ସବୁ ସମୟ ଖବର ସାଥିରେ

health tips-ଆପଣଙ୍କ ପେଟରେ କୃମି ହୋଇଛି କି ? ତେବେ ନିଶ୍ଚୟ କରନ୍ତୁ ଏହି ଘରୋଇ ଉପଚାର। କୃମି ରୁ ପାଇବେ ସମ୍ପୂର୍ଣ ମୁକ୍ତି।

0 48

କୃମି ସମସ୍ତଙ୍କୁ ହୋଇପାରେ। ସାଧାରଣତଃ ଏହା ପିଲା ମାନଙ୍କ ଠାରେ ହୋଇ ଥାଏ। ପେଟରେ କୃମି ଅନେକ ପ୍ରକାର ର ଅସୁବିଧା ସୃଷ୍ଟି କରିଥାଏ। ଏହା ଦ୍ୱାରା ପେଟରେ ଯନ୍ତ୍ରଣା ହେବା ସହ ଭୋକ ନ ଲାଗିବା ଓ ଓଜନ କମି ଯିବା ଭଳି ସମସ୍ୟା ର କାରଣ ହୋଇ ଥାଏ।

କୃମି ପାଇଁ ପ୍ରତିରୋଧ ଉପାୟ।

1. କୃମି ରୁ ରକ୍ଷା ପାଇବା ପାଇଁ ଜୀବନରେ ଖାଦ୍ୟ ପେୟ ରେ ପରିବର୍ତନ ଆଣିବା ଉଚିତ।

2. ଖାଇବା ପୂର୍ବରୁ ନିଜର ହାତକୁ ସାବୁନ ରେ ଭଲ ଭାବରେ ଧୋଇବା ଉଚିତ।

3. ପିଇବା ପାଇଁ ବିଶୁଦ୍ଧ ପାନୀୟ ଜଳ ର ବ୍ୟବହାର କରିବା ଉଚିତ। ପାଣି କୁ ପ୍ରଥମେ ଫୁଟନ୍ତୁ ଓ ଏହା ପରେ ଭଲ ଭାବରେ ଛାଣି ପିଅନ୍ତୁ।

4. ବାସୀ ଓ ଅଖାଦ୍ୟ ଖାଆନ୍ତୁ ନାହିଁ।

5. ଅତ୍ୟଧିକ ମିଠା ଜାତୀୟ ଓ ପକେଟ ଖାଦ୍ୟ ଖାଆନ୍ତୁ ନାହିଁ।

କୃମି ରୁ ରକ୍ଷା ପାଇଁ ଘୋରାଇ ଉପଚାର।

ଜୁଆଣି:

ଅଧା ଗ୍ରାମ ଜୁଆଣି କୁ ପାଉଡର କରି ସେଥିରେ ସମାନ ଭାବରେ ଗୁଡ଼ ଚିନି ମିଶାଇ ସେଥିରେ ବଟିକା ବନାଇ ଦିନକୁ 3 ଥର ଖାନ୍ତୁ। ଏହା କୀଟ ମାନଙ୍କୁ ମାରିବାରେ ସାହାଯ୍ୟ କରେ। କାହିଁକି ନା ଜୁଆଣି ରେ ଆଣ୍ଟି ବ୍ୟାକ୍ଟେରିଆଲ ଉପାଦାନ ଥାଏ। ଏହି ପରି ଭାବରେ ଲଗାତାର ଚାରି ରୁ ପାଞ୍ଚ ଦିନ ଖାଆନ୍ତୁ।

ଆପଣ ମଧ୍ୟ ଚାମଚ କଳା ଲୁଣ ଓ ସେଥିରେ ଜୁଆଣି ମିଶାଇ ଉଷୁମ ପାଣିରେ ଗୋଳାଇ ରାତିରେ ଶୋଇବା ଆଗରୁ ପ୍ରତିଦିନ ପିଇ ପାରିବେ। ଏହା ଦ୍ୱାରା କୃମି ନାଶ ହୋଇଥାଏ। ଏହି ଉପାୟ ବୟସ୍କ ଲୋକୋ ମାନଙ୍କ ଠାରେ ମଧ୍ୟ ଭଲ ଭାବରେ କାମ ଦିଏ। ଏହି ପରି ଲଗାତାର ଚାରି ରୁ ପାଞ୍ଚ ଦିନ କରନ୍ତୁ। ଦେଖିବେ ନିଶ୍ଚୟ ଆପଣଙ୍କୁ କୃମି ରୁ ମୁକ୍ତି ମିଳିବ।

ଡାଲିମ୍ବ ଚୋପା:

ଏହାକୁ ଶୁଖାଇ ଗୁଣ୍ଡ କରନ୍ତୁ ଓ ଏହି ପାଉଡର କୁ ପ୍ରତିଦିନ2 ଥର ବ୍ୟବହାର କରନ୍ତୁ। ଏହା ଦ୍ୱାରା ଉଭୟ ପିଲା ଓ ବୟସ୍କ ଲୋକୋ ମାନଙ୍କୁ ଲାଭ ମିଳି ଥାଏ।

ନିମ୍ବ ପତ୍ର:

ନିମ୍ବ ପତ୍ର ରେ ଆଣ୍ଟି ବ୍ୟାକ୍ଟେରିଆଲ ଉପାଦାନ ରହିଥାଏ। ଯାହା ଦ୍ୱାରା ପେଟ ରେ ପୋକ ମରି ଯାଇଥାନ୍ତି। ତେଣୁ ନିମ୍ବ ପତ୍ର କୁ ଶୁଖାଇ ଗୁଣ୍ଡ କରି ପ୍ରତିଦିନ ମହୁ ସହ ମିଶାଇ ଖାଇବା ଦ୍ୱାରା କୃମି ରୁ ମୁକ୍ତି ମିଳି ଥାଏ।

ରସୁଣ:

ରସୁଣ ରେ ସହଦେଵ ଲୁଣ ମିଶାଇ ଖାଇବା ଦ୍ୱାରା ମଧ୍ୟ କୃମି ରୁ ମୁକ୍ତି ମିଳି ଥାଏ। ଏହି ପରି ଚାରି ରୁ ପାଞ୍ଚ ଦିନ କଲେ ଲାଭ ମିଳି ଥାଏ।

ତୁଳସୀ:

ଯଦି ଆପଣଙ୍କ ପେଟରେ କୃମି ଅଛି ତେବେ ତୁଳସୀ ପତ୍ର ରସ ଦିନକୁ ଦୁଇ ଥର ଦୁଇ ଚାମଚ ଲେଖା ଖାନ୍ତୁ। ଦେଖିବେ ଅଳ୍ପ ଦିନ ମଧ୍ୟରେ କୃମି ରୁ ମୁକ୍ତି ମିଳିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।