
ନିଜ ପିଲାଙ୍କ ଭବିଷ୍ୟତ ଉନ୍ନତ କରିବା ପାଇଁ ଚାହୁଁଥିଲେ ଦିଅନ୍ତୁ ଏହି ଅମୁଲ୍ୟ ଶିକ୍ଷା ଆପଣାନ୍ତୁ ..ଜୀବନ ହେବ ଆଲୋକିତ ! ଦେଖନ୍ତୁ video
ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ। ତେଣୁ ପିଲା ମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ ଆମେ ପିଲାମାନଙ୍କୁ ପିଲାଦିନରୁ ହିଁ ଉଚିତ୍ ଶିକ୍ଷା ଦିକ୍ଷା ଦେବା ସହିତ ସଠିକ୍ ମାର୍ଗ ଦେଖାଇବା ନିହାତି ଜରୁରୀ ହୋଇଥାଏ।ତେବେ ଆଜି ଆମେ ଏକ ସୁନ୍ଦର କାହାଣୀ ମାଧ୍ୟମରେ ଏକ ବଡ ଶିକ୍ଷା ଦେବା ପାଇଁ ଯାଉଛୁ। ଯଦି ଆପଣ ଆପଣଙ୍କ ପିଲାର ଉଚ୍ଚ ଭବିଷ୍ୟତ ଚାହୁଁଛନ୍ତି ତେବେ ଆପଣଙ୍କ ପିଲାକୁ ଏହି ଶିକ୍ଷା ନିଶ୍ଚିତ ଭାବରେ ଦିଅନ୍ତୁ। ତେବେ ଆସନ୍ତୁ କାହାଣୀ ଆରମ୍ଭ କରିବା।
ଏକ ଅଞ୍ଚଳରେ ୩ ଟି ସ୍କୁଲ ଥିଲା। ସେହି ଅଞ୍ଚଳରେ ପ୍ରତ୍ୟେକ ବର୍ଷ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥାଏ। ଆଖ ପାଖର ୧୫-୨୦ ସ୍କୁଲର ମିଳିତ ଭାବରେ ଏହି ବାର୍ଷିକ ଉତ୍ସବରେ ସାମିଲ ହୋଇଥାନ୍ତି। ପ୍ରତ୍ୟେକ ସ୍କୁଲରୁ ୨୦ ଜଣ ପିଲାଙ୍କୁ ନେଇ ଗୋଟିଏ ଗୋଟିଏ ଗ୍ରୁପ କରାଗଲା। ଦୌଡ଼ ପ୍ରତିଯୋଗିତା ଆରମ୍ଭ ହେଲା। ସେହି ତିନୋଟି ସ୍କୁଲର ପିଲାଙ୍କ ମଧ୍ୟରୁ ଗୋଟିଏ ସ୍କୁଲର ପିଲା ପ୍ରଥମ ସ୍ଥାନ ହାସଲ କରି ୧୦୦୦ ଟଙ୍କା ପୁରସ୍କାର ପାଇଲା। ପିଲାର ବାପା ମାଙ୍କ ଖୁସି କହିଲେ ନସରେ।
ଦ୍ୱିତୀୟ ସ୍ଥାନରେ ରହିଥିବା ସ୍କୁଲର ପିଲା ମାନଙ୍କ ମଧ୍ୟରୁ ଜଣେ ପିଲା ଦ୍ଵିତୀୟ ସ୍ଥାନ ଅଧିକାର କରି ୫୦୦ ଟଙ୍କା ପୁରସ୍କାର ପାଇଲା। ସେହିଭଳି ତୃତୀୟ ସ୍କୁଲରେ ଭାଗ ନେଇଥିବା ପିଲାଙ୍କ ମଧ୍ୟରୁ ଜଣେ ପିଲା ତୃତୀୟ ସ୍ଥାନ ଅଧିକାର କରି ୨୦୦ ଟଙ୍କା ପୁରସ୍କାର ପାଇଲା।ଏ କଥା ସେହି ବର୍ଷର ରେଜିଷ୍ଟର ଖାତାରେ ଲେଖା ହୋଇ ରହିଲା।
କିଛି ବର୍ଷ ବିତିଗଲା।ପୁନର୍ବାର ସେହି ସ୍ଥାନରେ ସମସ୍ତଙ୍କ ମିଳନ ହେଲା।ସବୁ ପିଲାଙ୍କ ବାପା ମା ମିଶି ବାର୍ତ୍ତା ଆଳାପ କରୁଥିଲେ। କଥା ଛଳରେ ପିଲାଙ୍କ କଥାପଡ଼ିଲା। ଯେଉଁ ପିଲା ପ୍ରଥମ ସ୍ଥାନ ଅଧିକାର କରିଥିଲା ସେ ତାଙ୍କ ବାପା ମାଙ୍କୁ ଯେତେବେଳେ ସେହି ପିଲା କଥା ପଚରା ଗଲା ସେତେବେଳେ ସେମାନଙ୍କ ଆଖିରୁ ଲୁହ ଗଡି ଆସିଲା। ସେମାନେ କହିଲେ ପୁଅ ବହୁତ ଭଲ ପାଠ ପଢ଼ୁଥିଲା। ତା ପାଠ ପଢ଼ାରେ ସବୁ ଅର୍ଥ ଧନ ସଂପତ୍ତି ଖର୍ଚ୍ଚ ହୋଇଗଲା। ଏବେ ପୁଅ ଆମେରିକାରେ ଚାକିରି କରୁଛି କିନ୍ତୁ ତା ପାଖରେ ସମୟ ନାହିଁ ୫-୬ ବର୍ଷକୁ ମାତ୍ର ଥରେ ଦୁଇ ଥର ଗାଁ କୁ ଆସୁଛି।ଦ୍ୱିତୀୟ ସ୍ଥାନରେ ରହିଥିବା ପିଲାର ବାପା ମା କହିଲେ ପିଲାଟି ଭଲ ଚାକିରୀ କରିଛି। କିନ୍ତୁ ସେ ତା ସ୍ତ୍ରୀ ପିଲାଙ୍କୁ ନେଇ ଅଲଗା ରହିଛି।
କିନ୍ତୁ ତୃତୀୟ ସ୍ଥାନରେ ରହିଥିବା ପିଲାଟର ବାପା ମା ବହୁତ ଖୁସି ଅଛନ୍ତି ସେମାନେ କହିଲେ ଆମ ପିଲା ଭଲ ପଢ଼ୁ ନଥିଲା, ସେ ଏବେ ବ୍ୟବସାୟ କରୁଛି ଏବଂ ପରିବାର ସହିତ ମିଳିମିଶି ରହିଛି। ଆମେ ବହୁତ ଖୁସି ଓ ଶାନ୍ତିରେ ଅଛୁ।ତେବେ ଏଥିରୁ ଜଣା ପଡୁଛି ଯେ ଭଲ ପାଠ ପଢି ବଡ ଚାକିରୀ କରିଦେଲେ ସୁଖ ଶାନ୍ତି ମିଳିନଥାଏ। ଅସଲ ସୁଖ ଶାନ୍ତିତ ନିଜ ପରିବାର ସହ ମିଳିମିଶି ରହିବାରେ ଥାଏ।
ତେବେ ଏହା ଥିଲା ପିଲା ଦିନରୁ ତାଙ୍କର ଶିକ୍ଷା ଦୀକ୍ଷାର ଅଭାବ। କାହିଁକି ନା ୧୫ ବର୍ଷ ତଳେ ଯେଉଁ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସେଥିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପିଲାଟିର ବାପା ମା ପିଲାକୁ କହିଥିଲେ ସେହି ହଜାରେ ଟଙ୍କା ତୁ ରଖ ଖର୍ଚ୍ଚ କରିବୁ। ଦ୍ୱିତୀୟ ପିଲାର ବାପା ମା ବି ସେଇ କଥା ତାଙ୍କ ପିଲାକୁ କହିଥିଲେ।
କିନ୍ତୁ ତୃତୀୟ ପିଲାଟି ପାଇଥିବା ୨୦୦ ଟଙ୍କାକୁ ସମାନ ଭାବରେ ପ୍ରତିଯୋଗିତାରେ ଭାଗ ନେଇଥିବା ତାର ୨୦ ଜଣ ସାଥୀ ପିଲାଙ୍କ ମଧ୍ୟରେ ବାଣ୍ଟି ଦେଇଥିଲା। ଏହା ଥିଲା ତୃତୀୟ ପିଲାର ଶିକ୍ଷା ଯିଏକି ପିଲାବେଳୁ ମିଳିମିଶି ରହିବା ଶିଖି ପାରିଥିଲା।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।