ସବୁ ସମୟ ଖବର ସାଥିରେ

ଓଡ଼ିଆ ସାଧାରଣଜ୍ଞାନ Questions – ସାତଟି କଦଳୀ ଅଛି,ତାହାକୁ ଆଠ ଜଣ ଲୋକ ନକାଟି ନ ଭାଙ୍ଗି ସମାନ ଭାବରେ କିପରି ଖାଇବେ, ସାହସ ଅଛି ତ ଉତ୍ତର ଦିଅ…

0 16

ଆପଣ ମନେ ବୟସ୍କ ଲୋକ ମାନଙ୍କ ଠାରୁ ଶୁଣି ଥିବେ ବିଦ୍ୟାର କୌଣସି ସମାପ୍ତି ନ ଥାଏ | ଏହି ପ୍ରଶ୍ନ ଗୁଡିକ ବ୍ୟଙ୍ଗାତ୍ମକ ହୋଇ ଥିବା ସହ କିଛି ଜ୍ଞାନର କଥାକୁ ମଧ୍ୟ ଶିକ୍ଷା ଦେଇ ଯାଇ ଥାଏ | ସେଇଥି ପାଇଁ ତ କୁହା ଯାଏ ଯେ ସମସ୍ତ ଜିନିଷ ଦିନେ ନା ଦିନେ ସମାପ୍ତ ହୋଇ ଥାଏ କିନ୍ତୁ ଜଣେ ବ୍ୟକ୍ତି ନିଜର ଜ୍ଞାନ ଆହୋରଣ ଜୀବନ ସାରା କରି ପାରି ଥାନ୍ତି ଏବଂ ଏହାର ସମାପ୍ତି ନ ଥାଏ |
ଆଜିର ଦୁନିଆରେ ପ୍ରତ୍ୟେକ କାର୍ଯ୍ୟ ପାଇଁ ସମସ୍ତଙ୍କ ଭିତରେ ପ୍ରତିଯୋଗୀ ମନ ଭାବ ରହି ଥିବାର ଦେଖିବାକୁ ମିଳୁଛି | ତେଣୁ ଆପଣଙ୍କୁ ସର୍ବଦା ବା କୌଣସି ମୁହୂର୍ତ୍ତରେ ଯୋଉଁ ଜ୍ଞାନ ଆହୋରଣ କରୁଛନ୍ତି ତାହାକୁ ସଠିକ ଭାବେ ଶିଖି ସଠିକ ସ୍ଥାନରେ ବ୍ୟବହାର କରିବାକୁ ପଡିବ | ତାହାଲେ ଯାଇ ଆପଣ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହିସାବରେ ସମାଜରେ ଗଣ୍ୟ ହୋଇ ପାରିବେ | ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ମଜାଳିଆ ପ୍ରଶ୍ନ ଗୁଡିକ ବିଷୟରେ ଆପଣଙ୍କୁ ଅବଗତ କରାଇବୁ | ଆସନ୍ତୁ ଆଲୋଚନା କରିବା ସେ ସମ୍ପର୍କରେ |

ପ୍ରଶ୍ନ -1ଜଣେ ବାପା ତାର ଝିଅକୁ ଏମିତି ଫଳ ଦେଲା ଓ କହିଲା ଏହାକୁ ଭୋକ ଲାଗିଲେ ଖାଇବୁ, ଶୋଷ ଲାଗିଲେ ପିଇବୁ ଓ ଶୀତ ଲାଗିଲେ ଜାଳିବୁ|ତାହା କଣ ଅଟେ?ଉତ୍ତର -ନଡ଼ିଆ
ପ୍ରଶ୍ନ -2କେଉଁ ପେଡିର ଚାବି ନାହିଁ?
ଉତ୍ତର -ନିଆଁ
ପ୍ରଶ୍ନ -3୫ଟି ଅକ୍ଷର ନାମ ମୋହରଚତୁର୍ଥ ପଞ୍ଚମ କରିଲେ ଯୋଗ ହାତୀର ନାମକୁ ବୁଝାଉ ଥିବ |ଦ୍ୱିତୀୟ ପ୍ରଥମ କରିଲେ ଯୋଗ ଜଳର ନାମକୁ ବୁଝାଉ ଥିବ |ପ୍ରଥମ ପଞ୍ଚମ କରିଲେ ଯୋଗ କିପରି ଖାଇବ ତାକୁ ଜାଣିବ |ପ୍ରଥମ, ଦ୍ୱିତୀୟ, ତୃତୀୟ କରିଲେ ଯୋଗ ରାତିର ନାମକୁ ବୁଝାଉ ଥିବ, ଯତ୍ନ କରି ମତେ ଯିଏ ରଖିବ ବଗିଚା ତାର ମୋହକୁ ଥିବ?
ଉତ୍ତର :-ରଜନୀଗନ୍ଧା
ପ୍ରଶ୍ନ -4ମାଆ ଠାରୁ ପୁଅ ହୋଇଲା ଜାତ, କ୍ଷୀର ନୋଖୁନୁ ଖାଇଲା ଭାତ | ମାଆକୁ ସେ ପୁଅ ଛୁଇଁବ ନାହିଁ, ଛୁଇଁଲେ ସେ ପୁଅ ରହିବ ନାହିଁ |
ଉତ୍ତର -ଲୁଣ
ପ୍ରଶ୍ନ -5ଭାରତର କେଉଁ ନଦୀରୁ ହୀରା ମିଳି ଥାଏ?
ଉତ୍ତର -କ୍ରିଷ୍ଣା ନଦୀ
ପ୍ରଶ୍ନ- 6କେଉଁ ଗ୍ରହର ଚତୁର୍ପାର୍ଶ୍ୱରେ ବଳୟ ରହି ଥାଏ?
ଉତ୍ତର – ଶନି ଗ୍ରହ

ପ୍ରଶ୍ନ -7କେଉଁ ଯନ୍ତ୍ର ସାହାଯ୍ୟରେ ବାୟୁର ଗତି ମପା ଯାଏ?
ଉତ୍ତର -ଏନିମୋମିଟର
ପ୍ରଶ୍ନ -8ଭାରତ ରତ୍ନର ଡିଜାଇନ କେଉଁ ଗଛର ପତ୍ର ସଦୃଶ ହୋଇ ଥାଏ?
ଉତ୍ତର -ଅଶ୍ୱସ୍ତ ଗଛ
ପ୍ରଶ୍ନ -9କାହାକୁ ଜୀବ ବିଜ୍ଞାନର ଜନକ କୁହା ଯାଏ?
ଉତ୍ତର -ଆରିଷ୍ଟୋଟୋଲ
ପ୍ରଶ୍ନ- 10ଭାରତର କେଉଁ ସହରକୁ ସାତ ଦ୍ବୀପର ସହର କୁହା ଯାଏ?
ଉତ୍ତର -ମୁମ୍ବାଇଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।