ସବୁ ସମୟ ଖବର ସାଥିରେ

ଓଃ..କି…ଡାନ୍ସ ….ପୁଣି ଯାତ୍ରା ଷ୍ଟେଜରେ ନିଆଁ ଲଗାଇଲେ ଡ୍ୟାନ୍ସ Supper Star ରାଣୀ ପଣ୍ଡା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 18

ଓଡିଶାରେ ରାଣୀ ପଣ୍ଡା କହିଲେ କିଏ ବା ନ ଚିହିଁ ଥିବେ | ତାଙ୍କର ଅନ୍ଦାଜ ଷ୍ଟାଇଲ ଓ କଥା ବାର୍ତା ଯୋଗୁଁ ସେ ସବୁ ବେଳେ ଗଣ ମାଧ୍ୟମରେ ଆଗରେ ଥାନ୍ତି | ଦୁଇ ହଜାର ଅଠୋରରେ ଖଣ୍ଡଗିରି ଯାତ୍ରାରେ ଏକ ବୋଲଡ ଡାନ୍ସ କରି ଚର୍ଚ୍ଚାକୁ ଆସି ଥିଲେ ସେ | ଯାତ୍ରା ଜଗତର କଳାକାର ମାନଙ୍କ କଥା କହିଲେ ସମସ୍ତଙ୍କ ମନକୁ ଆସିଯାନ୍ତି ରାନୀ ପଣ୍ଡା | ନିଜର କଥା କହିବା ଷ୍ଟାଇଲ ଓ ସୁନ୍ଦର ଅଭିନୟ ଦ୍ୱାରା ସମସ୍ତଙ୍କ ମନ ଜିଣିଥାନ୍ତି | କେତେବେଳେ ସେ କୋଉଠି ଏକ ହିରୋଇନର ଚରିତ୍ରରେ ଦେଖିବାକୁ ମିଳୁଥିବା ବେଳେ କେତେବେଳେ ଦରିଦ୍ର ମାନଙ୍କୁ ସାହାଯ୍ୟ କରୁଥିବାର ଦେଖିବାକୁ ମିଳିଥାଏ | ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ସେ ଟ୍ରଲରେ ରୁହନ୍ତି ତାଙ୍କର ସ୍ପଷ୍ଟ କଥା ପାଇଁ |

ଆପଣ ମାନେ ବିଭିନ୍ନ ଯାତ୍ରା ଓ ନାଟକ ଦେଖି ଥିବେ | କିଛି ଦିନ ପୂର୍ବରୁ ରାଣୀ ପଣ୍ଡାଙ୍କ ଜୀବନକୁ ଆଧାର କରି ଏକ ଯାତ୍ରା ତିଆରି ହୋଇ ଥିଲା | ଏଥିରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି | ଯାତ୍ରା ସ୍ଵର୍ଣ ମନ୍ଦିର ଦ୍ୱାରା ପ୍ରସ୍ତୁତ ହୋଇଥିବା ରାଣୀ ପଣ୍ଡାଙ୍କ ଜୀବନ ନାଟକ ଘୋଡା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା | ଏହି ଯାତ୍ରାଟି ଏକ ସତ୍ୟ ଘଟଣାକୁ ନେଇ ପ୍ରସ୍ତୁତ କରା ଯାଇଛି | ଏହା ରାଣୀ ପଣ୍ଡାଙ୍କ ଜୀବନକୁ ଆଧାର କରାଯାଇଛି |


ଘୋଡା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା ନାଟକଟିରେ ରାଣୀ ପଣ୍ଡା ଲିଡ଼ ରୋଲ କରିଛନ୍ତି | ଏହା ସମ୍ପୂର୍ଣ ଭାବେ ତାଙ୍କ ଜୀବନ କାହାଣୀ ଉପରେ ଆଧାରିତ | ଏହି ଯାତ୍ରାର ପ୍ରଯୋଜକ ପିଣ୍ଟୁ ଓର ଅଫ ମୁକ୍ତି କାନ୍ତ ସାମଲ | ସେ ରାଣୀ ପଣ୍ଡାଙ୍କ ଜୀବନ ଶୈଳୀ ଉପରେ ନାଟକଟିକୁ ଅତି ସୁନ୍ଦର ଭାବେ ପରି ପ୍ରକାଶ କରିଛନ୍ତି | ଦର୍ଶକ ମାନେ ମଧ୍ୟ ଏହାକୁ ଖୁବ ପସନ୍ଦ କରୁ ଥିବାର ଦେଖିବାକୁ ମିଳିଥିଲା |ଆଜି ଆମେ ଆପଣଙ୍କୁ ରାଣୀ ପଣ୍ଡାଙ୍କ ବିଷୟରେ ଏମିତି ଏକ ଖବର ଜଣାଇ ବାକୁ ଯାଉଛୁ |

ପୁଣି ଏକ ବୋଲଡ ଡାନ୍ସ କରି ଚର୍ଚ୍ଚାରେ ଆସିଛନ୍ତି ରାଣୀ ପଣ୍ଡା | ଖଣ୍ଡଗିରିରେ ଯେମିତି ନିଜର ହଟ ଏବଂ ବୋଲଡ ଡାନ୍ସ ଦ୍ୱାରା ସମସ୍ତଙ୍କୁ ସ୍ତବ୍ଧ କରି ଥିଲେ ଏବଂ ସେଥି ଲାଗି ବହୁତ ଗାଳି ମଧ୍ୟ ତାଙ୍କୁ ଶୁଣିବାକୁ ମିଳି ଥିଲା | କାରଣ ନିଜର ନାମକୁ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ଅଙ୍ଗ ପ୍ରଦର୍ଶନ ଏକ ମାଧ୍ୟମ ନୁହେଁ | ନିଜର କଳାର ସାମର୍ଥ୍ୟ ଦ୍ୱାରା ଲୋକ ମାନେ ଆଗକୁ ଆସି ପାରିଥାନ୍ତି | ଏବଂ ଆମ ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାକୁ ଏହା ବ୍ୟାଘାତ କରୁଛି | ସମାଜ ଉପରେ କୁପ୍ରଭାବ ପକାଇବା ସହିତ ଆଜି ଯୁବ ପିଢ଼ି ଭୁଲ ରାସ୍ତାରେ ଗତି କରୁଛନ୍ତି |

ଏମିତି ଆଗରୁ ବହୁତ ଥର ଟ୍ରଲ ହେଲା ପରେ ମଧ୍ୟ ପୁଣି ରାଣୀ ଷ୍ଟେଜରେ ଏମିତି ନୃତ୍ୟ ପ୍ରଦର୍ଶନ କରୁଛନ୍ତି | ଏଥି ପାଇଁ ବିଭିନ୍ନ ଲୋକ ତାଙ୍କୁ ଏମିତି ଡାନ୍ସ ପ୍ରଦର୍ଶନ ନ କରିବା ପାଇଁ କମେଣ୍ଟ କରିଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।