ସବୁ ସମୟ ଖବର ସାଥିରେ

ମା’ର କ୍ଷୀର ଯଥେଷ୍ଟ ନ ହେଲେ କ’ଣ କରିବେ? | ( Insufficient Breast Milk Supply ) Dr .Vinitha Wills

0 11

ମାତୃତ୍ୱ ଲାଭ କରିବା ପ୍ରତ୍ୟେକ ନାରୀ ମାନଙ୍କର ଏକ ସ୍ବପ୍ନ ଥାଏ ଏବଂ ଯାହା ଦ୍ୱାରା ନାରୀ ଜୀବନର ସାର୍ଥକତା ମିଳିଥାଏ |ଏକ ମାଆ ତାର ପିଲା ପାଇଁ କେତେ ବା କଷ୍ଟ ସହି ନ ଥାଏ, ସେଇଥି ପାଇଁ ତ ମାଙ୍କୁ ସର୍ବଂସ୍ୱାହା ବୋଲି କୁହା ଯାଇଥାଏ | ମାନସ୍ତତ୍ଵବିତ ମାନଙ୍କ ମତରେ ଏକ ମହିଳା ତାଙ୍କର ଯେତେବେଳେ ମାନସିକତାରେ ପରିପକ୍ଵତା ଆସିଲେ ପିଲାକୁ ଜନ୍ମ ଦେଲେ ପିଲା ମାନେ ବିଚକ୍ଷଣ ହୋଇଥାନ୍ତି |
ତେଣୁ 30 ବର୍ଷ ବୟସରେ ପିଲା ଜନ୍ମଲାଭ କଲେ ସୁସ୍ଥ ଓ ସୁନ୍ଦର ହୋଇଥାନ୍ତି କାରଣ ସେତେବେଳେ ମହିଳା ମାନେ ମାନସିକ ଅବସ୍ଥା ରେ ପ୍ରସ୍ତୁତ ଥାନ୍ତି ଏକ ପିଲାକୁ ଜନ୍ମ ଦେବା ପାଇଁ | ତା ଦ୍ୱାରା ଗର୍ବସ୍ଥ ଶିଶୁ ଉପରେ ସୁପ୍ରଭାବ ପଡିଥାଏ ଏବଂ ଏକ ସୁସନ୍ତାନ ଜାତ ହେଇଥାଏ |ବେଳେ ବେଳେ ମାଆ ମାନଙ୍କର ପିଲାଙ୍କୁ କ୍ଷୀର ଦେବାରେ ବହୁତ କଷ୍ଟ ଏବଂ ଅସୁବିଧାର ଶିକାର ହୋଇଥାନ୍ତି | ଆଜି ଆମେ ଆପଣଙ୍କୁ ବତାଇବୁ କେମିତି ଏହି କଷ୍ଟରୁ ଉପଶମ ପାଇ ପାରିବେ
ଯୋଉଁ ମହିଳା ମାନଙ୍କର ପିଲାର ପ୍ରସବ ପରେ ଯଦି କ୍ଷୀର ହଉ ନ ଥାଏ ବା କମ ହୋଉଥାଏ ତାହେଲେ ଆପଣଂକୁ ପ୍ରପୋର୍ଲି ପିଲାକୁ କ୍ଷୀର ଖୁଆଇବାକୁ ପଡିବ ଓ ନିଜକୁ ମଧ୍ୟ ଭଲ ଖାଦ୍ୟ ଗ୍ରହଣ କରିବାକୁ ହେବ |ପ୍ରତ୍ୟେକ ମହିଳାଙ୍କୁ ଡେ଼ଲିଭରୀ ପରେ 500 କିଲୋ କାଲୋରୀର ଖାଦ୍ୟ ଅଧିକ ନେବାକୁ ପଡିଥାଏ |ଅଧିକ ଖାଦ୍ୟ ସହିତ ଦେଶୀ ପାଣି ପିଇବା ନିହାତି ଜରୁରୀ |କ୍ଷୀର ସହିତ ପ୍ରୋଟିନ ପାୱଡର ଓ କଲସିୟମ ନେବା ମଧ୍ୟ ଜରୁରୀ ହୋଇଥାଏ |

କାରଣ ବହୁତ କ୍ଷେତ୍ରରେ ଦେଖା ଯାଏ ଯେ ମହିଳା ମାନେ ପ୍ରେଗନାନସି ସମୟରେ ଯେତିକି ଯତ୍ନ ନେଇଥାନ୍ତି ପିଲାର ଜନ୍ମ ପରେ ଅବହେଳା କରିଥାନ୍ତି | କିନ୍ତୁ ଯଦି ସେ ଆଇରନ, କ୍ୟାଲସିୟମ ଖାଇବା ଚାଲୁ ରଖିବେ ଓ ପାଣି ଅତି କମରେ ତିନିରୁ ଚାରି ଲିଟର ପିଇବେ ତାହେଲେ ପିଲା ପାଇଁ ଠିକ ପରିମାଣରେ କ୍ଷୀର ଉତ୍ପନ୍ନ ହୋଇଥାଏ |ତା ସହିତ ଯଦି ଠିକ ଟେକନିକରେ ପିଲାକୁ କ୍ଷୀର ପିଆଉଛନ୍ତି ତାହେଲେ ଅଧିକାଂଶ କ୍ଷେତ୍ରରେ କ୍ଷୀର ହୋଇଥାଏ |ତଥାପି ସବୁ କିଛି କଲା ପରେ ମଧ୍ୟ କିଛି କ୍ଷେତ୍ରରେ କ୍ଷୀର କମ ଉତ୍ପନ୍ନ ହୋଇଥାଏ |ସେହି କ୍ଷେତ୍ରରେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଦରକାର |କିଛି ଦିନ ପାଇଁ ମେଡ଼ିସିନ ନେଲା ପରେ ଏହା ସାଧାରଣ ଅବସ୍ଥାକୁ ଆସିଲେ ଠିକ ହୋଇ ଯାଇଥାଏ |

କାରଣ ବେଳେବେଳେ ଅନପ୍ରେସକ୍ରାଇବ ମେଡିସିନ ଖାଇଲେ କ୍ଷୀରର ପରିମାଣ ଅତ୍ୟଧିକ ମାତ୍ରାରେ ବଢ଼ି ଯାଇଥାଏ ଯାହାକି ପିଲା ପାଇଁ ବହୁତ ଖରାପ |ତେଣୁ ଯଦି କ୍ଷୀର ଉତ୍ପନ ହଉ ନଥାଏ ତାହେଲେ ଡାକ୍ତରଙ୍କ ପରାମର୍ଶରେ ମେଡ଼ିସିନ ନେଇ ନିଜର ପିଲାକୁ ସୁସ୍ଥ ଓ ସବଳ କରି ଗଠନ କରନ୍ତୁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।