ସବୁ ସମୟ ଖବର ସାଥିରେ

ମୃତ୍ୟୁ ପରେ ଶବକୁ କଣ ପାଇଁ ଏକୁଟିଆ ଛଡାଯାଏନି – ଗରୁଡ ପୁରାଣ

0 13

ଦିନ ପରେ ରାତି ହେବା ଯେମିତି ନିଶ୍ଚିତ ଅଟେ ସେମିତି ଯିଏ ଏ ଧରା ପୃଷ୍ଠରେ ଜନ୍ମ ନେଇଛି ତାକୁ ଦିନେ ନା ଦିନେ ମରିବା ପାଇଁ ପଡ଼ିବ ଅର୍ଥାତ୍ ପୃଥିବୀ ଲୋକରେ ଯେଉଁଟା ସତ୍ୟ ଅଟେ ସେଇଟା ହେଉଛି ମୃତ୍ୟୁ। ତଥାପି କିଛି ଲୋକେ ଏମିତି ହୋଇ ଥାନ୍ତି ଏହି ସତ୍ୟକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ।
ତେବେ ଆମ ହିନ୍ଦୁ ଧର୍ମରେ ମଣିଷ ମରିଗଲା ପରେ ତାଙ୍କୁ ନେଇ ମଶାଣିରେ ଜଳା ଯାଇଥାଏ। ଏବଂ ଯଦି କାହାର ମୃତ୍ୟୁ ସୂର୍ଯ୍ୟ ଅସ୍ତ ପରେ ହୋଇଥାଏ ତେବେ ତାହାର ଦାହ ସତ୍କାର ତା ପରଦିନ କରା ଯାଇଥାଏ। ଆପଣ ମାନେ ଦେଖିବାକୁ ପାଇଥିବେ ଯଦି କୌଣସି ପରିବାରରେ କାହାର ମୃତ୍ୟୁ ସନ୍ଧ୍ୟା ପରେ ହୋଇଥାଏ ତେବେ ତାର ଶବ କୁ ଏକୁଟିଆ ଛଡା ଯାଇ ନଥାଏ। ତେବେ ଆପଣ ଜାଣିଛନ୍ତି କି ଶବକୁ କଣ ପାଇଁ ରାତିରେ ଏକୁଟିଆ ଛଡା ଯାଇ ନଥାଏ? ଯଦି ଜାଣି ନାହାଁନ୍ତି ତେବେ ଆଜି ଆମେ ଆମ ଲେଖା ମାଧ୍ୟମରେ ଜଣାଇବୁ କି କଣ ପାଇଁ ଶବକୁ ରାତିରେ ଏକୁଟିଆ ଛଡା ଯାଇ ନଥାଏ।

ଶବକୁ ଏକୁଟିଆ ଛାଡି ନ ଯିବାର ଏକ କାରଣ ଏହା କି ଯେ ଯେମିତି ଶବକୁ ଆସି କୁକୁର କି ବିଲେଇ ଖାଇ ନଯାନ୍ତି। କାରଣ ଗରୁଡ଼ ପୁରାଣ ଅନୁସାରେ ଏମିତି ହେଲେ ମୃତ ଆତ୍ମାକୁ ଜମଲୋକର ମାର୍ଗରେ ବହୁତ୍ କଷ୍ଟ ସହିବାକୁ ପଡ଼ିଥାଏ।
ଯଦି ଶବକୁ ଏକୁଟିଆ ଛାଡି ଦିଆଯାଏ ତେବେ ସେଥିରୁ ଗନ୍ଧ ଆସିବାକୁ ଲାଗିଥାଏ। ସେଥି ପାଇଁ ଶବର ପାଖରେ କେହି ନା କେହି ବସି ରହିଥାଏ ଏବଂ ଶବ ଚାରିପାଖରେ ଧୂପ ଜଳାଇ ରଖିଥାଏ। ଫଳରେ ଶବରୁ ଆସୁଥିବା ଦୁର୍ଗନ୍ଧ ଚାରି ଆଡକୁ ବ୍ୟାପୀ ପାରି ନଥାଏ।
ରାତିରେ ମୃତ ଶରୀରକୁ ଏକୁଟିଆ ଛାଡି ଗଲେ ତାହା ଶରୀରରେ ଆଖ ପାଖରେ ଘୂରି ବୁଲୁଥିବା କିଛି ନକରାତ୍ମକ ଶକ୍ତି ବା ଦ୍ରୁଆତ୍ମ ମଧ୍ୟ ପ୍ରବେଶ କରି ଯାଆନ୍ତି। ଯାହା ଦ୍ଵାରା ବିନା କାରଣରେ ପରିବାର ଲୋକଙ୍କୁ ଏହାର ପରିଣାମ ଭୋଗ କରିବାକୁ ପଡ଼ିଥାଏ। ତେଣୁ ଶବକୁ ଛାଡିକି ଯିବା ଆଦୌ ଉଚିତ୍ ହୋଇ ନଥାଏ।

ଶବକୁ ଏଥିପାଇଁ ଏକୁଟିଆ ଛଡା ଯାଇ ନଥାଏ କାରଣ ମରି ଯାଇଥିବା ଆତ୍ମା ସେହିଠାରେ ଭ୍ରମଣ କରୁଥାଏ। ଏବଂ ନିଜର ପରିଜନ ମାନଙ୍କୁ ଦେଖୁଥାଏ। କୁହାଯାଇଥାଏ କି ମନୁଷ୍ୟ ମୃତ୍ୟୁ ପରେ ଆତ୍ମା ଶରୀର ତ୍ୟାଗ କରି ଚାଲି ଯାଇଥାଏ। ଏହି କାରଣରୁ ସେହି ମୃତ ଶରୀରରେ କୌଣସି ଖରାପ ଆତ୍ମା ପ୍ରବେଶ କରି ପାରେ ସେଥିପାଇଁ ରାତିରେ ଶବକୁ ଏକୁଟିଆ ଛଡା ଯାଇ ନଥାଏ। ଏବଂ କେହି ନା କେହି ଶବ ପାଖରେ ବସି ରହିଥାଏ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।