
ମୁହଁରେ ନବଜାତଙ୍କୁ ଅକ୍ସିଜେନ୍ ଦେଲେ ଡାକ୍ତର । 7 ମିନିଟ୍ ରେ ମୃତ୍ୟୁ ମୁଖରୁ ଫେରିଲେ ନବଜାତ । ପାଟି ବାଟେ ଦେଲେ ନିଶ୍ବାସ । କୁନି ପିଲାଟି ପାଇଲା ନୂଆ ଜୀବନ । ଡାକ୍ତର ଙ୍କୁ କୁହାଯାଏ ଦ୍ବିତୀୟ ଭଗବାନ । ଆଉ ଭଗବାନ ଜନ୍ମ ସହ ଦିଅନ୍ତି ଜୀବନ , ଡାକ୍ତର ବଞ୍ଚାଇ ଦିଅନ୍ତି ଜୀବନ । ଏମିତି ଜଣେ ଡାକ୍ତର ଉତ୍ତର ପ୍ରଦେଶ ଆଗ୍ରାର ।ନାଁ ତାଙ୍କର ସୁରେଖା । ତାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା , କାରଣ ସେ 7 ମିନିଟ୍ ରେ ଜଣେ ନବଜାତ ଙ୍କୁ ମରଣ ମୁହଁ ରୁ ଫେରାଇ ଆଣିଛନ୍ତି ଏବଂ ଦେଇଛନ୍ତି ନୂଆ ଜୀବନ । 7 ମିନିଟ୍ ପର୍ଯ୍ୟନ୍ତ ସୁରେଖା ଶିଶୁ ଟି କୁ ପାଟିରେ ପବନ ଦେଇ ତାଙ୍କ ଜୀବନ ବଞ୍ଚାଇଛନ୍ତି । ନିରନ୍ତର ଚେଷ୍ଟା ଏବଂ ସେବାରୁ ଫେରିଛି ଜୀବନ । ବଞ୍ଚି ଯାଇଛି ଜୀବନ ।
ନବ ଜୀବନ ପାଇ ହସୁଛି ନବଜାତ । ଉତ୍ତରପ୍ରଦେଶ ର ଆଗ୍ରା ସ୍ଥିତ ଏମାଦପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଘଟଣା । ଖୁସବୁ୍ ନାମକ ଜଣେ ମହିଳା ଏକ ଶିଶୁ ଦେଲେ, ଆଉ ଜନ୍ମ ହେବା ପରେ ନବଜାତ ଶିଶୁକୁ ନିଶ୍ବାସ ନେବାରେ ସମସ୍ୟା ହେଲା । ଡାକ୍ତର ସୁରେଖା ତାଙ୍କୁ ଅକ୍ସିଜେନ୍ ଦେଲେ କିନ୍ତୁ ସେଥିରେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟବସ୍ଥା ରେ କୌଣସି ଉନ୍ନତି ହେଲା ନାହିଁ । ସ୍ବାସ୍ଥ୍ୟ ଆହୁରି ବିଗିଡିବାରେ ଲାଗିଲା ।
ଆଉ ନବଜାତଙ୍କୁ ଗୁରୁତର ହେବାର ଦେଖି ଶେଷ ରେ ଅକ୍ସିଜେନ୍ ମାସ୍କକୁ ହଟାଇ ସୁରେଖା ତାଙ୍କ ପାଟିକୁ ନବଜାତର ପାଟିରେ ଲଗାଇ ପବନ ଛାଡିଲେ । ପିଠିକୁ ଘସି ଚିକିତ୍ସା କଲେ । ଏସବୁ ଦେଖି ଆଖ ପାଖରେ ଥିବା ଲୋକେ ଏକଦମ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।
ଶେଷରେ ଡାକ୍ତର ସୁରେଖାଙ୍କର ସମସ୍ତ ଚେଷ୍ଟା ସପଳ ହୋଇଥିଲା । ସେ ନବଜାତଙ୍କୁ ଜୀବନ ଦେବାରେ ସଫଳ ହୋଇଥିଲେ । 7 ମିନିଟ୍ ଧରି ସୁରେଖା ନବଜାତ ଙ୍କୁ ଏମିତି ପବନ ଦେଇ ଚାଲିଲେ । ଆଉ ଏହି ସମୟ ର ଏକ 50 ସେକେଣ୍ଡ ର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ୍ ହେବାରେ ଲାଗିଛି ।
ସୁରେଖାଙ୍କ କହିବା ଅନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ ନର୍ସ ଶିଶୁ ଟି ର ଚିକିତ୍ସା କରିଲେ କିନ୍ତୁ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଲାନି ତେଣୁ ମୁଁ ନବଜାତଙ୍କୁ 7 ମିନିଟ୍ ଧରି ପାଟି ମଧ୍ୟରେ ପବନ ଦେଲି ଓ ଶେଷରେ ସେ ନିଶ୍ବାସ ନେବାରେ ସକ୍ଷମ ହେଲା ଏବଂ ମୃତ୍ୟୁ ମୁହଁରୁ ଫେରି ଆସିଲେ । ମୃତ୍ୟୁର ହାର୍ ଆଉ ଡାକ୍ତରଙ୍କ ଜିତ୍ ।ଡାକ୍ତର ସୁରେଖାଙ୍କର ଏଭଳି ସେବାକୁ ସୋସିଆଲ ମିଡିଆରେ ବେସ୍ ପ୍ରଶଂସା କରାଯାଇଛି । ଡାକ୍ତର ଯେ ଭଗବାନ ସୁରେଖା ତାହା ପ୍ରମାଣ କରି ଦେଖାଇ ଥିବା କହୁଛନ୍ତି ଲୋକେ । ସୁରେଖାଙ୍କ ପରି ଡାକ୍ତର ସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ରୁହନ୍ତୁ ବୋଲି ଲୋକ କହୁଛନ୍ତି । ସାବାସ୍ ଡାକ୍ତର ସୁରେଖା ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।