
ମୁଁ ଆଉ ଦୁଷ୍ଟମୀ କରିବି ନାହିଁ…’ ଶିକ୍ଷୟତ୍ରୀଙ୍କୁ ମନେଇବା ପାଇଁ କୁନି ପିଲାଟି କଲା ଏମିତି କାମ ଯାହା ! ସୋସିଆଲ ମିଡିଆରେ ନିଆଁ ଭାଇରାଲ ହେବାରେ ଲାଗିଛି ଦେଖନ୍ତୁ video ..
ସୋସିଆଲ ମିଡ଼ିଆରେ ବେଳେବେଳେ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହା ଲୋକଙ୍କୁ ଖୁବ୍ ପସନ୍ଦ ଆସିଥାଏ। ତେବେ ସୋସିଆଲ ମିଡିଆରେ ଆପଣ କୁନି କୁନି ପିଲା ମାନଙ୍କର ଅନେକ ଭିଡିଓ ଦେଖିବାକୁ ପାଉଥିବେ। ଆଉ ଏହି ଭିଡିଓ ଗୁଡିକ ମଧ୍ୟରୁ ଆପଣଙ୍କୁ ଅନେକ ପସନ୍ଦ ମଧ୍ୟ ଆସୁଥିବ କାରଣ କୁନି ପିଲାଙ୍କ କ୍ୟୁଟନେସ୍ ଆଗରେ ସବୁ କିଛି ତୁଚ୍ଛ ମନେ ହୋଇଥାଏ। କାରଣ ତାଙ୍କ ଓଠରୁ ବାହାରୁଥିବା ଖନି ଖନି କଥାରେ ସେମାନେ ଲୋକଙ୍କ ମନ କିଣି ନିଅନ୍ତି। ଠିକ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।ଯାହାକୁ ଲୋକ ମାନେ ଖୁବ ପସନ୍ଦ କରୁଛନ୍ତି ।
ଗୁରୁ ଓ ଶିଷ୍ୟଙ୍କ ଏକ ନିଆରା ସମ୍ପର୍କ। ଗୁରୁଙ୍କୁ ଦିଆ ଯାଇଛି ଈଶ୍ବରଙ୍କ ମାନ୍ୟତା। ଗୁରୁଙ୍କର ଖାଲି ଗୋଟିଏ ରୂପ ନଥାଏ ଥାଏ ଭିନ୍ନ ଭିନ୍ନ ରୂପ। ଗୁରୁ ସାଜି ପିଲାଙ୍କୁ ଶିକ୍ଷା ଦିଅନ୍ତି ଏବଂ ବାପା ସାଜି ପିଲାଙ୍କୁ ନୈତିକ ଓ ଆଦର୍ଶର ଶିକ୍ଷା। ମା ସାଜି କରନ୍ତି ସ୍ନେହ ଓ ଶ୍ରଦ୍ଧା। ବେଳେବେଳେ ଗୁରୁଙ୍କ ଭିତରେ ଭାଇ ଭଉଣୀଙ୍କୁ ଦେଖିବାକୁ ମିଳେ ତ ଆଉ କେତେବେଳେ ଗୁରୁ ଭିତରେ ଜଣେ ଭଲ ବନ୍ଧୁ ଆମେ ପାଇଥାଉ। ଠିକ୍ ସେହିପରି ଏକ କ୍ୟୁଟ ଭିଡିଓ ଏବେ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କୁ ଖୁବ୍ ଖୁସି ଲାଗିବ ଏଠାରେ ଜଣେ ଶିକ୍ଷୟତ୍ରୀଙ୍କ ଭିତରେ ଜଣେ ମାର ମମତା ଦେଖିବାକୁ ମିଳୁଛି। ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
କୁନି ପିଲାଟି କଣ କହୁଛି ଟିକିଏ ଭଲ ଭାବରେ ଶୁଣନ୍ତୁ। ପିଲାଟି ତାର କ୍ୟୁଟ ଭଏସରେ ମ୍ୟାଡ଼ାମଙ୍କୁ କହୁଛି ମୁଁ ଆଉ ଦୁଷ୍ଟ ହେବିନି ମୋତେ କ୍ଷମା କରିଦିଅ। ହଁ ଆଜ୍ଞା ଭିଡିଓରେ ଏମିତି କିଛି ଦେଖିବାକୁ ମିଳୁଛି ଭିଡିଓରେ କୁନି ପିଲାଟି ତା ଗୁରୁମାକୁ କ୍ଷମା ମାଗିଛି। ବାରମ୍ବାର କହୁଛି ମୁଁ ଆଉ ଦୁଷ୍ଟ ହେବିନି। କିନ୍ତୁ ଗୁରୁମା ଜମା ମାନୁ ନାହାଁନ୍ତି ସେ କହୁଛନ୍ତି ତୁ ଏମିତି ବାରମ୍ବାର କହୁଛୁ କିନ୍ତୁ ତୁ ପୁଣି ଦୁଷ୍ଟାମି କରୁଛୁ। କିନ୍ତୁ କୁନି ପିଲାଟି ଗୁରୂମାଙ୍କୁ ମନେଇବାରେ ଲାଗି ପଡିଛି। ଶେଷରେ ସିଏ ଗୁରୁମାଙ୍କୁ କୁଣ୍ଢାଇ ପକାଇ କ୍ଷମା ମାଗୁଛି।
ଶେଷରେ କୁନି ପିଲାଟି ଗୁରୁମାଙ୍କୁ ମନେଇବାରେ ସକ୍ଷମ ହୋଇ ପାରିଛି। ଆଉ ଦୁଷ୍ଟ ହେବ ନାହିଁ ବୋଲି ପ୍ରତିଜ୍ଞା ମଧ୍ୟ କରୁଛି। କୁନି ପିଲାଟିର ଗୁରୁମାଙ୍କୁ ମନେଇ ବାର ଏହି କ୍ୟୁଟ ଅନ୍ଦାଜ ସମସ୍ତଂକ ମନକୁ ଛୁଇଁ ପାରିଛି। ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଲକ୍ଷ ଲକ୍ଷ ଲୋକ ଏହାକୁ ଦେଖିବା ସହ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି। ତେବେ ଆପଣ ମଧ୍ୟ ଏହି ଭିଡିଓକୁ ନିଶ୍ଚିତ ଭାବରେ ଦେଖନ୍ତୁ ଆପଣଙ୍କୁ ଖୁବ୍ ଖୁସି ଲାଗିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।