ସବୁ ସମୟ ଖବର ସାଥିରେ

ନିଆରା ଦୃଶ୍ୟ. .. ଇଣ୍ଡିଗୋ ଏୟାରଲାଇନ୍ସରେ ଏକାଠି ବିମାନ ଉଡାଇଲେ ମା ଆଉ ପୁଅ , ଭାଇରାଲ ହେଉଛି ଭିଡିଓ

0 10

ବନ୍ଧୁମାନେ ଜୀବନରେ ଯେତେ ଆଗକୁ ଗଲେ ବି ଯେତେ ସଫଳତା ହାସଲ କଲେ ନିଜ ମୂଳଦୁଆ କୁ କେବେ ଭୁଲିବା ଉଚିତ ନୁହେଁ ।କାରଣ ଯେତେ ପର୍ଯ୍ୟନ୍ତ ଆପଣଙ୍କ ମୂଳଦୁଆ ଠିକ ରହିଛି ସେତେବେଳ ଯାଏ ଆପଣ ସଠିକ ରାସ୍ତାରେ ଚାଲି ଥାଆନ୍ତି ନହେଲେ ଆପଣ ପଠଭ୍ରଷ୍ଟ ହେଇ ଯାଆନ୍ତି ।

ତେବେ ପ୍ରତ୍ୟେକ ମଣିଷ ଜୀବନରେ ମାଆ ବାପା ଏମିତି ଏକ ଅଭିନ୍ନ ଅଙ୍ଗ ଯାହାଙ୍କ ବିନା ଆମ ଜୀବନକୁ କଳ୍ପନା କରିବା ଭାରି କଷ୍ଟ ।ତେବେ ବାପାଙ୍କ ଅପେକ୍ଷା ଆମେ ମାନଙ୍କ ସହିତ ଅଧିକା ଜଡିତ, ମାଆ ଯିଏ ଆକାଶ ଠାରୁ ବି ବଡ଼ ଆଉ ଯାହାର ହୃଦୟ ମାଟି ପରି କୋମଳ, ଯିଏ ନିଜ ଭିତରେ ଏତେ ସ୍ନେହ, ଆଦର ଓ ଭଲପାଇବା ରଖିଥାଏ ଯେ ଯେତେ ଦେଲେ କମେ ନାହିଁ ।

କିନ୍ତୁ ଆଜିର ସମାଜରେ ସେହି ମାଆ ମାନଙ୍କୁ ଏତେ ଅନାଦର ର ଶିକାର ହେବାକୁ ପଡୁଛି ଯେ ତାହା କଳ୍ପନା ବାହାରେ ।ନିଜ ଜୀବନ ଭିତରେ ସେ କେବେ କିଛି ଆଶା ଆକାଂକ୍ଷା ନରଖି ଖାଲି ଦେଇ ଚାଲିଥାଏ ସମସ୍ତଙ୍କୁ ଆଉ ନିଜ ପିଲା ପାଇଁ ସେ ସବୁକିଛି ସହି ପାରେ ।ତେବେ ଆମ ସମାଜରେ ସେହି ସମଗ୍ର ମାଆ ମାନଙ୍କ ପାଇଁ ଏକ ସମ୍ମାନନର ଦିନ ହେଉଛି ମେ 8 ଯେଉଁ ଦିନ ପୁରା ବିଶ୍ୱ ମାଆ ମାନଙ୍କୁ ସମ୍ମାନ ଦେଇ ଥାଏ ।କିନ୍ତୁ କିଏ କେମିତି ନିଜ ମାଆକୁ ସମ୍ମାନ କରେ ସେଇଟା ପିଲା ମାନଙ୍କ ଉପରେ ନିର୍ଭର କରେ ।କିନ୍ତୁ ଆମେ ଏହି ଦିନ ଜଣେ ଏମିତି ପୁଅକୁ ପାଇ ଥିଲୁ ଯିଏ ନିଜ ମାଆ ସହିତ କାନ୍ଧ ମିଳେଇ ଛିଡା ହେଇ ନିଜକୁ ଗୌରବାନୀତ କରି ପାରିଛନ୍ତି ।

ତେବେ ଏପରି ଏକ ଭିଡିଓ ଇଣ୍ଡିଗୋ ଏଆର ଲାଇନ ତରଫରୁ ସୋସିଆଲ ମେଡିଆରେ ପୋଷ୍ଟ ହେଇ ଥିଲା ଆଉ ଯାହାର କ୍ୟାପସନ ଥିଲା ମାତୃ ଦିବସରେ ଜଣେ ମାଆ ପୁଅ ପାଇଟଲ ଯୋଡି ଠାରୁ ଆଉ କଣ ଖୁସି ହେଇ ପାରେ ।ତେବେ ସେହି ଭିଡ଼ିଓଟିରେ ଆପଣ ଦେଖି ପାରିବେ ଜଣେ ପୁଅ ନିଜ ମାକୁ ପ୍ଲେନରେ ସରପ୍ରାଇଜ ଦେଉଛନ୍ତି କିପରି ଆସନ୍ତୁ ଜାଣିବା ।ତେବେ ପୁଅ ଜଣଙ୍କ ପାଇଲଟ ୟୁନିଫର୍ମ ରେ ଅଛନ୍ତି ଆଉ ସେ ପ୍ଲେନ ଭିତରକୁ ଏକ ବୁକେ ଧରି ଆସୁଛନ୍ତି ଆଉ ଭିତରେ ତାଙ୍କ ମାଆଙ୍କୁ ସେହି ବୁକେ ଦେଉଛନ୍ତି ।କେତେ ଖୁସିର କଥା ଏହା କି ମାଆ ବି ଜଣେ ପାଇଲଟ ଆଉ 24 ବର୍ଷର ଏହି ପୁଅ ପ୍ରଥମ ଥର ପାଇଁ କୋ ପାଇଲଟ ହିସାବରେ ମାଆ ସହ ପ୍ଲେନ ଉଡାଇବାକୁ ଯାଉଛନ୍ତି ।

ଆଉ ପୁଅ ପ୍ଲେନରେ ଥିବା ପେସେଞ୍ଜର ମାନଙ୍କ ଆଗରେ ଏହି କଥା ଗୁଡିକ କହୁଛନ୍ତି ଆଉ ନିଜକୁ ଖୁବ ଗୌରବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ।ତେବେ ଏହିପରି ଦୃଶ୍ୟ ଦେଖିବା ପରେ ଯାତ୍ରୀ ମାନେ ଖୁବ ଖୁସି ହେଇଥିଲେ ଆଉ କିଛି ଜଣ ବହୁତ ଭାବ ବିହ୍ଵଳିତ ହେଇ ଯାଇଥିଲେ ।ତେବେ ମାଆର ଜୀବନ ଓ କାର୍ଯ୍ୟ କୁ ଦେଖି ଏହି ପୁଅ ନିଜର ଆଗାମୀ ଜୀବନ ମାଆ ସହ ସାଥ ଦେବାକୁ ପାଇଲଟ ହେଇଛନ୍ତି ।ଆଉ ଏହି ଭଡ଼ିଓ ସୋସିଆଲ ମେଡିଆରେ ଦେଖିବା ପରେ ଲୋକମାନେ ଖୁବ ଖୁସି ଅନୁଭବ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।