
ପାଳଙ୍ଗ ଶାଗର ଉପକାରିତା ଜାଣନ୍ତୁ…ଆଉ କେଉଁ ମାନେ ଖାଇବେ ,କେଉଁ ମାନେ ଖାଇବେ ନାହିଁ ସମ୍ପୂର୍ଣ କଥା ଜାଣନ୍ତୁ …
ପାଳଙ୍ଗ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ହୋଇଥାଏ। ଏଥିରେ ଆଇରନ ଏବଂ ପୋଟାସିୟମ ଭରପୁର ମାତ୍ରାରେ ରହିଥାଏ। ଏହା ସହିତ ପାଳଙ୍ଗରେ ଭିଟାମିନ ଏ ଏବଂ ଭିଟାମିନ କେ ଭରପୁର ମାତ୍ରାରେ ରହିଥାଏ। ଏଥିରେ କ୍ୟାଲସିୟମ ,ଫଲିକ୍ ଏସିଡ, ଭିଟାମିନ B2 ଏବଂ ଭିଟାମିନ B6 ମଧ୍ୟ ଭରି ରହିଛି। ତେବେ ଆଜି ଆମେ ଆମର ଲେଖା ମାଧ୍ୟମରେ ଆପଣଙ୍କୁ ଜଣାଇବୁ ଯେ ପାଳଙ୍ଗ ଶାଗ ଲେ ଉପକାରିତା ବାବଦରେ। ଏହାକୁ ଆପଣ କିପରି ସେବନ କରିବେ ତାହା ମଧ୍ୟ ଆଜି ଆମେ ଆପଣଙ୍କୁ ଜଣାଇବୁ।
ଉପକାରିତା:-
୧. ଖୁବ୍ କମ୍ କ୍ୟାଲୋରୀ ରହିଥାଏ। ଯଦି ଆପଣ ପାଳଙ୍ଗଏ ସେବନ କରୁଛନ୍ତି ତେବେ ପେଟ୍ ପୁରି ଯାଇଥାଏ। କିନ୍ତୁ ଶରୀର ବହୁତ୍ କମ୍ କ୍ୟାଲୋରୀ ପାଇଥାଏ ତେଣୁ ଆପଣ ଆପଣ ଭୋକିଲା ଅନୁଭବ କରି ନଥାନ୍ତି। ଏବଂ ଅତ୍ୟଧିକ ଖାଦ୍ୟ ଖାଇବାରୁ ବଞ୍ଚିତ ରହିବେ ଯାହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ। ଯଦି ଆପଣ ଶହେ ଗ୍ରାମ ପାଳଙ୍ଗ ଶାଗ ସେବନ କରୁଛନ୍ତି ତେବେ ଏଥିରେ ୨୬ କ୍ୟାଲୋରୀ ଏନର୍ଜି ରହିଥାଏ। ତେବେ ଆପଣ ଯଦି ଡାଏଟିଂ କରୁଛନ୍ତି ତେବେ ପାଳଙ୍ଗ ଶାଗର ସେବନ ନିହାତି ଭାବେ କରନ୍ତୁ।
୨. ପାଳଙ୍ଗରେ ଫାଇବର୍ ର ମାତ୍ର ଅଧିକ ରହିଥାଏ। ତେଣୁ ଏହା ପେଟର ଧିରେ ଧିରେ ହଜମ୍ କରିଥାଏ। ଏହା ହଜମ କ୍ରିୟାକୁ ଭଲ କରିଥାଏ। ଏବଂ କୋଷ୍ଠ କଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଯଦି ଆପଣଙ୍କ ପେଟ ସଫା ହେବାରେ ସମସ୍ୟା ରହିଥାଏ ତେବେ ପ୍ରତ୍ୟେକ ଦିନ ପାଳଙ୍ଗର ସେବନ କରନ୍ତୁ।
୩. ଟ୍ରେସ୍ ଦୂର କରିବାରେ ପାଳଙ୍ଗ ସାହାଯ୍ୟ କରିଥାଏ। ଏଥିରେ ଜିଙ୍କ ଏବଂ ମ୍ୟାଗ୍ନେସିୟମ୍ ରହିଥାଏ। ଯାହା ଆମ ମୁଡ୍ କୁ ଭଲ ରଖିବାରେ ସାହାଯ୍ୟ କରିଥାଏ।
୪. ଅସ୍ଥିକୁ ଷ୍ଟ୍ରଙ୍ଗ କରିବାରେ ପାଳଙ୍ଗ ସାହାଯ୍ୟ କରିଥାଏ। ଏଥିରେ କ୍ୟାଲସିୟମ ପ୍ରଚୁର ପରିମାଣରେ ରହିଥାଏ ତେଣୁ ଏହାକୁ ସେବନ କଲେ ଅସ୍ଥି ଷ୍ଟ୍ରଙ୍ଗ ରହିଥାଏ। ଆଣ୍ଠୁ ଗଣ୍ଠି ସମସ୍ୟା ରହିଥିଲେ ପାଳଙ୍ଗର ସେବନ କରି ପାରିବେ।
୫. ପାଳଙ୍ଗରେ ପ୍ରଚୁର ପରିମାଣରେ ଆଇରନ ରହିଥାଏ ଯାହା ରକ୍ତ ହୀନତା ଦୂର କରିଥାଏ। ଏହା ଶରୀରରେ ହିମଗ୍ଲୋବିନ୍ ର ମାତ୍ରାକୁ ବଢ଼ାଇ ଥାଏ। ଗର୍ଭବତୀ ମହିଳା ମାନେ ପାଳଙ୍ଗ ଶାଗ ନିହାତି ଖାଇବା ଆବଶ୍ୟକ।
୬. ପାଳଙ୍ଗ ଶାଗରେ ରହିଥିବା ପୋଟାସିୟମ ଉଚ୍ଚ ରକ୍ତଚାପକୁ କଣ୍ଟ୍ରୋଲ କରିଥାଏ।
୭. ପାଳଙ୍ଗ ତ୍ଵଚାକୁ ମଧ୍ୟ ସୁସ୍ଥ ରଖିଥାଏ। ପାଳଙ୍ଗର ସେବନ କଲେ ତ୍ଵଚାରେ ଚମକ ଆସିଥାଏ। ଏହା ସ୍କିନ୍ ରେ ନୂତନ ଟିସୁ ସୃଷ୍ଟି କରିଥାଏ।
କେଉଁମାନେ ପାଳଙ୍ଗ ଖାଇବେ ନାହିଁ:-
ତେବେ ଯେଉଁ ଲୋକମାନଙ୍କର କିଡନୀରେ ଷ୍ଟୋନ ସମସ୍ୟା କିମ୍ବା ବନ୍ଧ୍ୟା ଦୋଷ ରହିଛି ସେମାନେ ପାଳଙ୍ଗର ସେବନ କରନ୍ତୁ ନାହିଁ। ଗ୍ୟାଷ୍ଟିକ ରୋଗୀ ମାନେ ମଧ୍ୟ ପାଳଙ୍ଗ ଶାଗ କମ୍ ଖାଆନ୍ତୁ।ପାଳଙ୍ଗ କୁ କିପରି ସେବନ କରିବେ:-ପାଳଙ୍ଗରେ ବହୁତ୍ ଔଷଧୀୟ ଗୁଣ ରହିଥାଏ। ଏହାକୁ ଯଦି ଆପଣ ଅଧିକ ସମୟ ରାନ୍ଧୁଛନ୍ତି ତେବେ ଏହାର ଗୁଣ ନଷ୍ଟ ହୋଇ ଯାଇଥାଏ। ତେଣୁ ଏହାକୁ କଞ୍ଚା ସେବନ କରନ୍ତୁ ହାଲକା ଷ୍ଟିମ୍ କରି କିମ୍ଵା ଏହାର ଜୁସ କରି ମଧ୍ୟ ଖାଇ ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।