ସବୁ ସମୟ ଖବର ସାଥିରେ

ଏହି ପବିତ୍ର ଜନ୍ମାଷ୍ଟମୀରେ ଘରକୁ ଆଣନ୍ତୁ ଏହି ଆଠଟି ଜିନିଷ, ବର୍ଷକ ସାରା ଘରେ ଆପଣଙ୍କର ଧନର ଅଭାବ ହେବ ନାହିଁ..

0 12

ଆସନ୍ତା ଅଗଷ୍ଟ ମାସ ଅଠର ତାରିଖରେ ପଡୁଅଛି ପବିତ୍ର ଜନ୍ମାଷ୍ଟମୀ | ହିନ୍ଦୁ ରୀତିନୀତି ଅନୁସାରେ ଏହାକୁ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମଦିନ ଭାବରେ ବହୁତ ଆଡମ୍ବର ସହକାରେ ପାଳନ କରା ଯାଇଥାଏ | ଭାଦ୍ର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇ ଥିଲା | ଶାସ୍ତ୍ର ଅନୁସାରେ ଭଗବାନ ଶ୍ରୀକୃଷ୍ଣ ଭକ୍ତ ମାନଙ୍କର ସମସ୍ତ ଦୁଃଖ କଷ୍ଟ ଲାଘବ କରିଥାନ୍ତି |

କୁହା ଯାଏକି ଏହି ଦିନ ଠିକ ରୀତିନୀତି ଓ ନିଷ୍ଠାର ସହିତ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କଲେ ସମସ୍ତ ମନୋସ୍କାମନା ପୁର୍ଣ ହୋଇ ଥାଏ | ତେଣୁ ଭକ୍ତ ମାନେ ଭକ୍ତି ସହକାରେ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ନିଷ୍ଠାର ସହ ବ୍ରତ କରିଥାନ୍ତି |ଆଜି ଆପଣଙ୍କୁ ଏମିତି କିଛି କହିବାକୁ ଯାଉଅଛୁ ଯାହାକୁ ଆଣିଲେ ଆପଣଙ୍କ ଉପରେ ଶ୍ରୀକୃଷ୍ଣଙ୍କ କୃପା ବନି ରହିବ| ଆସନ୍ତୁ ଜାଣିବା ସେ ବିଷୟରେ |
ଏହି ପବିତ୍ର ଜନ୍ମାଷ୍ଟମୀରେ ଆପଣ ଏହି ସବୁ ଜିନିଷ ଘରକୁ ଆଣିଲେ ଆପଣଙ୍କ ଘରେ ସୁଖ ସମୃଦ୍ଧି ଏବଂ ଧନ ଧାନ୍ୟ ପରିପୂର୍ଣ ହୋଇ ଯିବ| ଯଦି ଆପଣଙ୍କର ଧନ ଜନିତ ସମସ୍ୟା ରହିଅଛି ଏବଂ ଏଥିରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହାଲେ ଏହି ଜନ୍ମାଷ୍ଟମୀରେ ଏହି ଜିନିଷ ଗୁଡିକ ଘରକୁ ଆଣିଲେ ଆପଣଙ୍କର ଧନ ଜନିତ ସମସ୍ୟା ସବୁଦିନ ପାଇଁ ଦୁରେଇ ଯିବ |
ଏହି ଆଠଟି ଜିନିଷ ହେଲା :-
1.ଚନ୍ଦନ
2. ବୀଣା
3. ଗାଇ ଘିଅ
4.ମହୁ

5. ଶୀତଳ ଜଳ
6.ବଇଁଶୀ
7. ବାଳ ଗୋପାଳ
8.ମୟୁର ପାଖୁଡା
ଚନ୍ଦନ ହେଉଛି ଏକ ପବିତ୍ର ଜିନିଷ ଏବଂ ଏହା ଘରେ ରହିଲେ ଶାନ୍ତି ବଜାଇ ରହିଥାଏ | ଏହାକୁ ମୁଣ୍ଡରେ ଲଗାଇବା ଟୀକା ଭାବେ ଲଗାଇଲେ ଆତ୍ମା ଶାନ୍ତି ହୋଇ ଥାଏ | ଏହାର ସୁଗନ୍ଧ ଓ ବାତାବରଣରେ ସମସ୍ତ ଦୁଃଖ କଷ୍ଟ ଦୂର ହେବା ସହ ସମସ୍ତ ଦେବା ଦେବୀଙ୍କ ଆଶୀର୍ବାଦ ପଡିଥାଏ | ଘରର ଏକ କୋଣରେ ବୀଣା ରଖିଲେ ଘରେ ଶାନ୍ତି ବଜାଇ ରହିବା ସହ ମାଆ ସରସ୍ବତୀଙ୍କ କୃପା ଲାଭ ହୋଇଥାଏ |
ଘରେ ଶୁଦ୍ଧ ଗାଈ କ୍ଷୀରରୁ ପ୍ରସ୍ତୁତ ଘିଅ ରଖିଲେ ଶ୍ରୀକୃଷ୍ଣଙ୍କର କୃପା ଲାଭ ହୋଇ ଥାଏ ବୋଲି କୁହାଯାଏ କାରଣ ଗାଈ ତାଙ୍କର ସବୁଠାରୁ ପ୍ରିୟ | ଏହାକୁ ପ୍ରତ୍ୟେକ ଦିନ ଖାଇଲେ ଦେହ ସୁସ୍ଥ ରହିଥାଏ | ପୂଜାପାଠ ରେ ଏହାର ବିଶେଷ ମହତ୍ୱ ରହି ଥାଏ |ଘରେ ମହୁ ରହିଲେ ଆପଣଙ୍କର ବାସ୍ତୁ ଦୋଷ ଶାନ୍ତ ହୋଇଥାଏ | ପୂଜା ପାଠରେ ମଧ୍ୟ ମହୁ ବହୁତ ଜରୁରୀ ଅଟେ | ଘରେ ସର୍ବଦା ଶୀତଳ ଜଳ ବ୍ୟବହାର କରିବା ଉଚିତ | କୌଣସି ବନ୍ଧୁ ଆସିଲେ ତାଙ୍କୁ ଶୀତଳ ଜଳର ସେବନ କରାଇଲେ କୁଣ୍ଡଳୀରୁ ପାଣିର ଦୋଷ କାଟି ଯାଇଥାଏ | ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ବଇଁଶୀ ଯୋଉଁ ଘରେ ରହିଥାଏ ସେ ଘରେ ପ୍ରେମ ଓ ଧନର ଅଭାବ କେବେ ବି ରହି ନ ଥାଏ |
ବାଉଁଶର ବଇଁଶୀ ଘରେ ରଖିବା ଦ୍ୱରା ଘରର ସବୁ ସମସ୍ୟା ଦୂର ହୋଇଥାଏ | ଯଦି ଆପଣ ସନ୍ତାନ ସୁଖକୁ ନେଇ ଚିନ୍ତିତ ଅଛନ୍ତି ତାହେଲେ ଆପଣ ଘର କବାଟରେ ବାଳ ଗୋପାଳଙ୍କ ଫୋଟୋ ଲଗାଇ ପାରନ୍ତି | ମୟୁର ଚନ୍ଦ୍ରିକା ଗୋଟିଏ ଲେଖାଏଁ ପ୍ରତ୍ୟେକ ଘରେ ଲଗାଇଲେ ଘରେ ଶାନ୍ତିର ବାତାବରଣ ରହିଥାଏ | ଏହି ସମସ୍ତ ଜିନିଷ ଏହି ଜନ୍ମାଷ୍ଟମିରେ ଘରକୁ ନିଶ୍ଚିତ ରୂପେ ଆଣନ୍ତୁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।