍ୟେକ ଘଟଣାକୁ ଭଲ ଭାବରେ ଦେଖି ସମସ୍ତ କାର୍ଯ୍ୟ ବିଷୟରେ ଜ୍ଞାନ ଆହରଣ କରିଥାନ୍ତି | ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ବିଷୟରେ ବତାଇବୁ ଯୋଉଁଥିରେ ଆପଣ ଜାଣିବାକୁ ପାଇବେ ଏକ କୁନି ପିଲାଟି କିପରି ନିଜ ସ୍କୁଲର ଅବ୍ୟବସ୍ଥାକୁ ଉପସ୍ଥାପନ କରିଛି| ଏହି ଭିଡିଓ ଏବେ ବେଶ ଭାଇରଲ ହେବାରେ ଲାଗିଛି |
ଛୋଟିଆ ପିଲା ଟିଏ କିନ୍ତୁ ପାଟିରୁ ବାହାରୁଚି ଅନର୍ଗଳ କଥା |ଟିଭି ରିପୋର୍ଟରଙ୍କ ପରି ବୁଲି ବୁଲି ଦେଖାଉଛନ୍ତି ସରକାରୀ ସ୍କୁଲର ଅବ୍ୟବସ୍ଥା | ଏହି ଭିଡିଓରେ ପିଲାଟିର ସ୍ପଷ୍ଟ କଥା ସମସ୍ତଙ୍କୁ ଆକର୍ଷିତ କରିଛି |ଟିଭି ରିପୋର୍ଟର ଭଳି ଗପୁଥିବା ଏମିତି ପିଲାଙ୍କ ବିଷୟରେ ବିଶେଷ ଖବରରୁ ତଥ୍ୟ ମିଳିଛି ଯେ ଏହି ପିଲା ଜଣଙ୍କ ହେଉଛନ୍ତି ଝାଡ଼ଖଣ୍ଡ ଗଣ୍ଡା ଜିଲ୍ଲାର | ଏଠାକାର ମହାଗୋମ ବ୍ଲକ ଅନ୍ତର୍ଗତ ଏହି ସ୍କୁଲରେ ହିଁ ସେ ପଢ଼େ | ତେବେ ସ୍କୁଲର ଅବ୍ୟବସ୍ଥା ସମ୍ପର୍କରେ କିଏ ଜଣେ ଭିଡିଓ କରିବାକୁ ଏହି ଅଭିନଵ ଉପାୟ ଅବଲମ୍ବନ କରିଛନ୍ତି |

ଏହି ଭିଡିଓରେ ମଧ୍ୟ ଦେଖିବାକୁ ମିଳୁଛି କି ସେ ନିଜର ସାଙ୍ଗ ସାଥି ମାନଙ୍କୁ ମଧ୍ୟ ସ୍କୁଲ ନ ଆସୁଥିବାରୁ କାରଣ ବିଷୟରେ ପଚାରୁଛନ୍ତି | ଏବଂ କ୍ୟାମେରା ମ୍ୟାନଙ୍କ ଡାକି ଡାକି ପ୍ରତ୍ୟେକ ଶ୍ରେଣୀ କକ୍ଷ ,ପିଇବା ପାଣିର ଅବ୍ୟବସ୍ଥା, ବାଳିକା ଶୌଚାଳୟର ଅବ୍ୟବସ୍ଥା ବିଷୟରେ ଦେଖାଉଛନ୍ତି |ଏହି ସ୍କୁଲର ଏହି କୁନି ପିଲାଟିକୁ ଟିଭି ରିପୋର୍ଟର ଭାବେ ଉପସ୍ଥାପନ କରି ସେ ଏହି କାମଟିକୁ ତୁଲାଇଛନ୍ତି |

ଏହି ପିଲାଟି ହାତରେ ମାଇକ ଭାବେ ଏକ ପ୍ଲାଷ୍ଟିକ ବୋତଲ ଧରି ସାରା ସ୍କୁଲ ବୁଲି ବୁଲି ନିଜର କଥାକୁ ବହୁତ ସୁନ୍ଦର ଭାବେ ଉପସ୍ଥାପନ କରିଛି |ସ୍କୁଲର ଅବ୍ୟବସ୍ଥା ବିଷୟରେ ଯେମିତି ଟୋଇଲେଟ, ଛାତରୁ ପାଣି ପଡିବା, ସାର ମାନେ ଡେରିରେ ସ୍କୁଲକୁ ଆସିବା ଇତ୍ୟାଦି ବିଷୟରେ ବେଶ ଭଲ ଭାବରେ ଅନର୍ଗଳ ବଖାଣି ଚାଲିଛି|

ଏହି ପିଲାଟି ଯାହା ସେ ପ୍ରତ୍ୟେକ ଦିନ ସ୍କୁଲରେ ଦେଖୁ ଥିବା ସମସ୍ତ ଗୁମର ବିଷୟରେ ଖୋଲି ଦେଇଛି ସେଥିପାଇଁ ଏ ପିଲାଟିର କାମକୁ ସମସ୍ତେ ପ୍ରଶଂସା କରିଛନ୍ତି | ଏହି ସବୁ ଅବ୍ୟବସ୍ଥାକୁ ଶୀଘ୍ର ଠିକ କରିବା ପାଇଁ ସେ ଶିକ୍ଷକ ମାନଙ୍କୁ କହିଛନ୍ତି |ଏହି ଭିଡିଓର ପ୍ରଭାବ ଝାଡ଼ଖଣ୍ଡ ସରକାରଙ୍କ ଉପରେ ପଡିଛି ବୋଲି କୁହା ଯାଉଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।