
ଦେଖନ୍ତୁ viral ଭିଡ଼ିଓ – ମୁଁ ଗାଡି ନମ୍ବର ପ୍ଲେଟ୍ ବଦଳେଇବିନି, କିଏ ମୋର କଣ କରିବ ଦେଖିବା…’ ନମ୍ବର ପ୍ଲେଟ ବଦଳେଇବାକୁ ନେଇ ସରକାରଙ୍କ ଉପରେ ଗର୍ଜିଲେ, ସେ କଣ କହୁଛନ୍ତି ଶୁଣନ୍ତୁ ତାଙ୍କ ମୁହଁରୁ…
ଆପଣମାନେ ଜାଣିଥିବେ କି ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା। ହାଇକୋର୍ଟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଯେହେତୁ ସେଭଳି କିଛି ସୁ ବ୍ୟବସ୍ଥା କରା ଯାଇ ନାହିଁ।ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନାହିଁ । ତେଣୁ ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ବୁକିଂ କରିବା ସମ୍ଭବ ହୋଇ ପାରୁ ନାହିଁ । କ’ଣ ବିକଳ୍ପ ବ୍ୟବସ୍ଥା କରାଯିବ, ସେନେଇ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ତେବେ ଯେ ହେତୁ ସେଭଳି କିଛି ସୁ ବ୍ୟବସ୍ଥା କରା ଯାଇ ନାହିଁ ତେବେ କିପରି ଭାବେ କେମିତି ଲୋକଙ୍କ ଠାରୁ ଫାଇନ୍ ଆଦାୟ କରା ଯାଇ ପାରିବ ତାକୁ ନେଇ ଉଠିଛି ପ୍ରଶ୍ନ। ତେବେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଡେଡଲାଇନକୁ ଘୁଞ୍ଚାଯିବ ବୋଲି ସୂଚନା ମିଳିଛି। ଡେଡଲାଇନ ଘୁଞ୍ଚାଇବା ନେଇ କୋର୍ଟଙ୍କୁ ଅବଗତ କରିଛି ପରି ବହନ ବିଭାଗ।ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି ସୂଚନା ଦିଆ ଯାଇଛି।
ତେବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିବାଦ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ଏହାକୁ ନେଇ ପୁଣି ଥରେ ଚର୍ଚ୍ଚା ର ପରିସର ମଧ୍ୟକୁ ଆସିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । ଆପଣ ମାନେ ଜାଣିଥିବେ କି ସୁରେଶ କୁମାର ଓଡ଼ିଶାର ଜଣେ ବରିଷ୍ଠ ରାଜନୀତିଜ୍ଞ। ସାରା ଓଡିଶାରେ ସେ ସୁର ରାଉତରାୟ ଭାବେ ବେଶ୍ ଜଣା ଶୁଣା। ତେବେ ସୁର ରାଉତରାୟ ସବୁ ସମୟରେ ତାଙ୍କର ରୋକ୍ ଠୋକ୍ କଥାବାର୍ତ୍ତାକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି।
ତେବେ ପୁଣି ଥରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ସୁର ରାଉତରାୟ।ସୁର ରାଉତରାୟ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ସେ ତାଙ୍କ ଗାଡ଼ିର ନମ୍ୱର ପ୍ଲେଟ ବଦଳାଇବେ ନାହିଁ। ତାଙ୍କର ମୂଳରୁ ଯେଉଁ ନମ୍ୱର୍ ପ୍ଲେଟ ରହିଛି ସେହି ନମ୍ବର ପ୍ଲେଟ ରହିବ। ଏହା ସହିତ ସୁର ରାଉତ୍ରୟାଉ କହିଛନ୍ତି ଯେ ସରକାରଙ୍କ ଏହି ନିଷ୍ପତି ଦ୍ଵାରା ୫୦ ହାଜର ଶିଳ୍ପୀ ତାଙ୍କର ରୋଜଗାର ହରାଇଛନ୍ତି।
ଏଥିରେ ଗରିବ ଲୋକମାନେ ବହୁ ମାତ୍ରାରେ ପ୍ରଭାବିତ ହେଉଛନ୍ତି।ତେବେ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତି ଆଦୌ ସୁନ୍ଦର ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଏହା ଦ୍ବାରା ଲୋକେ ପୁଣି ଥରେ ଖର୍ଚ୍ଚାନ୍ତ ହେବେ। ଯାହା ଗରିବ ଲୋକଙ୍କ ଉପରେ ପ୍ରଭାବ ପକାଇବ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁର ରାଉତରାୟ। ତେବେ ସୁରଙ୍କର ଏହି ମନ୍ତବ୍ୟକୁ ଜନତା ମଧ୍ୟ ସମର୍ଥନ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।