ସବୁ ସମୟ ଖବର ସାଥିରେ

viral video – ତବଲା ବଜାଉଛି ଭାଇ, ଗୀତ ଗାଉଛି କୁନି ଭଉଣୀ I ଗୀତ ଗାଇ ଲୋକଙ୍କ ମନ ମୋହୁଛନ୍ତି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

0 7

ତାଳ ସହ ତାଳ ଦେଇ ବାଜୁଛି ତବଲା, ହୃଦୟର କଥାକୁ ହାତ ମାନି ବଜାଉଛି ହାରମୋନିୟମ । ତବଲା, ହାରମୋନିୟମ ର ସୁର ତାଳ ର ସଙ୍ଗମ ମନ କୁ ହାଲକା କରୁଛି , ମନ ଜିଣି ନେଉଛି । ଆଉ ବାଦ୍ୟଯନ୍ତ୍ର ଉପରେ କୁନି କୁନି ହାତ ର ଯାଦୁ ସମସ୍ତ ଙ୍କୁ ତାଜୁବ କରିଛି । ଦୁଇ ଭାଇ ଓ ଭଉଣୀ ଙ୍କ ପ୍ରତିଭା ପୂରା ଅଞ୍ଚଳ ରେ ଚର୍ଚ୍ଚା ପାଲଟିଛି ।

ମଳୟ ଓ ସୋନାଲି , ଦୁଇ ଭାଇ ଓ ଭଉଣୀ । ମଳୟ ୧୬ ବର୍ଷ ର ହୋଇଥିବା ବେଳେ ସେ ତବଲା ବଜାଇବା ରେ ବେଶ ନିପୁଣ ।ତବଲା ରେ ସେ ଡିଗ୍ରୀ ହାସଲ କରିଛନ୍ତି ଏବଂ ସୋନାଲି ଙ୍କ ବୟସ ୧୫ ବର୍ଷ, ସେ ହାରମୋନିୟମ ବଜାଇବା ରେ ମାହିର ।ସେ +୨ ରେ ହାରମୋନିୟମ ବଜାଇବା କଳା ଶିଖି ଥିଲେ କଳା ପ୍ରତି ଦୁଇ ଭାଇ ଓ ଭଉଣୀ ଙ୍କ ନିଷ୍ଠା ଓ ସାଧନା ସେମାନ ଙ୍କୁ ଅଳ୍ପ ବୟସ ରେ ସ୍ଥାନୀୟ ଅଞ୍ଚଳ ରେ ପରିଚୟ ଦେଇଛି ।

ଏହି ଘଟଣା ଟି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡରୀପୋଖରୀ ବ୍ଲକ ଅନ୍ତର୍ଗତ ନବକ ଗ୍ରାମ ରେ ଗ୍ରାମ ରେ ଅଜୟ ମହାପାତ୍ର ଓ ସୌଦାମିନୀ ମହାପାତ୍ର ଙ୍କ ର ୧୬ ବର୍ଷ ର ପୁଅ ମଳୟ ଓ ୧୫ ବର୍ଷ ର ଝିଅ ସୋନାଲି ଏବେ ସଙ୍ଗୀତ କଳା ଓ ବାଦ୍ୟ କଳାକ୍ଷେତ୍ରର ସତନ୍ତ୍ରତା ପାଇଁ ସ୍ଥାନୀୟ ଅଞ୍ଚଳ ରେ ବେଶ୍ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି ।

ପିଲା ଦିନ ରୁ ପୁଅ ଓ ଝିଅ ଙ୍କ ର ସଙ୍ଗୀତ ର ଉପରେ ଆଗ୍ରହ ଦେଖି ମାଆ ସୌଦାମିନୀ ଙ୍କ ଅନୁରୋଧ ରଖି ବାପା ଅଜୟ ସ୍ଥାନୀୟ ଭୀମଭୋଇ କଳା ନିକେତନ ରେ ନାମ ଲେଖିଥିଲେ।ପରେ ଗୁରୁ ଧ୍ରୁବା ଚରଣ ରାଉତ ଙ୍କ ଶିକ୍ଷା ଦାନ ରେ ମଳୟ ତବଲା ଉପରେ !

ଡ଼ିଗ୍ରୀ ହାସଲ କରିଥିଲେ ସରକାରୀ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢୁଥିବା ବେଳେ ଶେଷଦେବ ଶ୍ରେଣୀରେ ପଢୁଛନ୍ତି । ନିଜ ପଢାପଢିରୁ ଫୁରସତ ପାଇବା କ୍ଷଣି ତବଲା, ହାରମୋନିୟମ ଧରି ଅଭ୍ୟାସ କରିବାକୁ ବସିପଡନ୍ତି ଦୁଇ ଭାଇ ଓ ଭଉଣୀ।

ପ୍ରତିଭାବାନ ଦୁଇ ଭାଇ ଗରିବ ପରିବାରରେ ଜନ୍ମ ହୋଇଥିବାର ବେଳେ ଦୁହେଁ ମା ,ବାପା। ବାପା ବହୁ କଷ୍ଟରେ ସେମାନଙ୍କୁ ମଣିଷ କରୁଛନ୍ତି । ଘରର ପରିସ୍ଥିତି ଭଲ ନଥିବାରୁ ପାରାୟଣ କରିବାକୁ ଯାଆନ୍ତି ଦୁହେଁ । ହାରମୋନିୟ, ତବଲା ବଜାଇ ଯାହା ଟଙ୍କା ଆଣନ୍ତି ସେସବୁ ପରିବାର ଚଳାଇବାକୁ ବାପାଙ୍କୁ ଦିଅନ୍ତୁ ।

ତେବେ ଉପାନ୍ତ ଅଞ୍ଚଳର ଉଦୀୟମାନ କଳାକାର ଅନେକ ସମୟରେ ପ୍ରୋତ୍ସାହନ, ପ୍ରେରଣା ଅଭାବରେ ଆଗକୁ ବଢି ପାରନ୍ତିନି କି ସେମାନଙ୍କର ପ୍ରତିଭାର ବିକାଶ ପାଇଁ କୌଣସି ସହଯୋଗ ମିଳେନି । ଆଉ ଏ ଦୁଇ ଭାଇ ସେମିତି ପ୍ରତିଭାଧାରୀ ହୋଇଥିଲେ ବି ଅଭାବର ଅଗଣାରେ କଳାକୁ ନେଇ ସ୍ୱପ୍ନ ଦେଖୁଛନ୍ତି । ହେଲେ କିଏ କରିବ ଏମାନଙ୍କ ସ୍ୱପ୍ନକୁ ସାକାର ? ସ୍ୱାର୍ଥପର ସମାଜରେ କିଏ ହେବ ଏମାନଙ୍କୁ ସାହା? ପ୍ରତିଭାକୁ ବିକଶିତ କରିବାକୁ ପ୍ରଶାସନ ଆଗେଇ ଆସିବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।