
ମାଳିକା ଦେଲା ବଡ ଭବିଷ୍ୟତବାଣୀ ! 7ଦିନ ହୋଇବ ଅନ୍ଧାର ବୁଲିବ ସୁଦର୍ଶନ ଚକ୍ର , ମାଳିକା କଲା ସଚେତନ …..ମନରେ ଭକ୍ତିଥିଲେ ଏହି ପୋଷ୍ଟଟି ନିଶ୍ଚିତ ପଢନ୍ତୁ ଏବଂ ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ..
ପ୍ରତ୍ୟେକ ଥର ଭଳି ପୁଣିଥରେ ମାଳିକା ବିଶାରଦ ବାବା ସାରଦା ପ୍ରସାଦ ଙ୍କର ମାଳିକାର ବର୍ଣ୍ଣନା କୁ ଉପସ୍ଥାପନ କରିବାକୁ ଯାଉଛୁ ଯାହା ଛଅ ବର୍ଷ ତଳର ବିଚାର ଅଟେ। ଯାହା ଜାଣିଲେ, ଶୁଣିଲେ ଆପଣ ଅନେକ ଶାନ୍ତି ପାଇଥାନ୍ତି। ଆଗତ ଭବିଷ୍ୟତ କୁ ନେଇ ଯେଉଁ ମାଳିକାର ବିଚାର ରହିଛି ତାହା କିଭଳି ଭାବରେ ମାନବ ସମାଜ ପାଇଁ ଉପାଦେୟ ତାହା ଆମକୁ ମାଳିକା ପଠନରୁ ସ୍ପଷ୍ଟ ଭାବରେ ଅନୁମେୟ ହୋଇଥାଏ। ବର୍ତ୍ତମାନ ସମୟରେ ମନୁଷ୍ୟ ଉପରେ କଣ ଘଟିବା ଯାଉଛି ଏବଂ ବର୍ତ୍ତମାନ ର ସମସ୍ତ ଘଟଣା ତଥା ସ୍ଥାନ ବିଷୟରେ ପୂର୍ବରୁ କଣ ସବୁ ମାଳିକା ରେ ବର୍ଣ୍ଣିତ ହୋଇ ରହିଛି ତାହା ଆମେ ଆପଣଙ୍କୁ ଜଣେଇବୁ।
ତେବେ ଏହି ସାତ ଦିନ ଅନ୍ଧାର କେବଳ କଳି ଯୁଗରେ ହେବ ନା ଅନ୍ୟ ଯୁଗ ମାନଙ୍କରେ ହୋଇଛି। ଏହି ବିଷୟରେ ଅରକ୍ଷିତ ଦାସ କଲମ କରିଛନ୍ତି – ସପତେ ଦିବସ ଅନ୍ଧାର ଯୁଦ୍ଧଗୋଳ ହୋଇବ ,ସୁଦର୍ଶନ ଚକ୍ର ରହିଣ ଶୁନ୍ୟ ଭ୍ରମୁଣେ ଥିବ। ମହାପୁରୁଷ ଅଚ୍ୟୁତାନନ୍ଦ ମଧ୍ୟ ସାତ ଦିନ ଅନ୍ଧାର ବିଷୟରେ କଲମ କରିଛନ୍ତି – ବାଣ ଋତୁରେବ ବିଂଶ ଅଂକଯେ ପ୍ରମାଣ, ଦୀନକୃଷ୍ଣ ଚତୁଃ ମୀନକୃଷ୍ଣଚତୁର୍ଦଶୀ ଶୁକ୍ର ଯେ ବାସରେ। ଅନ୍ଧକାର ଘୋଟିଯିବ ମର୍ତ୍ତ୍ୟ ମଣ୍ଡଳରେ। ଅର୍ଥାତ୍ ବାଣ ଅର୍ଥ ୫, ଋତୁ ଅର୍ଥ ୬ ,ରେବତୀ ୬, ମୀନରାଶି ରେ କୃଷ୍ଣ ପକ୍ଷରେ ସୂର୍ଯ୍ୟ ଥିବେ।
ତେବେ ଏହି ଅନ୍ଧକାର ବିଷୟରେ ମାଳିକାରେ ବାରମ୍ବାର ବର୍ଣ୍ଣନା କରାଯାଇଛି ଏବଂ ସେହି ସାତ ଦିନ ଅନ୍ଧାର ରୁ କେମିତି ଭକ୍ତ ମାନେ ମୁକ୍ତି ପାଇବେ ସେ ବିଷୟରେ ଅଚ୍ୟୁତାନନ୍ଦ ପରମଗୁପତ ଗୀତାରେ କଲମ କରିଛନ୍ତି – କହନ୍ତି ଶ୍ରୀ କୃଷ୍ଣ ଶୁଣ ଗୋ ସହି ,ଅଚ୍ୟୁତ ବଚନ ରାମ ଶୁଣାଇ। ଶ୍ୱେତ ଅରଖ ପୂର୍ବ ଭାଗୁ ଯାଇ ମୂଳ ଖଣ୍ଡିଏ ଉପାଡ଼ିବୁ ତୁହି ,ଶ୍ୱେତ ଅଙ୍କରାତି ଗୋର୍ଚନାରୀ, କୁକୁମ କର୍ପୂର ଆଣିବୁ ପୁଣି। ସମଭାଗ କରି ଦଳିବୁ ସବୁ, ଆପଣା କପାଳେ ଚିତା ଘେନିବୁ। ଆବରକତାଏ କହୁଛି ରାମ ହେତୁ କରିଥା ଆମ୍ଭ ବଚନ।
ଅର୍ଥାତ୍ ଶ୍ୱେତ ଅରଖ ଗଛର ମୂଳ ଖଣ୍ଡିକୁ ପୂର୍ବ ଭାଗରୁ ଉପାଡ଼ି ଆଣି ସେଥିରେ ଶ୍ୱେତ ଅଙ୍କରାତି ଗଛ ,ଗାଈର ମୁଣ୍ଡରେ ଥିବା ଗୋର୍ଚନା ,କୁଙ୍କୁମ ମଞ୍ଜି, କର୍ପୂର କୁ ସମାନ ଭାଗରେ ମିଶାଇ ନିଜ କପାଳରେ ଟିକିଏ ଚିତା ଲଗାଇଦେବେ। ଆଉ ଏହି ଚିତାକୁ ଯିଏ ସେହି ସମୟରେ ମୁଣ୍ଡରେ ଲଗାଇବ ସାତ ଦିନ ଅନ୍ଧକାର ଭିତରେ କହିଲେ ଯେତେବେଳେ ବୈଜ୍ଞାନିକ ଯନ୍ତ୍ର ମାନ ହୋଇବ ଅଚଳ ,ହରିଙ୍କର ସୁଦର୍ଶନ ଚକ୍ର ଭ୍ରମଣ ନଥିବ। ସେତେବେଳେ ଯିଏ ମୁଣ୍ଡ ରେ ଏହି ଚିତା ଲଗାଇଥିବ ସିଏ ରାତିର ଅନ୍ଧାକାର ଭିତରେ ମଧ୍ୟ ଦିନ ଭଳି ଦେଖି ପାରିବ ।ଏହିପରି ଅଚ୍ୟୁତାନନ୍ଦ ମହାପୁରୁଷ କଲମ କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।