ସବୁ ସମୟ ଖବର ସାଥିରେ

Exclusive – ମୁଁ ଯେହେତୁ ଆଦିତ୍ୟଙ୍କ ପ୍ରଥମ ଲିଗାଲ ହେୟାର ,ତାଙ୍କର ସମସ୍ତ ଜିନିଷରେ ମୋର ଅଧିକାର ଅଛି:..ଏ ନେଇ କଣ କହୁଛନ୍ତି ବିଦ୍ୟାଶ୍ରୀ… ଦେଖନ୍ତୁ Video

0 9

ବହୁ ଚର୍ଚ୍ଚିତ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କର ମୃତ୍ୟୁକୁ ଦୁଇ ବର୍ଷ ପୁରିଲାଣି | ହେଲେ ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ରହସ୍ୟ ଜଣା ପଡ଼ିନାହିଁ | ଆଦିତ୍ୟ ଦାସ ସତରେ ଥିଲେ ଜଣେ ମାନବ ପ୍ରେମୀ ଯୋଉଁଥି ପାଇଁ ସେ ବୃଦ୍ଧ ଲୋକ ମାନଙ୍କ ପାଇଁ PFS ସଂଗଠନ କରିଥିଲେ | ଯୋଉଁଥି କି ବହୁତ ଅସହାୟ ବୃଦ୍ଧ ଲୋକ ମାନେ ନିଜର ଜୀବନ ଯାପନ କରୁ ଥିଲେ | ସେମାନେ ଆଦିତ୍ୟଙ୍କୁ ନିଜର ପୁଅ ଭଳି ଭାବୁଥିଲେ ଏବଂ ବହୁତ ଭଲ ମଧ୍ୟ ପାଉଥିଲେ | ଏବଂ ଏହି ଆଶ୍ରମ ପାଇଁ ଆଦିତ୍ୟଙ୍କୁ ସବୁ ଆଡୁ ସହାୟତା ମିଳୁଥିଲା |
ହେଲେ ହଠାତ ଏହି ସଂଗଠନ ଉପରେ କଳା ବାଦଲ ଛାଇ ଗଲା ସେଇ ଦିନ ଯୋଉଁ ଦିନ ଆଦିତ୍ୟଙ୍କର ମୃତ୍ୟୁ ହେଲା | ନିଜର ପୁଅକୁ ହରାଇ ଆଶ୍ରମର ସମସ୍ତ ଲୋକ ଏବଂ ଓଡିଶା ଲୋକ ତାଙ୍କ ଝୁରିଥିଲେ | ତାଙ୍କର ଅନୁପସ୍ଥିତିରେ ଏବେ ଆଶ୍ରମରେ ବହୁତ ବାଧା ବିଘ୍ନ ଉପୁଜୁଛି |ତାଙ୍କ ପରେ ତାଙ୍କର ଆଶ୍ରମର ସହ କର୍ମୀ ପପୁ ଓ ବିକାଶ ସମସ୍ତ କାର୍ଯ୍ୟର ତଦାରଖ କରୁଥିଲେ |କିଛି ଦିନ ପୂର୍ବରୁ ଆଦିତ୍ୟଙ୍କର ମାଆ ଗଣ ମାଧ୍ୟମ ଆଗରେ କହି ଥିଲେ କି ତାଙ୍କ ପୁଅ ପରେ ଆଶ୍ରମ ସଠିକ ରୂପେ ଚାଲୁନାହିଁ

ଏବଂ ତାଙ୍କୁ ଆଶ୍ରମକୁ ଆସିବା ପାଇଁ ବାରଣ କରା ଯାଇଛି | ଆଜି ଗଣ ମାଧ୍ୟମ ଆଗରେ ଆଦିତ୍ୟଙ୍କର ସ୍ତ୍ରୀ କହିଛନ୍ତି ଯେ ଆଦିତ୍ୟଙ୍କର ସ୍ତ୍ରୀ ହିସାବରେ ତାଙ୍କର ଆଗ ସମସ୍ତ ଜିନିଷ ଉପରେ ଅଧିକାର ଅଛି ବୋଲି | ତା ଆସନ୍ତୁ ଜାଣିବା ଏ ବିଷୟରେ |
ବିଦ୍ୟାଶ୍ରୀ କହିଛନ୍ତି କି ଆଦିତ୍ୟଙ୍କର ସ୍ତ୍ରୀ ହିସାବରେ ତାଙ୍କର ପ୍ରତ୍ୟେକ ଜିନିଷ, ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଉପରେ ଆଗ ତାଙ୍କର ଅଧିକାର ଅଛି ବୋଲି | କିଛି ଲୋକ ତାଙ୍କ କମେଣ୍ଟ କରି କହୁଛନ୍ତି,ଆଶ୍ରମ କଣ ପୈତୃକ ସମ୍ପତ୍ତି ଯେ ବାପା ଚାଲିଗଲେ ପୁଅ ହେବ ବା ସ୍ୱାମୀ ଚାଲିଗଲେ ସ୍ତ୍ରୀ ହେବ |ବିଦ୍ୟାଶ୍ରୀ କହିଛନ୍ତି ଯେ ଚେୟାରମ୍ୟାନ କେହି ବି ହେଇ ପାରିବ, ଟ୍ରେଜରର କେହି ବି ହେଇ ପାରିବ, ପାୱାର କେହି ବି ହାତକୁ ନେଇ ପାରିବ | ହେଲେ ଫାଉଣ୍ଡର ବା ପ୍ରତିଷ୍ଠାତା ମାତ୍ର ଜଣେ ହେଇ ପାରିବ | ସେ କହିଛନ୍ତି କି ପ୍ରତିଷ୍ଠାତା କେବେ ବି ଅଲଗା ହୋଇ ପାରିବେ ନାହିଁ |

 ସେ ଏହା ମଧ୍ୟ କହିଛନ୍ତି କି ସେ ଆଦିତ୍ୟଙ୍କର ସ୍ତ୍ରୀ ହିସାବରେ ତାଙ୍କର ପ୍ରତ୍ୟେକ କ୍ଷେତ୍ରରେ ଅଧିକାର ଥାଇ ମଧ୍ୟ ସେ କେତେବେଳେ ବି ଅଧିକାର ସାବ୍ୟସ୍ତ କରନ୍ତି ନାହିଁ ବୋଲି | ସେ କହିଛନ୍ତି କି କୋଉଠି ଲେଖା ହୋଇଛି କି ଅନୁଷ୍ଠାନର ପ୍ରତିଷ୍ଠାତା ଘର ଲୋକ ହୋଇ ପାରିବେ ନାହିଁ ବୋଲି |ସେ ଆହୁରି ମଧ୍ୟ କହିଛନ୍ତି କି ବଡ ବଡ ଅନୁଷ୍ଠାନ ଗୁଡିକ ବାପାଙ୍କ ଅନ୍ତେ ପୁଅ ଚୋଳଉଛି ବୋଲି |ଏହାର କାରଣରେ ସେ କହିଛନ୍ତି କି ନିଜ ଲୋକର ସ୍ବପ୍ନକୁ ପରିବାରର ଲୋକେ ଯେତିକି ତତ୍ପରତାର ସହ କରିବେ ବାହାର ଲୋକ ସେମାନଙ୍କ ଠୁ କମ କରିବେ|

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।