ସବୁ ସମୟ ଖବର ସାଥିରେ

🛑EXCLUSIVE :ମୋ ପେଟରେ ମୋ ପ୍ରେମିକର ଛୁଆ, ୨ ମାସର ଗର୍ଭବତୀ କରି ଧୋକା ଦେଇ ଚାଲିଗଲା ମୋ ପ୍ରେମିକ.. ଦେଖନ୍ତୁ ମହିଳା ଜଣକ କଣ କହୁଛନ୍ତି ..

0 16

ଲଭ, ସେକ୍ସ ଓ ଧୋକା ଏହା ଆଜିକାଲି ଅଧିକାଂଶ ସ୍ଥାନରେ ଦେଖା ଯାଉଛି ଯୋଉଁଠିକି ଝିଅ ମାନେ ବିଶେଷ କରି ପ୍ରତାରଣାର ଶିକାର ହେଉଛନ୍ତି |ସୋସିଆଲ ମିଡ଼ିଆରେ ଏମିତି ବହୁତ କିଛି ଦେଖିବାକୁ ମିଳୁଛି | କୋଉଁଠି ପୁଅ ମାନେ ନିର୍ଯାତିତ ହେଉଛନ୍ତି ତ କୋଉଁଠି ଝିଅ ମାନେ ନିର୍ଯାତିତ ହେଉଛନ୍ତି |ଯାହାକି ଆମ ସମାଜକୁ କଳୁଷିତ କରି ସାରିଲାଣି | ଆମ ହିନ୍ଦୁ ରୀତି ଅନୁଯାୟୀ ସ୍ୱାମୀ ସ୍ତ୍ରୀର ସମ୍ପର୍କ ସାତ ଜନ୍ମ ପାଇଁ ହୋଇଥାଏ କିନ୍ତୁ ଏବେ ଏହି ସମ୍ପର୍କ ସାତ ଦିନ ବି ରହୁନାହିଁ | ଏହା ଦ୍ୱାରା ବହୁତ ଖରାପ ପ୍ରଭାବ ପଡୁଛି ଆମର ପରବର୍ତ୍ତୀ ପିଢ଼ି ଉପରେ | ଆଜି ଆମେ ଆପଣଙ୍କୁ ଏମିତି ଏକ ଦୁଃଖ ଦାୟକ ଖବର ବିଷୟରେ ଆପଣଙ୍କୁ ଜଣେଇବୁ ଯୋଉଁଥି ଏକ ମାଆ ତାର ପିଲା ପାଇଁ ନ୍ୟାୟ ଭିକ୍ଷା କରୁଛି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ପ୍ରେମିକା ପେଟରେ ଦୁଇ ମାସର ପିଲା ଥିବା ବେଳେ ପ୍ରେମିକ ଫେରାର ଅଛନ୍ତି |ପ୍ରେମିକା ରାତି ଅଧରେ ଆସି ପୋଲିସ ଷ୍ଟେସନରେ ପହଁଞ୍ଚିଛନ୍ତି ଏବଂ ତାଙ୍କ ପିଲା ପାଇଁ ନ୍ୟାୟ ମାଗୁଛନ୍ତି |ପ୍ରଥମେ ଭଲ ପାଇଲେ ଓ ପରିବାରର ଅଜାଣତରେ ବିବାହ କଲେ | କିନ୍ତୁ ଏବେ ଦୁଇ ମାସର ଗର୍ଭବତୀ ସ୍ତ୍ରୀକୁ ଛାଡି ପ୍ରେମିକ ଫେରାର ଅଛନ୍ତି |

ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଖଇରା ବ୍ଲକ ଅନ୍ତର୍ଗତ ନୁଆଁଗାଁ ଗ୍ରାମରେ | ମଞ୍ଜୁଲତା ନାମକ ଏକ ମହିଳା କୋରାପୁଟର ଏକ ନର୍ସିଂହୋମରେ କାମ କରନ୍ତି |ଛୁଟିରେ ଘରକୁ ଆସିଥିବା ବେଳେ ତାଙ୍କ ଗାଁକୁ ଲାଗି ତାକୁଡ଼ିଆ ଗାଁର ସୁଲୁ ନିଗମ ନାୟକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା | ପ୍ରେମ ସମ୍ପର୍କ ନିବିଡ ହେବା ପରେ ଦୁହେଁ ଦୁହିଁଙ୍କୁ କୋରାପୁଟର ଏକ ନୋଟରୀରେ ବିବାହ କରି ଥିଲେ |ଏହା ପରେ ସେଠାରେ ଘର ଭଡା ନେଇ ସ୍ୱାମୀ ସ୍ତ୍ରୀ ଭାବେ ଚଳୁଥିଲେ | ଏହା ଭିତରେ ଦୁଇ ମାସର ଗର୍ଭବତୀ ହୋଇଥିଲେ ମଞ୍ଜୁଲତା |

କିନ୍ତୁ ପୁଅର ପରିବାର ଲୋକେ ବିବାହ ବିଷୟରେ ଜାଣିବା ପରେ ତାଙ୍କୁ ଜୋର ଜବରଦସ୍ତ ଘରକୁ ନେଇ ଯାଇଥିଲେ | କୌଣସି ଉପାୟ ନା ପାଇ ପୀଡିତା ଖଇରା ଥାନାରେ ଲିଖିତ ଅଭିଯୋଗ କରି ଥିଲେ |ପୋଲିସ ତଦନ୍ତ କରିବା ଆରମ୍ଭ କରିବାରୁ ଯୁବକ ଫେରାର ଥିବାର ଜାଣିବାକୁ ପାଇଥିଲା |ପୋଲିସ ଏବେ ଯୁବକର ଦାଦାଙ୍କୁ ଅଟକ ରାଖି ତଦନ୍ତ କରିବା ଆରମ୍ଭ କରିଛି |
ମଞ୍ଜୁଲତା ନିଜେ ଗଣ ମାଧ୍ୟମ ଆଗରେ ନିଜର ମନ୍ତବ୍ୟ ରଖି କହିଛନ୍ତି ଯେ ଯୁବକ ଜଣଙ୍କ ପ୍ରଥମେ ତାଙ୍କ ସହ ଭଲ ପାଇବାର ଛଳନା କରିଛନ୍ତି |ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ ବିବାହ ମଧ୍ୟ କରିଛନ୍ତି |ସେମାନେ କୋରାପୁଟରେ ଘରଭଡା ନେଇ ବହୁତ ଖୁସିରେ ରହୁଥିଲେ ବୋଲି କହିଛନ୍ତି |

ତାଙ୍କର ବାହାଘରକୁ ତିନିରୁ ଚାରି ମାସ ହୋଇଥିବା ବେଳେ ସେ ଏବେ ଦୁଇ ମାସର ଗର୍ଭବତୀ ଅଛନ୍ତି |ତାଙ୍କର ଘର ଲୋକେ ତାଙ୍କୁ କୌଶଳରେ ନେଇ ଆସିଛନ୍ତି ଓ ତାଙ୍କୁ ଯୌତୁକ ଦେବା ପାଇଁ କହିଛନ୍ତି | ତାଙ୍କ ସ୍ୱାମୀ ତାଙ୍କୁ ଜାଣି ନାହାନ୍ତି ଓ ତାଙ୍କର କୌଣସି ଶାରୀରିକ ସମ୍ପର୍କ ନାହିଁ ବୋଲି ଅଭିଯୋଗ କରିଛନ୍ତି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।