
ପୁରୁଣାରୁ ପୁରୁଣା Gastric Problem ଦୂର ହୋଇଯିବ ! ସପ୍ତାହରେ ୨ ଦିନ ଖାଆନ୍ତୁ, ପେଟଫୁଲା, ଗ୍ୟାସ, କବଜ ଭଳି ସମସ୍ୟା ମୂଳରୁ ଶେଷ ହେବ | ଘୋରାଇ ଉପାୟ…
ଛୋଟ ପିଲା ଠାରୁ ଆରମ୍ଭ କରି ଯୁବକ ଯୁବତୀ ପର୍ଯ୍ୟନ୍ତ ଅଧିକାଂଶ ଲୋକ ମାନେ ଫାଷ୍ଟ ଫୁଡ ଓ ବିଭିନ୍ନ ଜଙ୍କ ଫୂଡ଼ ସେବନ କରିବା ପାଇଁ ଭଲ ପାଇ ଥାନ୍ତି | ବିଭିନ୍ନ ତେଲ ମସଲା ଜାତୀୟ ଖାଦ୍ୟ ଆମ ପାଟି ପାଇଁ ସୁସ୍ୱାଦୁ ହୋଇ ଥିଲେ ମଧ୍ୟ ତାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ହୋଇ ଥାଏ |ପରିବେଶର ପରିବର୍ତ୍ତନ ଓ ନିଜର ଖାଦ୍ୟର ପରିବର୍ତ୍ତନ କାରଣରୁ ଆଜିକାଲି ବିଭିନ୍ନ ନୂଆ ରୋଗର ଆବିଷ୍କାର ହେଉଛି | ଯୋଉଁ ରୋଗ ଗୁଡିକ ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା ତାହା ଏବେ ଦେଖିବାକୁ ମିଳୁଛି | କାରଣ ଆମର ସମସ୍ତ ଖାଦ୍ୟରେ ରାସାୟନିକ ସାର ବ୍ୟବହାର କରା ଯାଉଛି |
ପ୍ରତ୍ୟେକ ଖାଦ୍ୟ ପଦାର୍ଥ ବା ପାନୀୟରେ ବିଭିନ୍ନ ପ୍ରକାର ପ୍ରିଜୋରଭେଟିଭ ଓ ପେଷ୍ଟିସାଇଡସ ବ୍ୟବହାର କରା ଯାଉଛି |ଯୋଉଁଥି ପାଇଁ ବହୁତ କମ ବୟସରେ ଲୋକ ମାନଙ୍କ ପାଖରେ ପେଟ ସମସ୍ୟା ଯେମିତି କି ଗ୍ୟାସ, ପେଟ ଫୁଲି ରହିବା, ଭୋକ ନ ଲାଗିବା ଇତ୍ୟାଦି ରୋଗ ବହୁଳ ପରିମାଣରେ ଦେଖା ଯାଉଛି | ସେଥି ପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ | ଯାହା ଆପଣଙ୍କ ପେଟ ସମସ୍ୟାକୁ ସବୁଦିନ ପାଇଁ ଦୂର କରିବ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଆବଶ୍ୟକ ସାମଗ୍ରୀ :-
1.ଜୁଆଣି ପତ୍ର
2. ରସୁଣ
3.ଲୁଣ
4. କଞ୍ଚା ଲଙ୍କାପ୍ରସ୍ତୁତ ପ୍ରଣାଳୀ :-ପ୍ରଥମେ ଆପଣ କିଛି ଜୁଆଣି ପତ୍ର ନେଇ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ | ଏହା ଜୁଆଣି ଭଳି ବାସ୍ନା କରୁଥିବାରୁ ଏହାକୁ ଜୁଆଣି ପତ୍ର ବୋଲି କୁହାଯାଏ | ଏହା ଆପଣଙ୍କୁ ଆପଣଙ୍କ ବାଡିରୁ ବା କୌଣସି ନର୍ସରୀରୁ ଅତି ସହଜରେ ମିଳିଯିବ | ଏହା ଆମ ଶରୀର ପାଇଁ ଖୁବ ଲାଭ ଦାୟକ ଅଟେ | ପେଟ ସମସ୍ୟା ବା ଥଣ୍ଡା, ଜ୍ୱର ପାଇଁ ଏହା ଏକ ରାମବାଣ ଔଷଧ ଅଟେ | ଏହା ପରେ ଆପଣ କିଛି ରସୁଣ ନେବେ | ଏହା ପେଟ ସମସ୍ୟା ପାଇଁ ଏକ ଭଲ ଜିନିଷ ଅଟେ | ପ୍ରତ୍ୟେକ ଦିନ ଗୋଟାଏ ରସୁଣକୁ ଆପଣ ନିଆଁରେ ସେକି ଖାଇଲେ ଏହା ବହୁତ ପେଟ ସମସ୍ୟା କମାଇ ଥାଏ |
ଏହା ପରେ ଗୋଟିଏ କଞ୍ଚା ଲଙ୍କା ନେଇ ସେଥିରେ ରଖନ୍ତୁ | ଯଦି ଆପଣ କଞ୍ଚାଲଙ୍କା ଖାନ୍ତି ନାହିଁ ତାହେଲେ ଦେବେ ନାହିଁ | କିନ୍ତୁ ଏହା ଦେଲେ ଭଲ ଉପକାର ହୋଇ ଥାଏ | ଏହା ପରେ ଚିମୁଟାଏ ଲୁଣ ଏଥିରେ ପୟୋଗ କରନ୍ତୁ | ଏହି ସମସ୍ତ ସାମଗ୍ରୀକୁ ନେଇ ଭଲ ଭାବେ ବାଟି ଆଣନ୍ତୁ କିନ୍ତୁ ଏଥିରେ ଟିକେ ହେଲେ ମଧ୍ୟ ପାଣି ଦେବେ ନାହିଁ |ଏହି ଉପଚାରଟିକୁ କମ ପରିମାଣରେ ବନାଇ ସେବନ କରିବେ | ଆପଣଙ୍କୁ ମାତ୍ର ଦୁଇ ଚାମଚ ପ୍ରତ୍ୟେକ ଦିନ ଖାଇବା ପାଇଁ ପଡିବ | ଏହାକୁ ଆପଣ ଥରେ ବନାଇ ଦୁଇ ଦିନ ରଖି ପାରିବେ | ଏହାକୁ ବେଶୀ ଦିନ ରଖିଲେ ଖରାପ ହୋଇ ଯାଇଥାଏ |
ବ୍ୟବହାର :-ଏହାକୁ ଆପଣ ଭାତରେ ଖାଇବା ସମୟରେ ଚଟଣି ଭାବରେ ଖାଇ ପାରିବେ | ଏହା ସମ୍ପୂର୍ଣ ରୂପରେ ଘରୋଇ ଉପଚାର ଅଟେ | ଯଦି ଆପଣ ଏହାକୁ ଖାଦ୍ୟ ସହ ଖାଇ ପାରୁ ନାହାନ୍ତି ତାହେଲେ ଏକ ଗ୍ଲାସ ଉଷୁମ ପାଣିରେ ଏକ ଚାମଚ ମିଶାଇ ପିଇ ପାରିବେ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।