ସବୁ ସମୟ ଖବର ସାଥିରେ

ଆପଣଙ୍କ ଡାଇବେଟିସ ” Diabetes ” ୪୮୦ ହେଉ ବା ୫୮୦,କେବଳ ୩ ଦିନରେ ଠିକ କରିଦେବ ଏହି ଗୁଣ୍ଡ…

0 10

ମଧୁମେହ ଯାହାକୁ ଇଂରାଜୀରେ ଆମେ ଡାଇବେଟିସ ବୋଲି କହିଥାଉ। ଡାଇବେଟିସ ଏକ ସାଧାରଣ ସମସ୍ୟା ନୁହେଁ କିଛି ଦିନ ଧରି ଏଥିରେ ଆକ୍ରାନ୍ତ ହେବାର କିଛି ଦିନ ପରେ ଶରୀରରେ ବିଭିନ୍ନ ରୋଗ ପରିଲକ୍ଷିତ ହୋଇଥାଏ। ଯେମିତିକି ଉଚ୍ଚ ରକ୍ତଚାପ, ହୃଦ ରୋଗ, ସ୍ନାୟୁ ରୋଗ, ସ୍ମୃତିହାସ ରୋଗ, ଯୌନଶକ୍ତି ହ୍ରାସ, ସଂକ୍ରମଣ ରୋଗ, ଚର୍ମ ରୋଗ ଇତ୍ୟାଦି। ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ହୋମ୍ ରେମେଡି ବାବଦରେ କହିବୁ ଯାହାକୁ ଆପଣ ବ୍ୟବହାର କରି ଆପଣଙ୍କର ମଧୁମେହ ଭଳି ସମସ୍ୟା ମୂଳରୁ ଶେଷ ହୋଇ ଯିବ। ତେବେ ଆସନ୍ତୁ ଏହି ହୋମ୍ ରେମେଡି ପାଇଁ ଆବଶ୍ୟକ ସାମଗ୍ରୀ ପ୍ରସ୍ତୁତି ପ୍ରଣାଳୀ ଏବଂ ବ୍ୟବହାର ବାବଦରେ ଜାଣିବା।

ଆବଶ୍ୟକ ସାମଗ୍ରୀ:-ମେଥି ଦାନ, ଜୀରା, ଜୁଆଣି, ଭଜା ସୁଲା
ଡାଇବେଟିସକୁ କଣ୍ଟ୍ରୋଲ କରିବା ପାଇଁ ମେଥି ଠାରୁ ଲାଭ ଦାୟକ ଜିନିଷ ଆଉ କିଛି ବି ନାହିଁ। ତେବେ ପ୍ରଥମେ ୧୫ ଗ୍ରାମ୍ ମେଥି ଦାନାକୁ ନିଅନ୍ତୁ। ଏହାପରେ ଏଥିରେ ୧୫ ଗ୍ରାମ ଜୀରା ଏବଂ ୧୫ ଗ୍ରାମ ଜୁଆଣି ପକାନ୍ତୁ। ଏବେ ଏହି ସବୁ ସାମଗ୍ରୀ ନେଇ ଗ୍ୟାସ ଉପରେ ପ୍ୟାନ୍ ବସାଇ ସେଥିରେ ଡ୍ରାଇ ରୋଷ୍ଟ କରନ୍ତୁ। ତେବେ ଏହାକୁ ଆପଣ ଲୁହା ତ୍ୱାୱାରେ ଭାଜିଲେ ଏହା ବେଶି ଲାଭ ଦାୟକ ହୋଇଥାଏ। ଲୁହା ତ୍ୱାୱାରେ ଭାଜିବା ଦ୍ଵାରା ଏଥିକୁ ଆଇରନ କଣ୍ଟେଣ୍ଟ ଆସିଥାଏ ଯାହା ଆସିବା ନିହାତି ଆବଶ୍ୟକ।
ତେବେ ଆପଣ ଲୁହା ତ୍ୱାୱାରେ ମେଥି ଜିରା ଜୁଆଣି କୁ ନେଇ ଡ୍ରାଇ ରୋଷ୍ଟ କରି ନିଅନ୍ତୁ। ଆପଣ ଏହାକୁ ବିନା ତେଲରେ କରିବେ। ଏବେ ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଏହାପରେ ଏଥିରେ ୧୫ ଗ୍ରାମ ଭଜା ସୁଲାକୁ ପକାନ୍ତୁ। ସବୁ ସାମଗ୍ରୀର ମାତ୍ରା ଯେପରି ସମାନ ରହେ। ଏବେ ଏହାକୁ ନେଇ ଗୁଣ୍ଡ ପ୍ରସ୍ତୁତ କରନ୍ତୁ ଆପଣ ଏହାକୁ ପଥରରେ ଗୁଣ୍ଡ କରିବା ପାଇଁ ଚେଷ୍ଟା କରନ୍ତୁ। କାରଣ ଆପଣ ଯଦି ଏସବୁ କୁ ପଥରରେ ଗୁଣ୍ଡ କରୁଛନ୍ତି ତେବେ ଏଥିରେ ଥିବା ନ୍ୟୁଟ୍ରିସନ୍ ର ମାତ୍ରା କମ୍ ହୋଇ ନଥାଏ। ଏବେ ଏହି ଗୁଣ୍ଡକୁ ଆପଣ ଷ୍ଟୋର କରି ରଖି ପାରିବେ।
ବ୍ୟବହାର:-
ଏକ ଗ୍ଲାସ୍ ନର୍ମାଲ ପାଣି ନେଇ ଏକ ଚାମଚ ଏହି ଗୁଣ୍ଡ ପକାଇ ମିଶାଇ ଦିଅନ୍ତୁ। ଏବଂ ପ୍ରତିଦିନ ସକାଳେ ଖାଲି ପେଟରେ ଏହାର ସେବନ କରନ୍ତୁ। ଏହାକୁ ଆପଣଙ୍କୁ ଲଗାତାର ଦେଢ଼ ମାସ ପର୍ଯ୍ୟନ୍ତ ସେବନ କରିବା ପାଇଁ ପଡିବ। ଏହାପରେ ଏହାର ସେବନ ବନ୍ଦ କରି ଦିଅନ୍ତୁ ଦେଖିବେ ଆପଣଙ୍କ ଡାଇବେଟିସ ନିଶ୍ଚିତ ଭାବେ କଣ୍ଟ୍ରୋଲ ହୋଇ ଯିବ। ଏହା ସହିତ ମାଟି ଉପରେ ପ୍ରତିଦିନ ଖାଲି ପାଦରେ ନିଶ୍ଚିତ ଚାଲନ୍ତୁ। ଏହା ସହିତ ଯଦି ସମ୍ଭବ ତେବେ ଘର ପାଖରୁ କିଛି ମାଟି ଆଣି ସେଥିରେ ପାଣି ଗୋଳାଇ ଦେହରେ ଲଗାନ୍ତୁ କିଛି ସମୟ ପରେ ଗାଧୋଇ ପଡନ୍ତୁ। ଏହା ମଧ୍ୟ ଆପଣଙ୍କ ଡାଇବେଟିସକୁ କଣ୍ଟ୍ରୋଲ କରିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।