ସବୁ ସମୟ ଖବର ସାଥିରେ

peta safa karibara upaya- ପୁରୁଣାରୁ ପୁରୁଣା ପେଟ ରୋଗ ସମସ୍ୟା ମାତ୍ର ଗୋଟିଏ ଦିନରେ ପେଟକୁ କରନ୍ତୁ ସଫା ,ଏହି ଘରୋଇ ଉପଚାର ଦ୍ୱାରା |

0 282

ଆଜିର ଦିନର ବ୍ୟସ୍ତ ବହୁଳ ଜୀବନଶୈଳୀ ଓ ଭୁଲ୍ ଭୁଲ ଖାଦ୍ୟପେୟ ପାଇଁ ପେଟ ଖରାପ ହେବା, ପୁରାପୁରି ପେଟ ସଫା ନହେବା ଏବଂ କବଚ ଭଳି ସମସ୍ୟା ଦେଖା ଯାଉଛି। ସାଧାରଣତଃ ଲୋକମାନେ ଅଧିକ ତେଲ ମସଲା ଜାତୀୟ ଖାଦ୍ୟର ସେବନ କରିଥାନ୍ତି, ଯାହାଫଳରେ ପେଟ ଜନିତ ସମସ୍ଯା ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଏହା ସବୁ ବର୍ଗର ଲୋକଙ୍କ ଠାରେ ଦେଖିବାକୁ ମିଳୁଛି। ତେବେ ଏହି ସମସ୍ୟାକୁ ସଧାରଣ ସମସ୍ୟା ଭାବିବା ଆଦୌ ଉଚିତ୍ ନୁହେଁ।ଏହି ସମସ୍ଯା ପାଇଁ ଅନ୍ୟ କେତେକ ବଡ ବଡ ରୋଗ ହେବାର ମଧ୍ୟ ସମ୍ଭାବନା ରହିଛି।
ତେବେ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ତିନୋଟି ଉପଚାର ନେଇ ଆସିଛୁ ଯାହାକୁ ପ୍ରୟୋଗ କରି ଆପଣ ମାନେ ନିଜ ପେଟ ଜନିତ ସମସ୍ତ ସମସ୍ଯାକୁ ଦୂର କରି ପାରିବେ।ଏହା ଉପାୟ ଗୁଡିକ ହେଉଛି ସଂପୂର୍ଣ୍ଣ ଘରୋଇ ଉପଚାର ଯାହାକୁ ଆପଣ ମାନେ ବହୁତ ସହଜରେ ଘରେ ପ୍ରସ୍ତୁତ କରି ପାରିବେ। ତେବେ ଆସନ୍ତୁ ଜାଣିବା ଏହି ସବୁ ଉପଚାର ବିଷୟରେ।

୧. ପ୍ରଥମେ ଗ୍ୟାସ ରେ ଏକ ପେନ୍ ବସାଇ ସେଥିରେ ଦୁଇ ଚାମଚ ଜିରା ଓ ଏକ ଚାମଚ୍ ଧନିଆ ଦେଇ ହାଲକା ଫ୍ରାଇ କରି ନିଅନ୍ତୁ। ଏବେ ଏଥିରେ ଏଡ୍ କରାନ୍ତୁ ଦୁଇ ଚାମଚ୍ ଜୁଆଣି। ଏହାପରେ ଆଉ ଟିକେ ଫ୍ରାଇ କରି ନିଅନ୍ତୁ। ଏବେ ଗ୍ୟାସ ବନ୍ଦ କରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଏବେ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ। ଏହାପରେ ଏହି ପାଉଡର ସାଥିରେ ଅଧ ଚାମଚ୍ କଳା ଲୁଣ, ଅଧ ଚାମଚ୍ ହଳଦୀ ପାଉଡର, ଏକ ଚାମଚ୍ ସୁଣ୍ଠୀ ପାଉଡ, ଏକ ଚାମଚ୍ ପୁଦିନା ପାଉଡରକୁ ମିଶାଇ ଦିଅନ୍ତୁ। ଏବେ ଏକ ଗ୍ଲାସ୍ ଗରମ ପାଣିରେ ଏହି ପାଉଡରରୁ ଏକ ଚାମଚ୍ ପାଉଡରକୁ ମିଶାଇ ଦେଇ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ଏହାପରେ ରାତିରେ ଶୋଇବା ପୂର୍ବରୁ ଏହାକୁ ସେବନ କରନ୍ତୁ।
୨.ଏକ ଗ୍ଲାସ ଗରମ ପାଣିରେ ଏକ ଚାମଚ୍ ତ୍ରିଫଳା ପାଉଡର ମିଶାଇ ୧୦-୧୫ ମିନିଟ୍ ପାଇଁ ଏହାକୁ ଛାଡି ଦିଅନ୍ତୁ ଏହା ଥଣ୍ଡା ହେବା ପରେ ଏହାକୁ ଆପଣ ରାତିରେ ଶୋଇବା ପୂର୍ବରୁ ପିଇ ପାରିବେ।
ଧ୍ୟାନ ରଖନ୍ତୁ ଏହି ଦୁଇ ଉପଚାର ମଧ୍ୟରୁ ଆପଣ କେବଳ ଗୋଟିଏ ଉପଚାରକୁ ପ୍ରୟୋଗ କରି ପାରିବେ।

୩.ଏକ କପ୍ ହାଲକା ଉଷୁମ ପାଣିରେ ଫାଳେ ଲେମ୍ବୁର ରସକୁ ଦିଅନ୍ତୁ। ଏହାପରେ ଏଥିରେ ଅଳ୍ପ ଟିକିଏ କଳା ଲୁଣ ଦିଅନ୍ତୁ। ଏବେ ଏଥିରେ ଏକ ଚାମଚ୍ ଜଡ଼ା ତେଲ ଦେଇ ପିଇ ପାରିବେ। ଏହାକୁ ଆପଣ ସକାଳେ ଖାଲି ପେଟରେ ପ୍ରଥମେ ଏକ ଗ୍ଲାସ ନର୍ମାଲ ପାଣି ପିଇ ଏହାକୁ ସେବନ କରି ପାରିବେ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।