ସବୁ ସମୟ ଖବର ସାଥିରେ

ପୁଅପିଲା ଭୁଲ କରିବେ …କେହି କହିପାରିବେନି ସେ ପୁରା ରାମଚନ୍ଦ୍ର ..ଆମ ପାଖରେ ରାବଣ ଗୁଣ ବି ଅଛି :ଅମର ମହାପାତ୍ର

0 10

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଜାଣି ଥିବେ ଅମର ମହାପାତ୍ର ଙ୍କ ବିଷୟରେ | ତେବେ ଅମର ମହାପାତ୍ର ହେଉଛନ୍ତି ଜଣେ ଏମିତି କଳାକାର ଯିଏ କି ତାଙ୍କ ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କ ର ମନକୁ ବେଶ ଭଲ ଭାବରେ ଆକୃଷ୍ଟ କରେଇ ପାରିଛନ୍ତି | ଛୋଟ ପରଦା ଠୁ ଆରମ୍ଭ କରିକି ବଡ଼ ପରଦା ପର୍ଯ୍ୟନ୍ତ ସେ ସବୁଠି କାର୍ଯ୍ୟ କରିଛନ୍ତି | ଆଉ ତାହା ସହିତ ନିଜ ବିଷୟରେ ଓ ଏହି ଫ୍ଲିମ ଲାଇନ କୁ ଆସିବା ପାଇଁ ସେ ଯେଉଁ ଭଳି ଭାବରେ ଷ୍ଟୋଗୋଲ କରିଛନ୍ତି ସେ ବିଷୟରେ ମଧ୍ୟ କହିଛନ୍ତି ଅମର | ତାହେଲେ ଆସନ୍ତୁ ବନ୍ଧୁଗଣ ଅମର ତାଙ୍କ ନିଜ ବିଷୟରେ କଣ କହିଛନ୍ତି ସେ ବିଷୟରେ ଅଧିକ ଆଲୋଚନା କରିବା |

0..ତେବେ ଜଣେ ଭଲ କମେଡିଆନ ଆଉ ଜଣେ ଭଲ ଅଭିନେତା ଭାବରେ ତ ଆପଣ ମାନେ ତାଙ୍କୁ ବେଶ ଭଲ ଭାବରେ ଜାଣିଥିବେ | ତେବେ ସେ ତାଙ୍କର ଏହି ଫ୍ଲିମ ଲାଇନ କୁ ଆସିବା ପାଇଁ କରିଥିବା ଷ୍ଟୋଗୋଲ ବିଷୟରେ କହିଛନ୍ତି କି , ସେ ଯେତେବେଳେ ଏକ୍ଟିଙ୍ଗ ଲାଇନ କୁ ଆସିବା ପାଇଁ ଚାହିଁଥିଲେ ସେତେବେଳେ ତାଙ୍କର ଘରେ କେହି ରାଜି ହୋଇ ନ ଥିଲେ କି ତାଙ୍କୁ ତାଙ୍କର ଘରେ କେହି ସାହାଯ୍ୟ ମଧ୍ୟ କୋଟି ନ ଥିଲେ |

କାରଣ ଅମର ଙ୍କ ଘରେ ସମସ୍ତେ ସରକାରୀ ଚାକିରୀଆ ଆଉ ତାଙ୍କ ବାପା ଙ୍କର ମଧ୍ୟ ଗୋଟିଏ ଇଚ୍ଛା ଥିଲା କି ସେ ମଧ୍ୟ ଭଲ ଚାକିରୀ କରନ୍ତୁ ବୋଲି | ତେବେ ତାଙ୍କୁ ଏହି ସବୁ ଷ୍ଟ୍ରୋଗଲ ଲାଇଫ ରେ ସମ୍ପୂର୍ଣ୍ଣ ସାହାଯ୍ୟ କରିଛନ୍ତି ତାଙ୍କର ସ୍ତ୍ରୀ | ଆଉ କହିଛନ୍ତି କି ସ୍ତ୍ରୀ ହେଉଛନ୍ତି ଘରର ଲକ୍ଷ୍ମୀ ତେଣୁ ତାଙ୍କୁ ସଂମାନ ଦେବା ଆମର ଦାୟିତ୍ୱ | ତେବେ ସେ ଆହୁରି ମଧ୍ୟ କହିଥିଲେ କି ତାଙ୍କ ର ସ୍ତ୍ରୀ ଙ୍କୁ ସେ ପ୍ରେମ ଜାଲରେ ଫୋସେଇକି ବାହା ହୋଇଥିଲେ ବୋଲି |

ତାହା ସହିତ ଅମର ମହାପାତ୍ର କହିଛନ୍ତି କି କେହି ପୁଅ ଖାଣ୍ଟି ନୁହଁ କି ମୁଁ ନୁହଁ, ମୁଁ ବି ବିବାହ ଆଗରୁ ଝିଅ ମାନଙ୍କୁ ଭଲ ପାଇଛି କିନ୍ତୁ ତାହା ମାନେ ନୁହଁ ଆମ ସ୍ତ୍ରୀ ଙ୍କୁ ଆମେ ଧୋକା ଦେବା | ତେବେ ଆଜି ସେ ଯାହା ବି ହେଇଛନ୍ତି ସବୁ ପଛରେ ତାଙ୍କର ସ୍ତ୍ରୀ ଙ୍କର ହାତ ଅଛି ବୋଲି | ତେବେ ସେ ଆହୁରି ମଧ୍ୟ କହିଛନ୍ତି ତାଙ୍କର ଗୋଟିଏ ବଡ଼ ଆଶା ରହିଛି କି ସେ ବଡ଼ ହୋଇକି ବଡ଼ ପ୍ରଡୁସର ହେବେ | ଆଉ ଅନୁଭବ, ଅରିମଦମ, ବାବୁସାନ ଙ୍କ ଭଳି ଫ୍ଲିମ ଷ୍ଟାର ମାନଙ୍କୁ ନେଇକି ଫ୍ଲିମ କରିବେ | ଆଉ ଅମର ମହାପାତ୍ର ଙ୍କର ଏହି କଥା ସବୁ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |