ସବୁ ସମୟ ଖବର ସାଥିରେ

“ମୁଁ ରାଣ୍ଡି ବୁଢିଟେ” କହି ବିଜେଡି(BJD) ର ଚଉଦ ପୁରୁଷ ଉଧାରିଲେ ଏହି ବୁଢି ମାଉସୀ ଜଣକ ଭାଇରାଲ ହେଉଛି ଏହି ଭିଡିଓ 3ଲକ୍ଷରୁ ଅଧିକ ଲୋକ ଦେଖିସାରିଲେନି

0 52

ଦେଶରେ ପାଞ୍ଚଟି ରାଜ୍ୟରେ ବିଧାନ ସଭା ଇଲେକ୍ସନ୍ ଚାଲିଛି ଆଉ ତା ଭିତରେ ବି ଓଡ଼ିଶା ରହିଅଛି ତେଣୁ ସବୁ ଆଡେ ଖାଲି ନେତାଙ୍କ ଗହଳି ଆଉ ଜନତାଙ୍କ ଗୋଡ଼ ତଳେ ନେତା ସରେଣ୍ଡର କରିଛନ୍ତି । କେତେକ ପ୍ରତିଶ୍ରୁତି କେବେ ଭାଷଣ ଦେଇ ଭୋଟ୍ ପାଇଁ ହାତ ପାତିଛନ୍ତି ନେତା । ପ୍ରତି ପାଞ୍ଚ ବର୍ଷ କୁ ଥରେ ଇଲେକ୍ସନ ହୁଏ ଆଉ ସେତେବେଳେ ନେତା ମାନଙ୍କ ଅବସ୍ଥା ଏମିତି ହୁଏ କିନ୍ତୁ ଏବେ ଆଉ ଲୋକ ମାନେ ମାଲିମୁଣ୍ଡିଆ ହେଇ ନାହାନ୍ତି ସେମାନେ ମଧ୍ୟ ଜିତେଇଥିବା ପ୍ରାଥିକୁ ମଧ୍ୟ ପ୍ରଶ୍ନ କରିଛନ୍ତି କଣ କରିଛନ୍ତି ଆପଣ ?

ତେବେ ଏହି ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟନାୟକ ତାଙ୍କ ଦଳ ର ନାମ ବିଜେଡ଼ି ଆଉ ସେ ଦୀର୍ଘ ୨୨ ବର୍ଷ ଧରି ଓଡ଼ିଶା ରେ ମୁଖ୍ୟମନ୍ତ୍ରୀ ଅଛନ୍ତି । ଆଉ ଏହି ବିଜେଡ଼ି ଦଳ ର ବହୁତ ପ୍ରାର୍ଥୀ ଇଲେକ୍ସନ ମଇଦାନ ରେ ପାଦ ଥାପି ଛନ୍ତି । କିନ୍ତୁ ବିଜେଡ଼ି ର ୨୨ ବର୍ଷ ର ଶାସନ ଭିତରେ କେତେ ଉନ୍ନତି ହୋଇଛି ତାକୁ ନେଇ ବହୁତ ଲୋକ ପ୍ରଶ୍ନ pacharithiba ସମୟରେ ଜଣେ ବୁଡ଼ି ମାଉସୀ ଏମିତି କଥା କହିଛନ୍ତି ଯାହା ଶୁଣିଲା ପରେ ଆପଣ କାନ ରେ ହାତ ଦେଇଦେବେ ।

ବୌଦ୍ଧ ଜିଲ୍ଲା ର ଜଣେ ମାଉସୀ କଣ କହିଛନ୍ତି , “ମୁଁ ରାଣ୍ଡି ତା ଆମେ ଭୋଟ କିଶ ପାଇ ଦବୁ… ଆମ ପାଖରେ ପାଞ୍ଚ କିଲୋ ଚାଉଳ ପହଞ୍ଚୂ ନାହିକି ଖଣ୍ଡେ ଘର ମଧ୍ୟ ନାହିଁ ।ଏମିତି କେତେ ଇଲେକ୍ସନ ଗଲାଣି କିନ୍ତୁ ମୁଁ ଖଣ୍ଡେ ପକ୍କା ଘର ଦେଖିବା କୁ ପାରିଲିନି । ଝଡ଼ ବର୍ଷା ହେଲେ କାହା ଘରେ ଯାଇ ରହୁଛୁ..ଆମେ କଣ ପାଇ ଭୋଟ ତୁମକୁ ଦବୁ ଯିଏ ଆମର ଅସୁବିଧା ଦୂର କରିବ ଆମେ ତାକୁ ଭୋଟ ଦେବୁ ନ ହେଲେ ନାହିଁ । ତେବେ ଏମିତି କହି ମାଉସୀ ତାଙ୍କର ବକ୍ତବ୍ୟ ରଖିଛନ୍ତି ।

ବୌଦ୍ଧ ଜିଲ୍ଲା ର ୮ନଂ ୱାଡ଼ର୍ ଲୋକମାନେ କହିଛନ୍ତି ସେମାନେ ବିଜେଡ଼ି ଶାସନ କାଳରୁ କିଛିବି ସରକାରୀ ସୁବିଧା ସୁଯୋଗ ପାଇନାହାନ୍ତି । ତେବେ ଆମେ ଗଣତନ୍ତ୍ର ରାଷ୍ଟ୍ର ରେ ରହୁଛୁ ଯେଉଁଠି ଆମେ ଆମର ନେତା କୁ ବାଛି ଥାଉ ଆଉ ଯଦି ସେମାନେ ସେହି ପାଞ୍ଚ ବର୍ଷ ଧରି ସେ ଆସନ ରେ ରହି ଜନତା କୁ ଦେଇଥିବା ଭରଷା କୁ ଭୁଲି ଯାଇଥାନ୍ତି ତେବେ ଜନତା ଏହି ଘଟଣା ରେ ଅଭିଯୋଗ ବାରମ୍ବାର କରିବେ ।

ଇଲେକ୍ସନ ସରିବା ପରେ ନେତା ତାଙ୍କ ବାଟରେ ପୁଣି ଆଉ ପାଞ୍ଚ ବର୍ଷ ପରେ ଜନତା ଙ୍କ କଥା ମନେପଡ଼ିଥାଏ । ତେଣୁ ଜନତା ତାଙ୍କ ହକ ପାଇଁ ଲଢ଼ିବା ଆବଶ୍ୟକ ଯଦି ଜନତା ନ ଲଢ଼ିବେ ତାହା ହେଲେ ସେମାନଙ୍କୁ କେହି ପଚାରିବେନି । ଗଣତନ୍ତ୍ର ରାଷ୍ଟ୍ର ରେ ସମସ୍ତଙ୍କ ଅଧିକାର ରହିଛି ତେଣୁ ନିଜ ଜବି ପାଇଁ ଲଢନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।