ସବୁ ସମୟ ଖବର ସାଥିରେ

ମାଆ ଆଉ କାହା ହାତ ଧରି ପଳାଇଲା ବାପା ଝୁରି ଝୁରି ଆରପାରିକୁ ଚାଲିଗଲେ, ଏବେ ବେସାହାରା ଜୀବନ ଜିଉଁଛନ୍ତି ଦୁଇ ଭାଇ ଭଉଣୀ…ଯଦି ଆପଣଙ୍କ ମନରେ ଦୟା ଥିବ ତେବେ ଏ ଭିଡିଓ ଦେଖିବେ

0 73

ଆପଣ ମାନେ ସମସ୍ତେ ଦେଖୁଥିବେ ବର୍ତ୍ତମାନ ସମୟରେ ଦୁନିଆ କେଉଁ ପ୍ରକାର ଚାଲିଛି। ଆଉ ସମାଜରେ କିଭଳି ପ୍ରକାର ଘଟଣା ସବୁ ଘଟୁଛି। ଆଉ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ। କିନ୍ତୁ ସେହି ଘଟଣା ଗୁଡ଼ିକ ମଧ୍ୟରୁ କିଛି ଏମିତି ଘଟଣା ଘଟିଥାଏ ଯାହା ଦେଖିଲେ ବା ଶୁଣିଲେ ଆପଣଙ୍କ ଆଖି ରେ ଲୁହ ଆସିଯିବ। ଆପଣ ମାନେ ସମସ୍ତେ ଜାଣିଥିବେ ପିଲା ମାନଙ୍କ ପାଇଁ ତାଙ୍କ ବାପା ଓ ମା ସବୁକିଛି ହୋଇଥାନ୍ତି। ଆଉ ଯଦି ବାପା ମା ନଥାନ୍ତି ତେବେ ଆପଣ ମାନେ ଜାଣି ପାରୁଥିବେ ସେହି ପିଲାମାନଙ୍କର ଅବସ୍ଥା କେମିତି ଥିବ। ସେମାନେ ବାପା ମା ଙ୍କ ଅନୁପସ୍ଥିତି କୁ କିପରି ଅନୁଭବ କରୁଥିବ। ବିଶେଷ କରି ଛୋଟ ପିଲାମାନେ ଜାଣି ପାରିବେ ନାହିଁ ତାଙ୍କର ବାପା ମା ନାହାନ୍ତି ବୋଲି।

ତେବେ ଏମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି ଯାହା ପ୍ରକୃତରେ ଆଖି ରେ ଲୁହ ଆସିଯିବ। ତେବେ ସମାଜ ସବୁବେଳେ ସମାଜରେ ବାସ କରୁଥିବା ଲୋକମାନଙ୍କୁ ନେଇ ଗଠନ ହୋଇଥାଏ। ସମାଜର ବିକାଶ ସେହି ସମାଜର ବାସ କରୁଥିବା ଲୋକଙ୍କ ମୌଳିକ ବିକାଶ ରୁ ଜଣାପଡ଼େ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଘଟଣା ସମ୍ପର୍କରେ କହିବୁ ଯାହା ଆପଣଙ୍କୁ ମଧ୍ୟ ଦୁଃଖ ଲାଗିବ। ଘଟଣାଟି ହେଉଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଅଞ୍ଚଳର। ସେହି ଗାଁର ବାସ କରନ୍ତି ଦୁଇ ଭାଇ ଓ ଭଉଣୀ। ଯେଉଁ ବୟସରେ ସେମାନେ ପାଠ ପଢିବା କଥା ସେହି ବୟସରେ ସେମାନେ ଅନାଥ ହୋଇ ବୁଲୁଛନ୍ତି। ଖାଇବା ପାଇଁ ପାଉ ନାହାନ୍ତି।

 


କଂସାଏ ପଖାଳ ସହିତ ଲୁଣ ଲଙ୍କା ଲଗେଇ ଖାଉଛନ୍ତି। ସତରେ କିପରି ଘଟଣା ଭାବୁଥିବେ। ବାପା ବିବାହ କରିବା ପରେ ବର୍ଷକ ପରେ ଦୁଇ ଭାଇ ଓ ତାପରେ ଉଉଣୀ ହେଲା। ସୁନାର ସଂସାର ଖୁସି ରେ ଚାଲିଥିଲା। କିନ୍ତୁ କିଛିଦିନ ପରେ ମା କାହା ସହିତ ପଳେଇଗଲା। ସେହି ଦୁଃଖ ରେ ବାପା ଚିନ୍ତା କରି କରି ଅଜଣା ରୋଗରେ ପୀଡ଼ିତ ହୋଇ ସେ ବି ଆଖି ବୁଜି ଦେଇଥିଲା। ତେବେ ବର୍ତ୍ତମାନ ଦୁଇ ଭାଇ ଓ ଭଉଣୀ ବାପା ଓ ମା ଙ୍କୁ ଝୁରି ଝୁରି ଆଖି ରୁ ଲୁହ ଶୁଖୁନି। ବର୍ତ୍ତମାନ ସେମାନେ ତାଙ୍କ ବଡ଼ ବାପାଙ୍କ ଘରେ ଅଛନ୍ତି ବୋଲି କହିଛନ୍ତି। ଆଉ ତାଙ୍କ ପାଠ ପଢ଼ା ଖର୍ଚ୍ଚ ବୁଝିବା ପାଇଁ ଆଉ ଅନ୍ୟାନ୍ୟ ସୁବିଧା ପାଇଁ ସାହାଯ୍ୟ ମାଗିଛନ୍ତି ସରକାରଙ୍କୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।