
ମଳକଣ୍ଟକ ( Anal Fissure ) କ’ଣ , କାହିଁକି ହୁଏ ଏବଂ ଏହାର ଚିକିତ୍ସା ଜଣାନ୍ତୁ..(Dr. anupama s Nair )
ଆଜିର ଦିନରେ ଅର୍ଶ ମଳକଣ୍ଠକ ଭଳି ସମସ୍ୟା ଅଧିକାଂଶ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି।ଘରେ ଘରେ ଏହି ରୋଗ ଦେଖିବାକୁ ମିଳୁଛି। ଏହା ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ ମାନଙ୍କ ଠାରେ ଦେଖିବାକୁ ମିଳୁଛି। ଅର୍ଶ ମଳକଣ୍ଟକ ଏ ହେଉଛି ମଳାଶୟ ଓ ମଳ ଦ୍ଵାରଗତ ରୋଗ। ଏହା ହେବା ଦ୍ଵାରା କେତେକ ବ୍ୟକ୍ତିଙ୍କର ମଳ ତ୍ୟାଗ ସମୟରେ ବା ମଳ ତ୍ୟାଗ ପରେ ମଳଦ୍ଵାରରୁ ରକ୍ତ ନିର୍ଗତ ହୋଇଥାଏ। ଏହା ସହିତ ମଳତ୍ୟାଗ ସମୟରେ ବହୁତ କଷ୍ଟ ହୋଇଥାଏ। ତେବେ ଆଜି ଆମେ ଏହି ରୋଗ କଣ ଓ ଏହାର ନିରାକରଣ କିପରି କରାଯାଇ ପାରିବ ତା ବାବଦରେ ଆଲୋଚନା କରିବା।
ତେବେ ଅର୍ଶ ଏବଂ ମଳକଣ୍ଟକ ମଧ୍ୟରେ ଆମେ ଯଦି ପାର୍ଥକ୍ୟ ଦେଖିବା ଅର୍ଶରେ ବଥା ହୋଇ ନଥାଏ ରକ୍ତ ବାହାରି ଥାଏ ଏବଂ ମଳକଣ୍ଟକରେ କିନ୍ତୁ ବହୁତ୍ ଯନ୍ତ୍ରଣା ହୋଇଥାଏ। ତେବେ ଯେତେବେଳେ ଜଣଙ୍କୁ କୋଷ୍ଠକାଠିନ୍ୟ ହୋଇଥାଏ ସେତେ ବେଳେ ମଳଦ୍ୱାରରେ ଫାଟ ସୃଷ୍ଟି ହୋଇଥାଏ। ଆଉ ଏକ ଛୋଟ ଘା ସୃଷ୍ଟି ହୋଇଥାଏ। ଏବଂ ଏହା ଆମ ମଳଦ୍ଵାରକୁ ସଙ୍କୁଚିତ କରି ଦେଇଥାଏ ଯାହା ଦ୍ଵାରା ମଳତ୍ୟାଗ ସମୟରେ ଆମକୁ ବହୁତ୍ କଷ୍ଟ ହୋଇଥାଏ ଓ ଯନ୍ତ୍ରଣା ଅନୁଭବ ହୋଇଥାଏ। ଯାହାକୁ ଆମେ ମଳକଣ୍ଟକ ବୋଲି କହି ଥାଉ।
ତେବେ ମଳକଣ୍ଟକ ହେବାର ମୁଖ୍ୟ କାରଣ ହେଉଛି ଆମେ ଖାଉଥିବ ଖାଦ୍ୟ ଏବଂ ଆମ ନୀତି ଦିନିଆ ଜୀବନଚର୍ଯ୍ୟା। ଲେଟ୍ ରେ ଖାଦ୍ୟ ଖାଇବା, ଅଧିକ ତେଲ ଯୁକ୍ତ ଖାଦ୍ୟ ଖାଇବା ଜଙ୍କ୍ ଫୁଡ୍ ଫାଷ୍ଟ ଫୁଡ୍ ଇତ୍ୟାଦି ଖାଇବା ଏହାର ପ୍ରମୁଖ କାରଣ ଅଟନ୍ତି।ଏହି ସବୁ ଖାଦ୍ୟ ଖାଇବା ଦ୍ବାରା ପେଟ ଖରାପ ହେବା, ସମ୍ପୂର୍ଣ୍ଣ ଭାବରେ ପେଟ ସଫା ନ ହେବା ଏବଂ କୋଷ୍ଠକାଠିନ୍ୟ ପରି ସମସ୍ୟା ଦେଖା ଯାଇଥାଏ। ଯାହା ଦ୍ଵାରା ମଳ ଦ୍ଵାରାରେ ଛୋଟ ଛୋଟ ଘା ହୋଇ ସେହି ସ୍ଥାନକୁ ସଙ୍କୁଚିତ କରି ଦେଇଥାଏ ଯାହା ଫଳରେ ମଳ ତ୍ୟାଗ ସମୟରେ କଷ୍ଟ ଅନୁଭବ ହୋଇଥାଏ।
ତେବେ ମଳକଣ୍ଟକ ହେବା ଗୋଟିଏ ମାତ୍ର ଉପଚାର ହେଉଛି ସର୍ଜରୀ। ତେଣୁ ଡ଼ାକ୍ତରଙ୍କ ପରାମର୍ଶ ନେଇ ସର୍ଜରୀ କରି ନେବା ଉଚିତ୍ ହୋଇ ଥାଏ। ଏବଂ ସର୍ଜରୀ ହେବା ପରେ ଆପଣଙ୍କ ଲାଇଫ ଷ୍ଟାଇଲକୁ ବଦଳାଇ ବାକୁ ପଡିବ। ଆପଣଙ୍କ ଖାଇବା ପିଇବାକୁ ମଧ୍ୟ ଠିକ୍ କରିବାକୁ ପଡିବ। ଏକ ସୁସ୍ଥ ଜୀବନଯାପନ କରିବା ପାଇଁ ଯାହା ଯାହା ଦରକାର୍ ତାହା ଆପଣଙ୍କୁ କରିବା ପାଇଁ ପଡିବ। ଆପଣ ଯଦି ଆପଣଙ୍କ ଖାଦ୍ୟପେୟ ଲାଇଫ ଷ୍ଟାଇଲକୁ ମେଣ୍ଟେନ୍ କରି ପାରିବେ ତେବେ ଏହି ସମସ୍ୟା ଆପଣଙ୍କ ପାଖରେ ଆଉ କେବେ ଦେଖା ଯିବ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।