ସବୁ ସମୟ ଖବର ସାଥିରେ

ଦେଖନ୍ତୁ Viral ଭିଡ଼ିଓ- ମୋ ଜୀବନ ସାଥୀ ନାରୀ ନୁହଁ ପରୁଷ। ଝିଅ କହି ପୁଅ ସହ ମୋତେ ବାହା କରାଇ ଦେଲେ’।…ଶୁଣନ୍ତୁ ଏହି କାହାଣୀ

0 105

ମୋ ଜୀବନ ସାଥି ନାରୀ ନୁହେଁ ପୁରୁଷ, ଝିଅ କହି ମତେ ଏକ ପୁଅ ସହ ବାହା କରାଇ ଦେଲେ | ଏମିତି ଏକ ଆଚମ୍ବିତ କଲା ପରି ଖବର ଜଣେ ଯୁବକ ଅଭିଯୋଗ କରିଛନ୍ତି | ଅଦ୍ଭୁତ ଲାଗୁ ଥିବା ଏହି ମାମଲା ସୁପ୍ରିମ କୋର୍ଟ ରେ ପହଞ୍ଚିଛି | ସର୍ବୋଚ୍ଚ ନ୍ୟାୟଳୟ ଏହି ଆବେଦନ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି | ସମ୍ପୂକ୍ତ ସ୍ୱାମୀ ଜଣଙ୍କ ଠକାମି ର ଶିକାର ହୋଇ ଥିବା ଅଭିଯୋଗ ଆଣିଛନ୍ତି | ଶାରୀରିକ ଗଠନ ଦୃଷ୍ଟି ରୁ ତାଙ୍କ ପତ୍ନୀ ମହିଳା ହୋଇ ଥିଲେ ମଧ୍ୟ ତାଙ୍କ ପ୍ରାଇଭେଟ ପାର୍ଟ ପୁରୁଷ ଙ୍କ ଭଳି ସେ ଅଭିଯୋଗ ଆଣିଛନ୍ତି |

ମଧ୍ୟପ୍ରଦେଶ ରୁ ଗୋଆଁଲିଆ ରୁ ଜଣେ ବିବାହିତ ଯୁବକ ଆଣି ଥିବା ମାମଲା ର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟଳୟ ସମତି ପ୍ରକାଶ କରିଛନ୍ତି | ପତ୍ନୀ ର ଯୌନାଙ୍ଗ ପୁରୁଷ ସରଞ୍ଚନା ବୋଲି ସେ ଅଭିଯୋଗ କରିଛନ୍ତି | ପ୍ରାରମ୍ଭ ରୁ ଏହି ମାମଲା ର ଶୁଣାଣି ପାଇଁ ସୁପ୍ରିମ କୋର୍ଟ ରାଜି ନଥିଲେ, କିନ୍ତୁ ମେଡିକାଲ ରିପୋର୍ଟ କୁ ଅନୁଧ୍ୟାନ କରିବା ପରେ ସମ୍ପୂକ୍ତ ମହିଳା ଙ୍କୁ କୋର୍ଟ ନୋଟିସ ଜାରି କରିଛି | ମେଡିକାଲ ରିପୋର୍ଟ ରେ ଜୈବକ ଦୃଷ୍ଟି ରୁ ସେହି ପତ୍ନୀ ଜଣଙ୍କ ମହିଳା ତାଙ୍କର ଓଭାରରୀ ମଧ୍ୟ ଅଛି କିନ୍ତୁ ଏହା ସଂଲଗ୍ନ ପୁରୁଷ ଯୌନାଙ୍ଗ ଅଛି |


ସୁପ୍ରିମ କୋର୍ଟ ରେ ହୋଇ ଥିବା ମାମଲା ରୁ ଉଭୟ ଙ୍କ ବିବାହ 2016 ମସିହା ରେ ହୋଇ ଥିଲା, କିନ୍ତୁ କିଛି ଦିନ ପରେ ପତ୍ନୀ ବିବାହ କୁ ମାନିବାକୁ ଅରାଜି ହୋଇ ଥିଲେ | ତେବେ ପତ୍ନୀ ଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ସ୍ୱାମୀ ଯେତେ ବେଳେ ପ୍ରୟାସ କଲେ ସେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ | ତାଙ୍କ ପତ୍ନୀ ଙ୍କର ଯୌନାଙ୍ଗ ପୁରୁଷ ସରଞ୍ଚନା ଭଳି ସେ ଜାଣିବାକୁ ପାଇ ଥିଲେ | ଏହାପରେ ସେ ତାଙ୍କ ପତ୍ନୀ ଙ୍କୁ ନେଇ ମେଡିକାଲ ପରୀକ୍ଷା ପାଇଁ ଯାଇ ଥିଲେ | ମେଡିକାଲ ର ରିପୋର୍ଟ ରେ ଏହା ତାଙ୍କର ଜନ୍ମଗତ ସମସ୍ୟା ବୋଲି ଜଣା ପଡ଼ି ଥିଲା |


ଏହି ସମସ୍ୟା ର ସମାଧାନ ପାଇଁ ଡାକ୍ତର ସର୍ଜରୀ ପାଇଁ ପରାମର୍ଶ ଦେଇ ଥିଲେ, ମେଡିକାଲ ରିପୋର୍ଟ ଅନୁଯାଇ ଯଦିଓ ଶାରୀରିକ ଗଠନ ପାଇଁ ତାଙ୍କ ପତ୍ନୀ ମହିଳା କିନ୍ତୁ ସେ ମା ହୋଇ ପାରିବେ ନାହିଁ | ପରେ ସ୍ୱାମୀ ପତ୍ନୀ ନିଜ ବାପ ଘରକୁ ପଠାଇ ଦେଇ ଥିଲେ, ଆଉ ପରେ ଉଭୟ ପରିବାର ମଧ୍ୟରେ କଳହ ଆରମ୍ଭ ହୋଇ ଥିଲା |

ସ୍ୱାମୀ ଙ୍କ ବିରୋଧ ରେ ନିର୍ଯାତନା ର ଅଭିଯୋଗ ଆଣି ସ୍ତ୍ରୀ ଅଦାଲତ ଯାଇ ଥିଲେ | ତାଙ୍କ ବିରୋଧରେ 420 ଦଫା ରେ ମାମଲା ରୁଜୁ ହୋଇ ଥିଲା ଏବଂ ଏହାର ଜବାବ ରେ ସ୍ୱାମୀ ହାଇକୋର୍ଟ ଯାଇ ଥିଲେ | ହେଲେ ତାଙ୍କ ଆବେଦନ ଖାରଜ ହୋଇ ଯାଇ ଥିଲା ଏବେ ସେ ସୁପ୍ରିମକୋର୍ଟ ଯାଇଛନ୍ତି, ତାଙ୍କ ମାମଲା କୁ ସର୍ବୋଚ୍ଚ ଅଦାଲତ ଗୁରୁତର ସହ ଗ୍ରହଣ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।