ସବୁ ସମୟ ଖବର ସାଥିରେ

ଦେଖନ୍ତୁ ଏହି live ଭିଡିଓ ! ମୃତ ବି ଏମିତି ଆସେପାରେ. ମୋ ଭୋ ଭୋ ହୋଇ କାନ୍ଦୁଛନ୍ତି ଜେଜେ, 6 ନାତି ଗଲେ ମୋ ବଂଶ ବୁଡିଗଲା…ଦେଖନ୍ତୁ ଏହି ହୃଦୟ ଥରା ଭିଡିଓ

0 199

6 ନାତି ଙ୍କର ଅକାଳ ରେ ମୃତ୍ୟୁ କୁ ଦେଖି ଜେଜେ ବାପା ଏବେ ଛାତି ବାଡେଇ କାନ୍ଦୁଛି | କାରଣ ଯେଉଁ ନାତି ଙ୍କୁ ସବୁ କାନ୍ଧରେ ବସି ବୁଲାଉ ଥିଲା ଯାତ୍ରା ନେଉ ଥିଲା ଏବଂ ବୁଢା ହୋଇ ତାଙ୍କ କାନ୍ଧ ରେ ଶ୍ମାଶନ ଯିବ ବୋଲି ଭାବୁ ଥିଲା | କିନ୍ତୁ ଆଜି ସିଏ ନିଜ ଭେଣ୍ଡିଆ ନାତି ଙ୍କୁ ଧରି ଶ୍ମାଶନ ଗଲା | ଅଣ ନାତି ଖେଳିବାର ସ୍ୱପ୍ନ ଯେତେବେଳେ ତା ଆଖି ସାମ୍ନାରେ ଚୁରମାର ହୋଇ ଯିବ ସେତେବେଳେ ବା ଆଉ କଣ ହେବ |

ବଂଶ ବୁଡି ଗଲା କହି କାନ୍ଦିବା ଛଡା ଆଉ ରାସ୍ତା ବା କଣ ମୋ ପାଖରେ କହି କାନ୍ଦୁଛନ୍ତି ଜେଜେ | କାହା ପାଇଁ ଏହି ହୋଲି ପର୍ବ ରଙ୍ଗ ଖେଳ କିନ୍ତୁ ଏହି ପରିବାର ପାଇଁ କାଳ ହୋଇ ଗଲା | ରଙ୍ଗ ଖେଳି ଭାରି ଖୁସ ଥିଲେ କରୋନା କଟକଣା ହଟିବା ପରେ ମାର୍କା ବୋବାଲିଆ ରଙ୍ଗ ଖେଳ ଟିଏ ହୋଇ ଥିଲା |

ଆଉ ରଙ୍ଗ ଖେଳ ସରିବା ପରେ ପ୍ରତି ଥର ଭଳି ଏଥର ମଧ୍ୟ ନଈ ଗାଧୁଆ ପାଇଁ ବାହାରି ଥିଲେ ରଶ୍ମି ରଞ୍ଜନ ଜେନା, କରନ ଜେନା, କ୍ରିଷ୍ଣା ଜେନା, ସମ୍ବିତ ଜେନା, ବିଶ୍ୱଜିତ ଜେନା, ଶୁଭମ ଜେନା | ଏହି ସମସ୍ତେ ଖୋର ସ୍ରୋତା ନଦୀ ର ପାଣିରେ ନିଜ ଦେହ ର ରଙ୍ଗ ଛଡ଼ାଇବାକୁ ଯାଇ ଥିଲେ, ହେଲେ ସେମାନେ କଣ ଜାଣି ଥିଲେ ଏହି ଗାଧୁଆ ହେଉଛି ତାଙ୍କର ଶେଷ ଗାଧୁଆ ବୋଲି |

ପାଣି ର ଗଭୀରତା ମାପି ପାରି ନଥିଲେ ଆଉ ଚାହୁଁ ଚାହୁଁ କେହି କ୍ଷଣ ମଧ୍ୟରେ ଚାରୋଟି ଜୀବନ ଚାଲି ଗଲା | ଆଉ ଏବେ ଏବେ ଆହୁରି 2 ଜଣ ନିଖୋଜ ଅଛନ୍ତି | ଆଉ ବର୍ତ୍ତମାନ ସମୟରେ ଭେଣ୍ଡିଆ ପୁଅ କୁ ହରାଇ ପଥର ଉପରେ ବସି ବାପା ରଡି ଛାଡ଼ି କାନ୍ଦୁଛି |


ଆଉ ଏପଟେ ଆଉ ଜଣେ ବାପା ଟିକିଏ ପୁଅ କୁ ଦେଖିବାକୁ ଦିଅ ବୋଲି ରଡି ଛାଡ଼ି କାନ୍ଦୁଛି | ହେଲେ ଦୈବ ଏମାନଙ୍କୁ ଯେଉଁ ଦୁଃଖ ଦେଇଛି ସେ କଷ୍ଟ ଏମାନଙ୍କ ପାଖରୁ କିଏ ବା ନେଇ ପାରିବ | ଯାଜପୁର ବଡ଼ସୁଆ ଖୋରସ୍ରୋତା ରେ ଘଟି ଥିବା ଅଘଟଣ ରେ ମୃତ୍ୟୁ ସଂଖ୍ୟା ଚାରି କୁ ବୃଦ୍ଧି ପାଇଛି | ନଦୀରୁ ଆଉ ଜଣ ଙ୍କ ମୃତ ଦେହ ଉଦ୍ଧାର ହୋଇ ଥିବା ବେଳେ ଆହୁରି 2 ଜଣ ଙ୍କର ପତ୍ତା ମିଳୁ ନାହିଁ | କିନ୍ତୁ ନଦୀ କୂଳ ରେ ସେମାନଙ୍କର ଲୁଗାପଟା ଓ ଚପଲ ପଡ଼ି ଥିବା ଦେଖି ପରିବାର ଲୋକ ଅଗ୍ନିଶମ ବିଭାଗ କୁ ଖବର ଦେବା ସହିତ ସାହି ଭାଇ ଙ୍କୁ ସାହାଯ୍ୟ ପାଇଁ କହି ଥିଲେ, ସତରେ ଏମିତି କଷ୍ଟ ଭଗବାନ କାହାକୁ ବି ନ ଦିଅନ୍ତୁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।