
Teeth Whitening – ମାତ୍ର ୨ ମିନିଟରେ ହଳଦିଆ ଦାନ୍ତ କ୍ଷୀର ଭଳି ଚମକିବ,କରନ୍ତୁ ଏହି ଛୁଟିଆ ଉପାୟ…..
ଦାନ୍ତ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ। ଯାହାକି ଆମ ମୁଖ ମଣ୍ଡଳର ସୌନ୍ଦର୍ଯ୍ୟ ଏବଂ ଆମ ଶରୀର ଗଠନ ପାଇଁ ଏକ ପ୍ରମୁଖ ଭୂମିକା ଲିଭାଇ ଥାଏ। ତେବେ ଆମେ ଖାଉଥିବା ଯେ କୌଣସି ଖାଦ୍ୟ ହେଉନା କାହିଁକି , ସବୁବେଳେ ଖାଦ୍ୟ ଖାଇବା ପରେ ପାଟିକୁ ଭଲ ଭାବେ କୁଳି କରି ଧୋଇବା ଆବଶ୍ୟକ।ନଚେତ୍ ଦାନ୍ତ ମୂଳରେ ଖାଦ୍ୟ ପଦାର୍ଥ ଲାଗି ରହି ଅନେକ୍ ଦାନ୍ତ ଜନିତ ସମସ୍ୟା ଦେଖା ଦେଇ ଯାଇଥାଏ।
ତେବେ ଆପଣଙ୍କ ଯଦି ଦାନ୍ତ ଜନିତ କିଛି ସମସ୍ୟା ରହିଛି ଯଦି ଆପଣଙ୍କ ଦାନ୍ତ ହଳଦିଆ ପଡ଼ି ଯାଇଛି ଦାନ୍ତ ପୋକ ଖାଇ ଯାଇଛି, ମାଢ଼ି ଫୁଲି ଯାଇଛି, ଦାନ୍ତରେ ରକ୍ତ ବାହାରୁଛି ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପଚାର ବାବଦରେ ଜଣାଇବୁ ଯାହାକୁ ବ୍ୟବହାର କରି ଆପଣ ଦାନ୍ତ ଜନିତ ସମସ୍ୟାରୁ ସବୁଦିନ ପାଇଁ ମୁକ୍ତି ପାଇବେ। ତେବେ ଆସନ୍ତୁ ଜାଣିବା ଏଥି ପାଇଁ ଆବଶ୍ୟକ ସାମଗ୍ରୀ,ଏହାର ପ୍ରସ୍ତୁତି ପ୍ରଣାଳୀ ଏବଂ ଏହାର ବ୍ୟବହାର କିପରି କରିବେ।
ଆବଶ୍ୟକ ସାମଗ୍ରୀ:-ରସୁଣ, ଲେମ୍ବୁ ଏବଂ ଟୁଥ୍ ପେଷ୍ଟ
ତେବେ ଦାନ୍ତଜନିତ ସମସ୍ୟାରୁ ରକ୍ଷା କରିବାରେ ରସୁଣ ସାହାଯ୍ୟ କରିଥାଏ।ରସୁଣ ରେ ଆଣ୍ଟି ବାକଟେରିଆଲ ର ଗୁଣ ଥାଏ ଯାହା ଆପଣଙ୍କ ଦାନ୍ତ ବିନ୍ଧା ରୁ ରକ୍ଷା କରିଥାଏ। ଏହା ସହିତ ଲେମ୍ବୁ ମଧ୍ୟ ଦାନ୍ତ ପାଇଁ ଖୁବ୍ ଉପକାରୀ ଏହା ଦାନ୍ତର ହଳଦିଆ ପଣକୁ ଦୂର କରାଇ ଥାଏ ଏହା ସହ ଦାନ୍ତକୁ ସଫା ରଖିଥାଏ।
ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ୩ ରୁ ୪ ପାଖୁଡ଼ା ରସୁଣକୁ ନିଅନ୍ତୁ। ଏହାର ଚୋପାକୁ ଛଡ଼ାଇ ଏହାକୁ ଗ୍ରେଟର ସାହାଯ୍ୟରେ ଗ୍ରେଟ୍ କରି ନିଅନ୍ତୁ। ଆପଣ ଚାହିଁଲେ ଏହାକୁ ଗ୍ରାଇଣ୍ଡିଙ୍ଗ ମଧ୍ୟ କରି ନେଇ ପାରିବେ। ଏବେ ଏଥିରେ ଦିଅନ୍ତୁ ଏକ ଚାମଚ୍ ଲେମ୍ବୁ ରସ ଦିଅନ୍ତୁ। ଏହାପରେ ଆପଣ ଯେଉଁ ଟୁଥପେଷ୍ଟ ବ୍ୟବହାର କରୁଛନ୍ତି ସେଥିରୁ ଆପଣଙ୍କ ମୁତାବକ ଟୁଥପେଷ୍ଟ ନିଅନ୍ତୁ। ଏହା ପରେ ଏସବୁକୁ ଭଲ ଭାବରେ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କ ରେମିଡି ପ୍ରସ୍ତୁତ ହୋଇ ଯାଇଛି।
ବ୍ୟବହାର:-ଏବେ ଏହି ପ୍ରସ୍ତୁତ ପେଷ୍ଟକୁ ଆପଣଙ୍କ ବ୍ରସରେ ନେଇ ୩-୪ ମିନିଟ୍ ପର୍ଯ୍ୟନ୍ତ ଦାନ୍ତକୁ ଘସି ସଫା କରନ୍ତୁ। ଆପଣଙ୍କୁ ଏମିତି ସପ୍ତାହକୁ ୩ ଥର କରିବା ପାଇଁ ପଡିବ। ତେବେ ଯେତେବେଳେ ଆପଣଙ୍କ ଦାନ୍ତର ସମସ୍ୟା ଦୂରେଇ ଯିବ ଏହାପରେ ଆପଣ ସପ୍ତାହକୁ ଥରେ ଏହାର ବ୍ୟବହାର କରି ପାରିବେ। ଏହି ଘରୋଇ ଉପଚାର ଦାନ୍ତ ପାଇଁ ଖୁବ୍ ଚମତ୍କାରୀ। ଏଥି ସହିତ ଏଥିରେ କିଛି ବି ସାଇଡ ଇଫେକ୍ଟ୍ ଦେଖିବା ପାଇଁ ମିଳି ନଥାଏ। ତେବେ ଆପଣ ଏହାର ପ୍ରୟୋଗ କରି ନିଜ ଏହାର ରେଜଲ୍ଟ ପାଇ ପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।