ସବୁ ସମୟ ଖବର ସାଥିରେ

Vastu Shastra – ମହା ପଞ୍ଚୁକ ରେ ଏହି କାମ କଲେ ମହାପୁଣ୍ୟ ପ୍ରାପ୍ତି ହେବ….

0 3

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ଠାରୁ ଯୁବକ ଯୁବତୀ ପୁରୁଷ ସ୍ତ୍ରୀ ସମସ୍ତେ ପ୍ରାତଃ ସ୍ନାନ ସହିତ ପାଞ୍ଚ ଦିନ ଧରି ପଞ୍ଚୁକ୍ ପାଳନ କରନ୍ତି। ଆମ ହିନ୍ଦୁ ଧର୍ମରେ ଏହି ପଞ୍ଚୁକ ବ୍ରତର ମହତ୍ତ୍ୱ ରହିଛି। ତେବେ ଆପଣ ଯଦି ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଚାହୁଁ ଛନ୍ତି ଏହି ପଞ୍ଚୁକର ପାଞ୍ଚ ଦିନରେ କରାନ୍ତୁ ମାତ୍ର ପାଞ୍ଚଟି କାମ। ଘରେ କେବେବି ଧନର ଅଭାବ ରହିବ ନାହିଁ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରେ ସର୍ବଦା ସୁଖ ସମୃଦ୍ଧି ବୃଦ୍ଧି ପାଇବ। ତେବେ ଆଜି ଆମେ ଜାଣିବା ଏହି ପଞ୍ଚୁକର ପାଞ୍ଚ ଦିନରେ କେଉଁ କାର୍ଯ୍ୟ କରିବା ଆଉ କେଉଁ କାର୍ଯ୍ଯ କରିବା ଆଦୌ ଉଚିତ୍ ନୁହେଁ।

ଏହି ପଞ୍ଚୁକର ପାଞ୍ଚ ଦିନରେ କେଉଁ କାର୍ଯ୍ୟ କରିବା ଉଚିତ୍:-

 


୧. କାର୍ତ୍ତିକ ମାସର ପଞ୍ଚୁକରେ ପ୍ରଭୁ ରାଧା କୃଷ୍ଣଙ୍କର ପୂଜା ଅର୍ଚ୍ଚନା କରାନ୍ତୁ। ପୂଜା କରିବା ସମୟରେ ରାଧା ଓ କୃଷ୍ଣଙ୍କୁ ତୁଳସୀ କାଠରେ ଚନ୍ଦନ ଘୂରି ଲଗାନ୍ତୁ।
୨. ଏହି ପାଞ୍ଚ ଦିନ ଆପଣ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସକାଳୁ ଭୋର ଭୋର ଉଠି ନିଜ ଘର ସଫା କରି ନିଅନ୍ତୁ। ଘର ବାହାରେ ସବୁଆଡେ ପରିଷ୍କାର ରଖନ୍ତୁ।
୩. ଆପଣ ଏହି ପାଞ୍ଚ ଦିନ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଭୋର ଉଠି ସ୍ନାନ କରି ତୁଳସୀ ଚଉରା ପୂଜା କରନ୍ତୁ। ପୂଜା କରିସାରିବା ପରେ ଆପଣ ଚଉରା ପାଖରେ ବା ରାଧା କୃଷ୍ଣଙ୍କର ମୂର୍ତ୍ତି ପାଖରେ ମୁରୁଜରେ କିଛି ରଙ୍ଗୋଲି ପକାନ୍ତୁ। ଆଉ ଏହି ମୁରୁଜରେ ପଞ୍ଚୁକ ବୋଲି ଲେଖନ୍ତୁ।
୪. ପଞ୍ଚୁକର ଏହି ପାଞ୍ଚ ଦିନ ଆପଣ ନୀଳ ଅପରାଜିତା ଫୁଲ ନେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଶେଷ ମହିମା ଓ ଆଶ୍ରିବାଦ ଆପଣଙ୍କୁ ପ୍ରାପ୍ତ ହେବ।

୫. ପଞ୍ଚୁକର ପଞ୍ଚମ ଦିନ ଅର୍ଥାତ୍ ଶେଷ ଦିନରେ ଆପଣ କଦଳୀ ପଟୁଆରେ ଡଙ୍ଗା ତିଆରି ପାଣିରେ ଭସାଇ ଦିଅନ୍ତୁ।
ଏବେ ଜାଣିବା ଏହି ପଞ୍ଚୁକ୍ ପାଞ୍ଚ ଦିନରେ କେଉଁ କାର୍ଯ୍ୟ କରିବା ଆଦୌ ଉଚିତ୍ ନୁହେଁ:-
୧. ଏହି ପଞ୍ଚୁକର୍ ପାଞ୍ଚ ଦିନ ଖଟ ଉପରେ ବସି କୈାଣସି ବି ମନ୍ତ୍ର ପାଠ କରାନ୍ତୁ ନାହିଁ। ଏହା କରିବା ଦ୍ୱାରା ଘରକୁ ସଙ୍କଟ ଆସିଥାଏ।
୨. ପଞ୍ଚୁକରେ ଯେଉଁ ସମୟରେ ଧନିଷ୍ଟ ନକ୍ଷତ୍ରର ସମୟ ହୋଇଥାଏ ଘାସ କାଠ ଓ ଜଳୁଥିବା ବସ୍ତୁ ମାନଙ୍କୁ ଏକାଠି କରାନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ
୩.ପଞ୍ଚୁକରେ ଦକ୍ଷିଣ ଦିଗକୁ ଯାତ୍ରା କରିବା ଉଚିତ୍ ମାନା ଯାଏ ନାହିଁ କାରଣ ଏହି ଦିଗରେ ଯମଙ୍କର ବାସ ହୋଇଥାଏ।
୪. ପଞ୍ଚୁକରେ ଯେତେବେଳେ ରେବତୀ ନକ୍ଷତ୍ର ଲାଗିଥାଏ ସେତେବେଳେ ଘରର ଛାତ ବାନାଇବ ଉଚିତ୍ ହୋଇ ନଥାଏ।
୫. ପଞ୍ଚୁକରେ ଶବ ସତ୍କାର କରିବା ପୂର୍ବରୁ କୈାଣସି ଏକ ଯୋଗ୍ୟ ପଣ୍ଡିତର ପରାମର୍ଶ ନେବା ଆବଶ୍ୟକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।