
ଦେଖନ୍ତୁ Exclusive ଭିଡ଼ିଓ-କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ମହା ଖୁଲାସା ! ସିକ୍ୟୁରିଟି ଗାର୍ଡ କହିଲେ ସମସ୍ତ ରହସ୍ୟମୟ କାରନାମା କଥା…ଶୁଣନ୍ତୁ ସମସ୍ତ
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ପୋଲିସ୍ ହାତରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ଲାଗୁଛି। ଏସବୁ ଭିତରେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଛି। ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଛି। ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।
ଘଟଣାର ଗୁରୁତ୍ୱକୁ ଦେଖି ଡିଜିପି ସୁନୀଲ ବଂଶଲ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏହି ସଂସ୍ଥା ମାମଲାକୁ ନିଜ ହାତକୁ ନେଇଥିବା ସୂଚନା ରହିଛି । ତଦନ୍ତ ଭାର ହାତକୁ ନେବା ପରେ 2 ଟି ଟିମ୍ ଗଠନ କରିଛି କ୍ରାଇମବ୍ରାଞ୍ଚ । ଯେହେତୁ ଘଟଣାଟି ବିଭିନ୍ନ ଜିଲ୍ଲାରେ ସଂଗଠିତ ହୋଇଛି, ଏଣୁ ଗୋଟିଏ ଟିମ୍ ନୟାଗଡ଼, ଭୁବନେଶ୍ୱର ଏବଂ ଭଦ୍ରକରେ ତଦନ୍ତ କରିବ । ଅନ୍ୟ ଟିମ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିବାକୁ ମୁତୟନ ରହିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।
ଅନ୍ୟପଟେ ମାନସ ସ୍ୱାଇଁ ହତ୍ୟା କାଣ୍ଡରେ ପୋଲିସ ତଦନ୍ତ ଯେତିକି ଆଗୋଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ କାର୍ ଠାବ ହୋଇଛି। ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ ସଂପୂର୍ଣ୍ଣ ୱେବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠାଙ୍କ କାର୍ ମିଳିଛି। ଏସବୁ ଭିତରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି।
ଶର୍ମିଷ୍ଠାଙ୍କ କାର୍ରେ ମାନସଙ୍କୁ ଅପହରଣ କରାଯାଇଥିଲା। ଅପହରଣ ସହ ମୃତଦେହକୁ ବି ଏହି କାର୍ରେ ନୟାଗଡ଼ ନିଆଯାଇଥିଲା। ଏହାପରେ ମୃତଦେହ ନୟାଗଡ଼ରେ ପୋତି ଦିଆଯାଇଥିଲା। ଏଥିପାଇଁ ଶର୍ମିଷ୍ଠାଙ୍କ କାର୍ ବ୍ୟବହାର ହୋଇଥିବା ଭଦ୍ରକ ଜିଲ୍ଲା ମତୋ ଫାଣ୍ଡି ଅଧିକାରୀ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଅପହରଣ ବେଳେ ଶର୍ମିଷ୍ଠା ଗାଡ଼ି ଚଳାଉଥିଲେ। ତାଙ୍କ ସହ ଆଉ ଜଣେ ମଧ୍ୟ ଥିଲେ। ଶର୍ମିଷ୍ଠାଙ୍କ ମୋବାଇଲ ସ୍ୱିଚ୍ ଅଫ୍ ଅଛି, ତାଙ୍କୁ ଖୋଜା ଚାଲିଛି । ତେବେ ଏହି କାର୍ ଏବେ ହତ୍ୟାର ଗୁମର ଖୋଲିବ ।
ବର୍ତ୍ତମାନ ଏହି ହତ୍ୟାର ନୂଆ ଟୁଇଷ୍ଟ ଆସିଛି । ଶର୍ମିଷ୍ଠା- ନିରଞ୍ଜନାଙ୍କ ନିଘନ ସଂପର୍କ ବିଷୟରେ ମୁହଁ ଖୋଲିଛନ୍ତି ଶର୍ମିଷ୍ଠା ଆପାର୍ଟମେଣ୍ଟର ସିକ୍ୟୁଟିରି ଗାର୍ଡ । ସେ କହିଛନ୍ତି ଯେତେବେଳେ ନିରଞ୍ଜନା ସାର୍ ଆସନ୍ତି ମାଡାମ୍ ତାଙ୍କୁ ନିଜ ଲୋକ କହି ଏଣ୍ଟ୍ରି କରିବାକୁ କହିଥାନ୍ତି । ସେ ସପ୍ତାହରେ 3 ଥର ସଂନ୍ଧ୍ୟା 5-6 ଭିତରେ ଆସନ୍ତି ।