
ମହାଅଷ୍ଚମୀ Niyam : ଆଜି 3 ଅକ୍ଟୋବର ମହାଅଷ୍ଚମୀ ଦିନ ଭୁଲରେ ଏହି କାମ କରନ୍ତୁ ନାହିଁ,ନଚେତ ହେବ ଭୟଙ୍କର ଅଘଟଣ….
ଆଶ୍ୱିନ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ ମାଙ୍କ ନବରୂପ ଧରାପୃଷ୍ଟରେ ପୂଜା ପାଇଥାନ୍ତି। ଯାହାକୁ ଆମେ ନବରାତ୍ରୀ ବୋଲି କହିଥାଉ। ତେବେ ନବରାତ୍ରୀର ଅଷ୍ଟମ ଦିନକୁ ମହା ଅଷ୍ଟମୀ କୁହା ଯାଇଥାଏ। ଏହି ଦିନ ମାତା ମହାଗୌରୀଙ୍କୁ ଉପାସନା କରା ଯାଇଥାଏ।ଦେବୀଙ୍କର ଏହି ରୂପକୁ ସୌମ୍ୟ ରୂପ ବୋଲି କୁହା ଯାଇଥାଏ। ତେବେ ଆମେ ମାଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ପାଠ କରିଥାଉ। କିନ୍ତୁ ଆମେ ଅଜାଣତରେ ଏମିତି କିଛି ଭୁଲ କରି ପକାଇ ଥାଉ ଯାହା ଦ୍ଵାରା ମାଙ୍କ କୃପା ମିଳିବା ବଦଳରେ ହୋଇଥାଏ ଘୋର୍ ଅନର୍ଥ। ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ ମାଙ୍କ ଏହି ମହା ଅଷ୍ଟମୀ ଦିନ କଣ କରିବା ଉଚିତ୍ ଏବଂ କଣ କରିବା ଆଦୌ ଉଚିତ୍ ହୋଇ ନଥାଏ।
୧. ମାଙ୍କ ମହା ଅଷ୍ଟମୀ ଦିନ ଶୁଭ ସମୟ ଗଡି ଯିବା ପୂର୍ବରୁ ଆପଣଙ୍କୁ ପୂଜା ସାରିବା ପାଇଁ ପଡିବ। ନଚେତ୍ ଆପଣଙ୍କ ପୂଜା ପାଠରେ କୌଣସି ଫଳ ପାଇବେ ନାହିଁ। ତେବେ ଉଚିତ୍ ସମୟରେ ପୂଜା ସାରିବା ପରେ ୯ ବର୍ଷରୁ କମ୍ ଝିଅ ମାନଙ୍କୁ କିଛି ଖାଦ୍ୟ ଖାଇବା ପାଇଁ ଦିଅନ୍ତୁ ମାଙ୍କ ଅଶ୍ରିବାଦ ପ୍ରାପ୍ତ ହେବ।
୨.ତେବେ ଏହି ଦିନ ନିଶ ଦାଢ଼ି କାଟିବା ଅନୁଚିତ୍ ହୋଇଥାଏ କିନ୍ତୁ ଛୋଟ ପିଲା ମାନଙ୍କୁ ମୁଣ୍ଡନ କରିବା ଶୁଭ ମନେ କରା ଯାଇଥାଏ ତେଣୁ ଆପଣ ଏହା କରି ପାରିବେ।
୩. ଏହି ଦିନ ଆପଣ ଉଷୁନା ଭାତ ଏବଂ ରୁଟି ଇତ୍ୟାଦି ଖାଆନ୍ତୁ ନାହିଁ ଏମିତିକି ଲୁଣ ମଧ୍ୟ ଖାଇବା ଉଚିତ୍ ହୋଇ ନଥାଏ। ନିଶା ଦ୍ରବ୍ୟ ମଧ୍ୟ ସେବନ କରନ୍ତୁ ନାହିଁ।ତେବେ ଆପଣ ଅରୁଆ ଚାଉଳରେ ଖେଚୁଡ଼ି ପ୍ରସ୍ତୁତ କରି ଖାଇ ପାରିବେ। ଏହା ସହ ଫଳ ଏବଂ ବାଦାମ ଜାତୀୟ ଖାଦ୍ୟ ଖାଇ ପାରିବେ।
୪. ତେବେ ଆପଣ ଯଦି ମା ଦୁର୍ଗାଙ୍କ ଗ୍ରନ୍ଥ କିମ୍ବା ମନ୍ତ୍ର ପାଠ କରୁଛନ୍ତି ତେବେ ଏହି ସମୟରେ ଧ୍ୟାନ ରଖନ୍ତୁ ଯେମିତି ମନ୍ତ୍ର ପାଠରେ କିଛି ଭୁଲ ନହୁଏ। ଏବଂ ମାଙ୍କ ମନ୍ତ୍ର ପାଠ ସମୟରେ କାହା ସହିତ ବି କଥାବାର୍ତ୍ତା କରନ୍ତୁ ନାହିଁ। ବିଶ୍ଵାସ କରା ଯାଇଥାଏ ଯେ ମାଙ୍କ ମନ୍ତ୍ର ପାଠ କରିବା ସମୟରେ ଯଦି ଅନ୍ୟ କାହାସହିତ କଥାବାର୍ତ୍ତା କରାଯାଏ ଆପଣଙ୍କ ପୂଜା ପାଠର କିଛି ମୂଲ୍ୟ ରହି ନଥାଏ।
୫.ବିଷ୍ଣୁ ପୁରାଣ ଅନୁଯାୟୀ ଏହି ଦିନରେ ଦିନ ବେଳା ଶୋଇବା ଆଦୌ ଉଚିତ୍ ହୋଇ ନଥାଏ। ଏଥି ସହିତ ଏହି ଦିନ ଶାରିରୀକ ସମ୍ପର୍କ ସ୍ଥାପନ କରିବା ଉଚିତ୍ ନୁହେଁ। ତେବେ ଏହି ଦିନ ଦିନବେଳା ନ ଶୋଇ ପୂଜା ସାରିବା ପରେ ଆପଣ ଶୋଇ ପାରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।