
“ମୃତ୍ୟୁ ମୁହଁରେ କୁନି ପୁଅର ଜୀବନ”ସମୟ ସରିସରି ଆସୁଛି 40 ଦିନରେ ଦରକାର 40ଲକ୍ଷ ଟଙ୍କା ଭିକ୍ଷା ମାଗୁଛନ୍ତି ବାପା ମା’ ଦୟାକରି ଗୋଟିଏ ସେୟାର କରନ୍ତୁ
ଦେଖନ୍ତୁ ଏହି ଭିଡ଼ିଓ ଖଟ ଉପରେ ଖେଳୁଛି ଏହି କୁନି ପୁଅ।କେତେବେଳେ ମୋବାଇଲ ଧରି ଖେଳୁଛି ତ ଆଉ କେତେବେଳେ ଖଟ ଉପରେ ଗଡ଼ି ଯାଉଛି। ପୁଣି କେତେବେଳେ ବ୍ୟାଟେରୀ ଚାଳିତ ଗାଡିରେ ବସି ଘର ଭିତରେ ଘିରି ଘିରି ହୋଇ ଘୂରି ବୁଲୁଛି।ପିଲାଟିକୁ ଦେଖିଲେ ଜଣା ପଡୁଛି କି ପିଲାଟି ବେଶ୍ ଖୁସି ଅଛି ଆଉ ହସ ଖୁସିରେ ଖେଳ ଖେଳୁଛି। ତେବେ ଆପଣ ଭାବୁଥିବେ ଏଥିରେ ନୂଆ କଥା ବା କଣ ପିଲା ମାନେ ତ ଖେଳିବେ ଆଉ ବୁଲିବେ ଏଥିରେ ଆଶ୍ଚର୍ଯ୍ୟ ହେଲା ଭଳି କଥା କଣ। କିନ୍ତୁ ଏ ପିଲାର ଯନ୍ତ୍ରଣା ବାବଦରେ ଜାଣିଲେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ।
ହଁ ଆଜ୍ଞା ଆପଣ ଦେଖୁଥିବା ଏହି ହସ ଖୁସିର ପିଲାଟି ନବରଙ୍ଗପୁର ଜିଲ୍ଲା ଚାଉଁରିଆଗୁଡା ସାହିର ରଶ୍ମିରଞ୍ଜନ ମିଶ୍ର ଓ ପୂଜା ପଣ୍ଡାଙ୍କ ଏକମାତ୍ର ପୁତ୍ର ସନ୍ତାନ ସ୍ୱରୂପ ମିଶ୍ର ।ବୟସ ମାତ୍ର ଦୁଇ ବର୍ଷ। ମାତ୍ର ସେ ଦୁନିଆ ବାବଦରେ ଜାଣିବା ଆଗରୁ ଏମିତି ରୋଗ ଯନ୍ତ୍ରଣା ରେ ଘାଣ୍ଟି ହେଉଛି ନା ସେ ନିଜେ ବୁଝି ପାରୁଛି ନା ଅନ୍ୟକୁ ବୁଝାଇ ପାରୁଛି।
ତେବେ ସ୍ୱରୂପ ସ୍ୱରୂପ ଜନ୍ମ ନେବା ପରେ ପରିବାରରେ ଖୁସିର ବାତାବରଣ ଖେଳି ଯାଇଥିଲା। ପୁତ୍ର ସନ୍ତାନ ପାଇ ପରିବାରରେ ସମସ୍ତେ ବେଶ୍ ଖୁସି ଥିଲେ।କିନ୍ତୁ ମାତ୍ର ୬ ମାସ ପରେ ଖୁସିରେ ଯେମିତି କାହାର ନଜର ଲାଗିଯାଇଥିଲା।ପରିବାର ଲୋକେ ଜାଣିବାକୁ ପାଇଲେ ଯେ ସ୍ୱରୂପ ବିରଳ ରୋଗ ଥାଲାସେମିଆ ରୋଗରେ ଆକ୍ରାନ୍ତ ଅଛି। ଆଉ ତା ପରେ ସବୁ ଖୁସି ଉଭେଇ ଯାଇଥିଲା। ରାଜ୍ୟରେ ବିଭିନ୍ନ ହସ୍ପିଟାଲରେ ତାର ଚିକିତ୍ସା କରା ଯାଇଥିଲେ ବି କିଛି ସୁଫଳ ମିଳିପାରି ନାହିଁ।
ତେବେ ସ୍ୱରୂପକୁ ଏବେ ଦୁଇ ବର୍ଷ ପୂରିଲାଣି ଆଉ ଦିନ ଯେତିକି ଯେତିକି ବଢୁଛି ସ୍ଵରୂପର ଯନ୍ତ୍ରଣା ମଧ୍ୟ ସେତେ ବଢ଼ି ଚାଲିଛି। ଆଉ ପୁଅକୁ ଭଲ କରିବା ପାଇଁ ମାତ୍ର ୪୦ ଦିନ ଭିତରେ ଦରକାର୍ ରହିଛି ୪୦ ଲକ୍ଷରୁ ଅଧିକ ଟଙ୍କା। ତେବେ ସ୍ଵରୂପର ବାପା ରଶ୍ମିରଞ୍ଜନ ବିଦ୍ୟୁତ୍ ବିଭାଗରେ ଜଣେ ସାଧାରଣ କର୍ମଚାରୀ। ଯେତିକି ରୋଜଗାର କରନ୍ତି ସେତିକିରେ ବେଶ୍ କଷ୍ଟରେ ପରିବାର ଚଳେ।
ହେଲେ ଚାଳିଶ ଲକ୍ଷ ଟଙ୍କା ତାଙ୍କ ପାଇଁ ଯୋଗାଡ଼ କରିବା ଗୋଟିଏ ସ୍ଵପ୍ନ ସଦୃଶ ହୋଇପଡିଛି। ତେବେ ଏତେ ଟଙ୍କା କେଉଁଠୁ ଆଣିବେ, ସେ ନେଇ ଚିନ୍ତାରେ ପରିବାର ଲୋକେ। ଆଉ ଏ ନେଇ ସ୍ଵରୂପଙ୍କ ପରିବାର ଲୋକେ କେନ୍ଦ୍ର ଓ ରାଜ୍ୟକୁ ଟୁଇଟ୍ କରି ସାହାଯ୍ୟ ମାଗିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କିଛି ସାହାଯ୍ୟ ମିଳି ପାରିନି। ଶେଷରେ ଜନ ସାଧାରଣଙ୍କୁ ହାତ ଯୋଡ଼ି ସାହାଯ୍ୟ ମାଗିଛନ୍ତି ପରିବାର ଲୋକେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।