ସବୁ ସମୟ ଖବର ସାଥିରେ

Exclusive: ନିଜ ପ୍ରେମକାହାଣୀ କହିଲେ ସେକ୍ସିବିଲ୍ଲି ବିଦୁସ୍ମିତା ,କାହାକୁ କରିଥିଲେ ପ୍ରପୋଜ…ଦେଖନ୍ତୁ video

0 8

ବିଦୁସ୍ମିତା ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତ୍ରୀ।ଓଲିଉଡ଼ ଅଭିନେତ୍ରୀ ବିଦୁସ୍ମିତା ଯିଏକି ନିଜର ହଟ୍ ଆନ୍ଦାଜ ପାଇଁ ବେଶ୍ ପରିଚିତ। ଆପଣ ମାନେ ପରଦା ଉପରେ ବିଦୁସ୍ମିତାଙ୍କ ଦମଦାର ଅଭିନୟ ଦେଖିବାକୁ ପାଇଥିବେ ଆଉ ପସନ୍ଦ ମଧ୍ୟ କରୁଥିବେ। ଆଲବମ୍ ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ବିଦୁସ୍ମିତା ଖୁବ୍ ଅଳ୍ପ ଦିନ ମଧ୍ୟରେ ଦର୍ଶକ ମାନଙ୍କୁ କିମିଆ କରି ପାରିଥିଲେ ଆଉ ଏହାପରେ ଅନେକ ଓଡିଆ ମେଗା ଧାରାବାହିକରେ ଓଡ଼ିଆ ସିନେମାରେ ଅଭିନୟ କରି ଆସୁଛନ୍ତି ଅଭିନେତ୍ରୀ ବିଦୁସ୍ମିତା।ସାଧାରଣତଃ ସେ ଓଡ଼ିଆ କଥାଚିତ୍ରରେ ଆଇଟମ ନୃତ୍ୟ ପାଇଁ ଅଧିକ ପରିଚିତ । ଚକ୍‌ଲେଟ୍‌ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ଆଇଟମ୍ ନୃତ୍ୟ କରିଥିଲେ ଆଉ ଯାହା ତାଙ୍କୁ ବିଦୁସ୍ମିତାରୁ ସେକ୍ସିବିଲ୍ଳିର ପରିଚୟ ଦେଇଥିଲା।ତେବେ ନିକଟରେ ବିଦୁସ୍ମିତା ଏକ ସାକ୍ଷାତକାରରେ ନିଜ ପ୍ରେମ କାହାଣୀ ବାବଦରେ କହିଥିଲେ। ତେବେ ଆସନ୍ତୁ ସେ ବାବଦରେ ଜାଣିବା।

ବିଦୁସ୍ମିତା କହିଥିଲେ, ସେ ପିଲା ଦିନରୁ ଖୁବ୍ ଦୁଷ୍ଟ। ବିଦୁସ୍ମିତାଙ୍କ ଘର କେନ୍ଦ୍ରାପଡାରେ ଆଉ ତାଙ୍କ ମାମୁଁ ଘର ମଧ୍ୟ କେନ୍ଦ୍ରାପଡ଼ାରେ। ତେବେ ବିଦୁସ୍ମିତା ନିଜ ଘର ଅପେକ୍ଷା ନିଜ ମାମୁଁ ଘରେ ଅଧିକ ସମୟ ବିତାନ୍ତି। ଆଉ ମାମୁଁ ଘରେ ଥିଲା ସମୟରେ ସେ ଲୋକଙ୍କ ବାଡିରେ ପଶି ପନିପରିବା ଚୋରି କରୁଥିଲେ ଏହା ସହ ବିଦୁସ୍ମିତା କ୍ଷୀରରୁ ସର ଚୋରେଇ ଖାଉଥିଲେ।ବିଦୁସ୍ମିତା କହିଛନ୍ତି ସମସ୍ତେ ଜୀବନରେ ପ୍ରେମ କରିବା କଥା। କିନ୍ତୁ ଭଲ ପାଇବାର ଭାଷାଟା ଚେଞ୍ଜ ନକରି ପବିତ୍ର ମନରେ ଜଣଙ୍କୁ ଭଲ ପାଇବା ଉଚିତ୍ ବୋଲି ବିଦୁସ୍ମିତା କହିଛନ୍ତି।

ବିଦୁସ୍ମିତାଙ୍କୁ ଭଲ ଲାଗେ ତାଙ୍କୁ କେତେଜଣ ଭଲ ପାଇ ପାରୁଛନ୍ତି। ଆଉ ସେମାନଙ୍କ ଭିତରୁ ତାଙ୍କୁ କିଏ ଅଧିକ ଭଲ ପାଉଛି ସେ ସବୁକୁ ବାଛନ୍ତି ବିଦୁସ୍ମିତା। ଲିଭିନ ରିଲେସନକୁ ବିଦୁସ୍ମିତା ପସନ୍ଦ କରନ୍ତି ନାହିଁ। ଓଡ଼ିଶାର ସଂସ୍କୃତି ଲିଭିନ ରିଲେସନକୁ ପ୍ରସୟ ଦିଏ ନାହିଁ ତେଣୁ ଲିଭିନ୍ ଓଡ଼ିଶାରେ ଉଚିତ୍ ନୁହେଁ।

ତେବେ ବିଦୁସ୍ମିତା ସମୟ ଅନୁଯାୟୀ କାମ କରିବା ପାଇଁ ବହୁତ୍ ପସନ୍ଦ କରନ୍ତି। ଯେହେତୁ ସେ ଜଣେ ଅଭିନେତ୍ରୀ ସେ ବହୁତ୍ ହାର୍ଡୱାର୍କ କରିଛନ୍ତି ତାଙ୍କ ଜୀବନରେ। ତେବେ ବିଦୁସ୍ମିତା ତାଙ୍କ ସ୍ବାମୀଙ୍କୁ ପ୍ରେମ ବିବାହ କରିଥିଲେ ଆଉ ପ୍ରଥମେ ସେ ତାଙ୍କ ସ୍ବାମୀଙ୍କୁ ପ୍ରୋପାଜ୍ କରିଥିଲେ କିନ୍ତୁ ସ୍ବାମୀ ପ୍ରଥମେ ତାଙ୍କୁ ବିବାହ କରିବା ପାଇଁ ମନା କରି ଦେଇଥିଲେ। ଆଉ ଯେଉଁ ନା ଟା ବିଦୁସ୍ମିତାଙ୍କ ଜିଦ୍ ରେ ପରିଣତ ହୋଇ ଯାଇଥିଲା। ଆଉ ପରେ ତାଙ୍କ ସ୍ବାମୀ ବିବାହ ପାଇଁ ରାଜି ହୋଇଥିଲେ। ତେବେ ସୁଟିଂରେ ବ୍ୟସ୍ତ ରହିବା ସହ ଜଣେ ଭଲ ସ୍ତ୍ରୀ ଜଣେ ଭଲ ବୋହୂ ଓ ଜଣେ ମାର କର୍ତ୍ତବ୍ୟ ଖୁବ୍ ଭଲ ଭାବରେ ନିଭାଇ ଥାନ୍ତି। ଆଉ ସେ ଜୀବନ ସାରା ତାଙ୍କ କର୍ତ୍ତବ୍ୟ ସେମିତି କରୁଥିବେ ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।