
ମୁଁ ଦୋକାନ ଯାଇଥିଲି ,”ମୋତେ ଟାଣିନେଇ ମୋର ଇଜ୍ଜତ ନେଲା” କିନ୍ତୁ ପୋଲିସ ଯାହା କହୁଛି ପୋଲିସ କହୁଛି ପଇସା ନିଅ କେସ ଉଠାଅ ଶୁଣିଲେ କାନରୁ ରକ୍ତ ବାହାରିଯିବ ….
ଦିନକୁ ଦିନ ଆମର ପ୍ରଗତି ପଥରେ ଅଗ୍ରସର ହେଉଛି ଆଧୁନିକତା ଶିଖରରେ ପହଁଚିଲୁଣି କିନ୍ତୁ ସେହି ଅନୁସାରେ ସମାଜରେ ଦିନକୁ ଅପରାଧ ର ମାତ୍ରା ବି ବଡିବାରେ ଲାଗିଛି ।ଚୋରି ଡକାୟତି ଠାରୁ ଆରମ୍ଭ କରି ରେପ ମର୍ଡ଼ର ଆଜିକାଲି ର ସମୟରେ ଏକ ସାଧାରଣ କଥା ପାଲଟି ଗଲାଣି ।
ଆଉ ନାରୀ ମାନଙ୍କ ପାଇଁ ରାସ୍ତାକୁ ପାଦ କାଡିବା ବି ଭାରି କଷ୍ଟ ହେଇ ପଡୁଛି ତେବେ ଏହି ଦୁନିଆରେ ଯେଉଁଠି କୁନି ଝିଅଟିଏ କୋଉଠି ବି ସୁରକ୍ଷିତ ନାରୀ ସେଠି ନାରୀ ମାନେ ତ ଖେଳନା ଅଟନ୍ତି ।ଯେପରି ଆଜି ଦେଖିବାକୁ ମିଳିଛି ଜଣେ ନାବଳିକା ସଉଦା ଆଣିବାକୁ ଯାଇଥିବା ବେଳେ ତା ସହ ଦୁଷ୍କର୍ମ କରିଛନ୍ତି ନିଜେ ଦୋକାନୀ ।
ତେବେ ଭାବିଲେ ଝିଅ କଣ କୋଉଠି ଏକୁଟିଆ ଯାଇ ପାରିବି ନାହିଁ କି, କୋଉଠି 3 ମାସର ଝିଅ ସହ ଦୁଷ୍କର୍ମ ହେଲାଣି ତ ପୁଣି କୋଉଠି 80 ବର୍ଷର ବୃଦ୍ଧା ସହ ।ନୀତିଦିନ ଏହିପରି ଘଟଣା ଦେଖିବାକୁ ମିଳୁଛି କୋଉଠି ନା କୋଉଠି ନାରୀ କାହାର ଲୋଲୁପ ଦୃଷ୍ଟିରେ ଶିକାର ହେଇ ଲୋକଲଜ୍ଜା ର ପାତ୍ର ଵନଛି ।ତେବେ ଆଜିର ଏହି ଘଟଣା ଯାହା ଯାଜପୁର ଜିଲାର ଧର୍ମଶାଳା ଅଞ୍ଚଳରେ ଦେଖିବାକୁ ମିଳିଛି ଯେଉଁଠି ଜଣେ ନବମ ଶ୍ରେଣୀର ଛାତ୍ର ପାଖ ଦୋକାନକୁ ଯାଇଥିବା ବେଳେ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ ଦୋକାନୀ ଆଉ ପରେ ଖକୁ ସେ ସମ୍ୱନ୍ଧରେ କିଛି ନକହିବାକୁ ଧମକ ବି ଦେଇଥିଲେ ।
କିନ୍ତୁ 3 ଦିନ ଧରି ପୋଲିସ ପାଖରେ ରିପୋର୍ଟ ଲେଖିବା ପରେ ବି କିଛି କାର୍ଯ୍ୟକାରୀ ହେଇ ନଥିଲା ଏହି ଘଟଣା ଉପରେ ।ଆଉ ତାପରେ ପିଡ଼ିତା ଙ୍କ ମାଆ ଓ ନିଜେ ପିଡିତା ମେଡିଆ ଆଗରେ ସବୁକଥା କହିଥିଲେ ତେବେ ସେମାନଙ୍କ କହିବା ଅନୁସାରେ ଘଟଣାଟି କିଛି ଏପରି ଥିଲା ।ଧର୍ମଶାଳା ଅଞ୍ଚଳର ଜଣେ ନବମ ଶ୍ରେଣୀର ଛାତ୍ରୀ ସଉଦା ଆଣିବାକୁ ପାଖ ଦୋକାନ କୁ ଯାଇଥିଲେ ।କିନ୍ତୁ ସେକ ସିକନ୍ଦର ନାମକ ଗ୍ରସରି ଦୋକାନୀ ନାବାଳିକା କୁ ଏକୁଟିଆ ଥିବାର ଦେଖି ତାଙ୍କୁ ଗୋଟିଏ ଘର ଭିତରକୁ ଟାଣି ନେଇ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ ।ଆଉ ତାଙ୍କୁ ସେ ବିଷୟରେ କାହାକୁ କହିବାକୁ ମନା କରିଥିଲେ ।
ତେବେ ପରେ ଝିଅଟି ଆସି ମାଆ ପାଖରେ କାନ୍ଦି ସବୁ କହିବା ପରେ ନାବଳିକା ଓ ତାଙ୍କ ମାଆ ଧର୍ମଶାଳା ଥାନାରେ ରିପୋର୍ଟ ଲେଖିଥିଲେ ।କିନ୍ତୁ ରିପୋର୍ଟ ଲେଖିବାର 3 ଦିନ ଯାଏ ବି ପୋଲିସ ଦୋଷୀକୁ ଆରେଷ୍ଟ କରି ନଥିଲେ ତା ବଦଳରେ ତାଙ୍କୁ ଟଙ୍କା ନେଇ କେଶ ଉଠାଇ ନେବାକୁ କହିଥିଲେ ।ତେବେ ଏବେ ଘଟଣା ତୀବ୍ର ରୂପ ନେବାରୁ ଜଣା ପଡ଼ିଛି କି ପୋଲିସ ସେହି ଦୋଷୀଙ୍କ ଆରେଷ୍ଟ କରିଛି ।ତେବେ ଏହିପରି ଘଟଣା ଗୁଡିକ ପାଇଁ ଆମେ ଉନ୍ନତି କଲେ ବି ପୁରା ଅବନତି ଆଡ଼କୁ ଗତି କରୁଚୁ ଆଉ କାହିଁକି କେବେ କେହି ପୁରୁଷ କୁ ଦୋଷ ଦିଆଯାଏ ନାହିଁ ତା ଜାଗାରେ ଦୋଷ ଦିଆ ଯାଉଛି ଝିଅଟିକୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।