
ଦେଖନ୍ତୁ Shocking ଭିଡ଼ିଓ -୨୮ ବର୍ଷ ହେଲାଣି ଶବ ପଡୁଛି, ମଶାଣିରେ ଶୋଉଛି..ମୋର ଆଗକୁ କେହି ନାହିଁ କି ପଛକୁ କେହି ନାହିଁ ! ନେଇ କଣ କହିଲେ ମଉସା ଜଣକ , ଦେଖନ୍ତୁ Video …
ମାନବ ସେବା ହିଁ ମାଧବ ସେବା। ହଁ ଆଜ୍ଞା ଆମେ ଏ ଧରା ପୃଷ୍ଠକୁ ଆସିଛୁ ଯଦି କାହାକୁ କିଛି ସାହାଯ୍ୟ ନ କରି ପାରିବା ତାହାଲେ ଆମ ଜୀବନର କିଛି ବି ମୂଲ୍ୟ ନଥାଏ। ବିଭିନ୍ନ କାମ ମାଧ୍ୟମରେ ଆମେ ଅନ୍ୟ ମାନଙ୍କୁ ସାହାଯ୍ୟର ହାତ ବଢ଼ାଇ ପାରିବା। କାରଣ କୌଣସି କାମ ଛୋଟ୍ ନୁହେଁ ଆଉ ଯେଉଁ କାମରେ ଆମେ ଜଣଙ୍କୁ ସାହାଯ୍ୟ କରି ପାରିବା ଜଣଙ୍କ ସେବା କରି ପାରିବା ତାହା ଠାରୁ ବଡ଼ କାମ ଆଉ କଣ ହୋଇପାରେ।
ଆମେ ଆଜି ଆପଣଙ୍କୁ ଏପରି ଜଣେ ବ୍ୟକ୍ତିତ୍ୱ ବାବଦରେ କହିବୁ ଯିଏକି ଦୀର୍ଘ ୨୮ ବର୍ଷ ହେବ ଶ୍ମଶାନ ରେ ଶବ ପୋଡ଼ି ଆସୁଛନ୍ତି। ଆଉ ଶ୍ମଶାନ ଶବ ପୋଡ଼ିଲେ ତାଙ୍କ ଘରର ରୋଷେଇ ହୁଏ। ସିଏ ଏମିତି ସେମିତି ବ୍ୟକ୍ତି ନୁହଁନ୍ତି ସିଏ ଏକ ହାଜରରୁ ଅଧିକ ଲୋକଙ୍କୁ ମୁଖଗ୍ନି ଦେଇଛନ୍ତି ଯେଉଁଥି ପାଇଁ କି ସେ ଲାଇଫ ଟାଇମ୍ ଆଚିଭ୍ ମେଣ୍ଟ ଆୱାର୍ଡ଼ ମଧ୍ୟ ପାଇଛନ୍ତି। ତାଙ୍କର ଏକ ସ୍ବତନ୍ତ୍ର ଶ୍ମଶାନ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ତାଙ୍କ ବାବଦରେ ଆଉ କଣ କହୁଛନ୍ତି ତା ବାବଦରେ ମଧ୍ୟ ଜାଣିବା
ତେବେ ଏହି ବ୍ୟକ୍ତି ଜଣକ ହେଉଛନ୍ତି ବିଜୟ ଜେନା। ବିଜୟ ଜେନା ମାତ୍ର ୧୬ ବର୍ଷ ବୟସରୁ ସେ ଶ୍ମଶାନରେ ଶବ ପୋଡିବା ଆରମ୍ଭ କରିଥିଲେ। ବିଜୟଙ୍କୁ ଯେତେବେଳେ ଏକ ବର୍ଷ ହୋଇଥିଲା ତାଙ୍କ ବାପାଙ୍କ ଦେହାନ୍ତ ହୋଇ ଯାଇଥିଲା। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ବିଜୟ ଅଧିକ ପାଠ ପଢ଼ି ପାରି ନଥିଲେ। ତେବେ ବିଜୟ ଗୋଟିଏ ଅଟୋ କିଣି ଗୁଜୁରାଣ ମେଣ୍ଟାଉ ଥିଲେ। ଦିନେ ବିଜୟ ପାଞ୍ଚ ଛଅ ଜଣ ଲୋକଙ୍କୁ ତାଙ୍କ ଓଟୋରେ ମେଡିକାଲ ନେଇ ଯାଇଥିଲେ ଆଉ ରାସ୍ତାରେ ଯିବା ସମୟରେ ଗୋଟିଏ ଶବ ପଡିଥିବାର ଦେଖିବାକୁ । ଆଉ ଫେରିଲା ସମୟରେ ମଧ୍ୟ ବିଜୟ ସେହି ଶବକୁ ସେହି ଭଳି ପଡିଥିବାର ଦେଖିଥିଲେ।
ତେବେ ଏହାପରେ ବିଜୟ ସେହି ଶବ ପାଖକୁ ଗଲେ ସେ ଦେଖିଲେ କି ଲୋକଟି ଚାରି ପାଞ୍ଚ ଦିନ ଆଗରୁ ମରି ସେଠାରେ ପଡ଼ି ରହିଛି ଆଉ ଶବ ଦେହରେ ପୋକ ମଧ୍ୟ ହୋଇ ଗଲାଣି। ସେଠୁ ସେ ପୋଲିସ ରେ ଏ ବାବଦରେ ଜଣାଇଲେ କିନ୍ତୁ ପୋଲିସ କହିଲେ ଆମେ କିଛି କରି ପାରିବୁ ନାହିଁ। ଏହାପରେ ବିଜୟ ତାଙ୍କ ଅଟୋ ଡ୍ରାଇଭର ମାନଙ୍କ ସହାୟତାରେ ଶବଟିକୁ ନେଇ ଶବ ସତ୍କାର କରିଥିଲେ।
ଆଉ ସେହି ଦିନ ଠାରୁ ସେ ଶବ ପୋଡିବା କୁ ନିଜର ପେଶା ଭାବେ ଗ୍ରହଣ କରି ନେଇଛନ୍ତି। ଯେଉଁ କାର୍ଯ୍ୟକୁ ନେଇ ସେ ବେସ୍ ଖୁସି ରହିଛନ୍ତି ଆଉ ତାଙ୍କର ଏଭଳି ମହାନ କାମ ପାଇଁ ତାଙ୍କୁ ଲାଇଫ ଟାଇମ୍ ଆଚିଭ୍ ମେଣ୍ଟ ଆୱାର୍ଡ଼ ସମ୍ମାନ ହୋଇଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।