ସବୁ ସମୟ ଖବର ସାଥିରେ

ଦେଖନ୍ତୁ EXCLUSIVE :ଭିଡିଓ ସ୍ୱାମୀର ଅମାନବୀୟ କାଣ୍ଡ: ସ୍ତ୍ରୀ’ କୁ ମାରି ପୋତି ଦେଲା ପାଇଖାନା ଟାଙ୍କିରେ,ଆଉ ୫ ମାସ ପରେ ଯାହା ଘଟିଲା…ଏ ନେଇ କଣ କହୁଛନ୍ତି, ଦେଖନ୍ତୁ ଭିଡ଼ିଓ

0 16

ସ୍ୱାମୀ ସ୍ତ୍ରୀର ସମ୍ପର୍କ ଜନ୍ମ ଜନ୍ମ ଜନ୍ମାନ୍ତର ପାଇଁ ହୋଇ ଥିଲା ବେଳେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ପାରିବାରିକ କଳହରୁ ରାଗରେ ସ୍ତ୍ରୀକୁ ସ୍ୱାମୀ ଜଣଙ୍କ ହତ୍ୟା କରି ପାଇଖାନା ଟାଙ୍କିରେ ଫୋପାଡ଼ି ଦେଇ ଥିବାର ଖବର ସାମ୍ନାକୁ ଆସୁଛି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |ସ୍ୱାମୀ ସ୍ତ୍ରୀ ଙ୍କ ଝଗଡାର ପରିଣାମ ଯେ ଏମିତି ବି ହୋଇ ପାରେ ତାହା ଆପଣ କେବେ ହେଲେ ବିଶ୍ୱାସ କରି ପାରିବେ ନାହିଁ| ଯାହାକୁ ଚିନ୍ତା କରିଲେ ଲୋମ ଟାଙ୍କୁରୀ ଉଠିବ | ପରିବାରର କଳି ଝଗଡ଼କୁ ନେଇ ସ୍ୱାମୀ ଜଣଙ୍କ ଉତକ୍ଷିପ୍ତ ହୋଇ ସ୍ତ୍ରୀ ଙ୍କୁ ହତ୍ୟା କରି ଦେଇ ଛନ୍ତି |

ହତ୍ୟା କରି ସାରିଲା ପରେ ପାଇଖାନା ଟାଙ୍କି ଭିତରେ ଫୋପାଡ଼ି ଦେଇ ଥିବାର ସୂଚନା ମିଳିଛି | ଆଉ ତାପରେ ଏହି ସୈତାନ ସ୍ୱାମୀ ଗଢ଼ିଛନ୍ତି ଏକ ମହା ନାଟକ | ସ୍ତ୍ରୀ ନିଖୋଜ ହୋଇ ଯାଇଥିବା କହି ନାଟକ ରଚି ଥିଲା | ଏବଂ ଏହି ଘଟଣାକୁ ପାଞ୍ଚ ମାସ ବିତି ଗଲାଣି | କିନ୍ତୁ ପାପ କେବେ ଲୁଚି ରହେନା | ଶେଷରେ ତାର ସବୁ ନାଟକର ପର୍ଦାଫାଶ ହୋଇ ଥିଲା |

ପୋଲିସ ସୈତାନ ସ୍ୱାମୀ ସମସ୍ତ ନାଟକ ଉପରୁ ପର୍ଦା ଉଠାଇ ଅଛି | ଏବେ ଏହି ଘଟଣାର ଅସଲ ଗୁମର ଜଣା ପଡିଛି | ପାଇଖାନା ଟାଙ୍କିରୁ ଉଦ୍ଧାର ହେଲା ସ୍ତ୍ରୀ ର ମୃତ ଦେହ | ମୃତ ମହିଳାଙ୍କ ନା ଗୌରୀ ବୋଲି ଜଣା ପଡିଛି | ତାଙ୍କୁ ହତ୍ୟା କରିଛନ୍ତି ତାଙ୍କ. ନିଜ ସ୍ୱାମୀ | ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | କୋରାପୁଟ କାକିରିଗିନା ଅଂଚଳରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ପାରିବାରିକ କଳହରୁ ସେହି ଅଂଚଳର ଦଶରଥ ସାହୁ ରାଗି ଯାଇ ନିଜ ସ୍ତ୍ରୀଙ୍କୁ ମାରି ଦେଇଛନ୍ତି ଏବଂ ଗୌରୀଙ୍କୁ ପାଇଖାନା ଟାଙ୍କିରେ ପକାଇ ଦେଇ ଥିଲେ |

ପୋଲିସ ଧରିବା ଭୟରେ ସ୍ତ୍ରୀ ନିଖୋଜ ହେବାର ନାଟକ କରି ଥିଲେ | ଏପଟେ ପୋଲିସ ପାଖରେ ନିଖୋଜ ହେବାର ଦାୟର ହୋଇ ଥିଲା | ହେଲେ ଝିଅ ଏତେ ଦିନ ପର୍ଯ୍ୟନ୍ତ ନିଖୋଜ ହେବାରୁ ତାଙ୍କ ବାପା ଘର ଲୋକେ ସନ୍ଦେହ କରିଥିଲେ | ସୂଚନା ଅନୁଯାୟୀ ୫ ମାସ ଧରି ନିଖୋଜ ଥିଲେ ଗୌରୀ | ଅଗଷ୍ଟ ଦୁଇ ତାରିଖ ଦିନ ତାଙ୍କ ବାପା ଗୌରୀଙ୍କ ଶାଶୁ ଘରକୁ ଯାଇଥିଲେ ଏବଂ ଜ୍ୱାଇଁଙ୍କୁ ଗୌରୀ କୋଉଁଠି ଅଛନ୍ତି ବୋଲି ପଚାରି ଥିଲେ | ଦଶରଥ କହି ଥିଲେ ଯେ ୩ ମାସ ହେଲା ସେ ମାନସିକ ବିକୃତ ଭାବେ ବ୍ୟବହାର କରୁଥିଲେ ଓ ସେଇଥି ପାଇଁ ସେ କୁଆଡେ ଚାଲି ଯାଇଥିବେ |

ତେଣୁ ତାଙ୍କ ବାପା ଥାନାରେ ଏକ ମାମଲା ରୁଜୁ କରାଇ ଥିଲେ | ଜଣେ ପରିବାର ଲୋକ ଦଶରଥଙ୍କୁ ସନ୍ଦେହ କରି ଅଗଷ୍ଟ ପନ୍ଦର ତାରିଖ ଦିନ ତାଙ୍କ ନାଁରେ ଆଉ ଗୋଟିଏ ମାମଲା ରୁଜୁ କରାଇ ଥିଲେ | ତେବେ ଶନିବାର ଦିନ ପୋଲିସର ଜେରା ପରେ ମାନସିକ ଭାରସାମ୍ୟ ହରାଇ ସମସ୍ତ ସତ କହିଛି | ମାରି ସରିବା ପରେ ସ୍ତ୍ରୀକୁ ପାଇଖାନା ଟାଙ୍କିରେ ପିଙ୍ଗିଥିବା ନେଇ ସୂଚନା ଦେଇ ଥିଲା | ଏହାପରେ ସେଠାରେ ପୋଲିସ ଓ ଫୋରେନସିକ ଟିମ ପହଂଚି ତନାଘନା ଜାରି ରହିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।