
Exclusive -ମୋ ସ୍ୱାମୀ ମୋ ଦେହକୁ ଭଲ ପାଉଥିଲା , ଦେହର ଭୋକ ମେଣ୍ଟି ଗଲା ପରେ ମତେ ତଡ଼ି ଦେଲାଏ,ଆଉ ରାତିରେ ରାତିରେ ଜବରଦସ୍ତୀ … ନେଇ କଣ କହୁଛନ୍ତି ଏହି ମହିଳା, ଦେଖନ୍ତୁ Video
ଝିଅଟିଏ ଯେତେବେଳେ ନୂଆଁ କରି ବାହା ହୋଇଥାଏ ସେ ତା ଶାଶୁ ଘରକୁ ନେଇ କେତେ ସ୍ଵପ୍ନ ଦେଖୁଥାଏ। ସେ ଭାବିଥାଏ ଶାଶୁ ଘରକୁ ଗଲେ ତାକୁ ବାପ ବଦଳରେ ଶଶୁର ମିଳିବ, ମା ବଦଳରେ ଶାଶୂ ମିଳିବ, ଭାଇ ବଦଳରେ ଦିଅର ମିଳିବ, ଆଉ ଭଉଣୀ ରୂପରେ ନଣନ୍ଦ ମିଳିବ ଆଉ ସାଥ ଜନ୍ମର ସାଥି ହୋଇ ବାଟ ଚାଲିବା ପାଇଁ ଏକ ଜୀବନ ସାଥୀ ଟିଏ ମିଳି ଯିବ। ଯିଏ ତାର ସୁଖରେ ଦୁଃଖରେ କାନ୍ଧରେ କାନ୍ଧ ମିଶାଇ ଛିଡା ହେବ।
ସେମିତି ଏକ ସ୍ଵପ୍ନ ନେଇ ବାପ ଘରକୁ ପର କରି ଶାଶୁ ଘରକୁ ଚାଲି ଆସିଥିଲେ ସଙ୍ଗୀତା। କିନ୍ତୁ ଶାଶୂ ଘରକୁ ଗଲା ପରେ ଏ ସବୁ ସ୍ଵପ୍ନ ତାର ପାଣି ଫୋଟକା ପରି ମିଳେଇ ଯିବ ଏ କଥା ସିଏ କେବେବି ଭାବି ନଥିଲେ। ଶାଶୂ ଘର ଲୋକଙ୍କ ସେବା କରିବା ପରେ ମଧ୍ୟ ତାକୁ ଟିକିଏ ବି ସ୍ନେହ ମିଳିବନି ଯିବ ଏ କଥା ସିଏ କେବେବି ଭାବି ପାରି ନଥିଲେ। ସଂଗୀତା ମନରେ ଅସୁମାରୀ ସ୍ବପ୍ନ ନେଇ ଘନଶ୍ୟାମ ଙ୍କ ହାତ ଧରି ଶାଶୁ ଘରକୁ ଚାଲି ଆସିଥିଲେ।
ଶାଶୁ ଘରକୁ ଆସିଲା ପରେ କିଛି ଦିନ ସବୁ କିଛି ଭଲ ଚାଲିଥିଲା। ସ୍ବାମୀ ଘନଶ୍ୟାମ ମଧ୍ୟ ସଂଗୀତା କୁ ଖୁବ୍ ଭଲ ପାଉଥିଲେ। ନୂଆ ଏକ ପରିବାର କୁ ପାଇ ସଂଗୀତା ଖୁବ୍ ଖୁସି ଥିଲେ। ଖୁବ୍ ହସ ଖୁସିରେ ଚାଲିଥିଲା ସଂସାର। ଏମିତି ଖୁସିରେ ଖୁସିରେ ବିତିଗଲା ଗୋଟିଏ ମାସ । ଆଉ ତା ପରେ ସଂଗୀତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପ୍ରାୟତଃ ଭଲ ରହୁ ନଥିଲା। ତାଙ୍କୁ ଖୁବ୍ ଜ୍ଵର ହୋଇଥିଲା। ଆଉ ତା ପରେ ଘନଶ୍ୟାମ ତାଙ୍କୁ ଡ଼ାକ୍ତରଙ୍କ ପାଖକୁ ନେଇ ଗଲେ। ଡ଼ାକ୍ତର ଚେକପ୍ କରିବା ପରେକିଛି ବି ରିପୋର୍ଟ ଆସି ନଥିଲା। ତା ପରେ ସଙ୍ଗୀତକୁ ପୁଣି ଜ୍ଵର ହେବାକୁ ଲାଗିଲା ତାପରେ ଚେକପ୍ କରିବାରୁ ତାଙ୍କୁ ସିକ୍ଲିଂ ହୋଇଛି ବୋଲି ଜଣା ପଡିଥିଲା।
ଆଉ ଏହାପରେ ସ୍ବାମୀଙ୍କ ରଙ୍ଗଢ଼ଙ୍ଗ ବଦଳି ଯାଇଥିଲା। ଶାଶୁ ଘର ଲୋକେ ମଧ୍ୟ ବଦଳି ଗଲେ। ଆଉ ଶଶୁର ଘର ଲୋକଙ୍କ ଅତ୍ୟାଚାର ଆରମ୍ଭ ହୋଇ ଯାଇଥିଲା। ସେମାନେ ସଂଗୀତା ଙ୍କୁ ବାରମ୍ବାର ବାଧ୍ୟ କରୁଥିଲେ ବାପ ଘରୁ ଟଙ୍କା ସୁନା ରୂପା ଆଣିବା ପାଇଁ। ଯାହା ପରେ ଯାଇ ତାଙ୍କର ଚିକିତ୍ସା କରାଯିବ। କିନ୍ତୁ ସଂଗୀତାଙ୍କ ପରିବାର ଗରିବ ଶ୍ରେଣୀର ହେଇଥିବାରୁ ସଂଗୀତା ଏକଥା ଘରେ କହି ପାରୁ ନଥିଲେ।
ତେଣୁ ତାଙ୍କୁ ସ୍ବାମୀ ଓ ଶାଶୂ ଘର ଲୋକଙ୍କ ଠାରୁ ନିର୍ଯାତନା ସହିବା ପାଇଁ ପଡୁଥିଲା। ଆଉ ସ୍ବାମୀ ବାପ ଘରକୁ ଫୋନ କରି ଝିଅକୁ ନେଇଯିବା ପାଇଁ କହିଥିଲେ। ତାପରେ ବାପ ଘର ଲୋକେ ତାଙ୍କୁ ସେଠାରୁ ନେଇ ଆସିଥିଲେ ସେହି ଦିନ ଠାରୁ ସେ ବାପ ଘରେ ରହିଛନ୍ତି। ତେବେ ଏବେ ନ୍ୟାୟ ଆଶାରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସଂଗୀତା।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।