
ମଳକଣ୍ଟକ ( Anal Fissure ) କ’ଣ , କାହିଁକି ହୁଏ ଏବଂ ଏହାର ଚିକିତ୍ସା ଜଣାନ୍ତୁ..(Dr. Manju Patidar )
ବନ୍ଧୁଗଣ ଆପଣ ଏହା ନିଶ୍ଚିତ ଜାଣିଛନ୍ତି କି ପରିବାର ଅଛି ତ ରାଗ ଅଭିମାନ ରହିବ ଏବଂ ଦେହ ଅଛି ତ ରୋଗ ବ୍ୟାଧି ମଧ୍ୟ ରହିବ। କିନ୍ତୁ କେବେ କେବେ ଏହିପରି କିଛି ରୋଗ ଆମ ଅଜାଣତରେ ଆମ ଶରୀର ରେ ହୋଇ ଯାଇଥାଏ ଯାହା ଆମକୁ ବହୁତ କଷ୍ଟ ଦିଏ। କିନ୍ତୁ ଏହା ଆମେ କାହାକୁ ଜଣେଇ ପାରୁ ନାହିଁ। ଯେଉଁ ପରି କି ଅର୍ଶ ଏବଂ ମଳକଣ୍ଟକ ରୋଗ ।ଏହି ରୋଗ ଗୁଡ଼ିକ ଆମକୁ ବହୁତ କଷ୍ଟ ଦେଇଥାଏ ମାତ୍ର ଲଜ୍ୟା ରେ ଏହା ବିଷୟ ରେ ଆମେ କାହାକୁ କିଛି କହି ପାରୁନା। ତେବେ କିନ୍ତୁ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆଜି ଆପଣ ଙ୍କୁ ଜଣେଇବୁ କି ଏହି ମଲକଣ୍ଟକ ରୋଗ କଣ ,କିପରି ହୋଇଥାଏ ଏବଂ ଏହାର ନିରାକରଣ ବିଷୟ ରେ।ତେବେ ଆମେ ଆମ ସ୍ବାସ୍ଥ୍ୟ ପାଇଁ ସର୍ବଦା ଚିନ୍ତିତ ଥାଉ, ମାତ୍ର ଆମ ସ୍ବାସ୍ଥ୍ୟ ପାଇଁ ଯାହା ସ୍ୱାସ୍ଥ୍ୟକର ହୋଇଥାଏ ତାହା କେବେ ଆମେ ପାଳନ କରୁ ନାହୁଁ।
ଏହା ସହିତ ମଧ୍ୟ ଶରୀର କୁ ସୁସ୍ଥ ପାଇଁ ଯେଉଁ ଉପାଦାନ ଦରକାର ତାହା କେବେ ଆମେ ମନରେ ମଧ୍ୟ ଭାବୁନା। ତେଣେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ଶାରିରୀକ ବ୍ୟାୟାମ କରିବା ସହିତ ଠିକ୍ ଭାବେ ଖାଦ୍ୟ ନ ଖାଇଲେ ଆମେ ଅନେକ ସମୟରେ ଅସୁସ୍ଥ ହୋଇ ପଡୁ। ଆମ ଶରୀରକୁ ବାହ୍ୟ ରୋଗ ଜୀବାଣୁ ରୁ ଦୂରେଇବା ହେଲେ ଅନେକ ପ୍ରକାର ଖାଦ୍ୟ ପେୟ ର ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ।
ମଳକଣ୍ଟକ ରୋଗ କଣ ଅଟେ:-ବନ୍ଧୁଗଣ ମଳକଣ୍ଟକ ରୋଗ ଏକ ବାହ୍ୟବରଣ ରୋଗ ଅଟେ। ଏହି ରୋଗ ରେ ଜଣେ ବ୍ୟକ୍ତି ମଳ ତ୍ୟାଗ କରିବା ସମୟ ରେ ତାଙ୍କୁ ବହୁତ କଷ୍ଟ ହୋଇଥାଏ।
ମାତ୍ର ଯେତେବେଳେ ମଳ ତ୍ୟାଗ ରେ ରକ୍ତ ପଡେ ତାହାକୁ ଅର୍ଶ ବୋଲି କୁହାଯାଏ। ତେବେ ଏହି ରୋଗ ଆମ ମଳ ଦ୍ୱାର କୁ ସଙ୍କୁଚିତ କରି ଦେଇଥାଏ ଯାହା ଫଳରେ ମଳ ତ୍ୟାଗ ରେ କଷ୍ଟ ହେବା ସହ ସେଠାରେ ଯନ୍ତ୍ରଣା ଅନୁଭବ ହୋଇଥାଏ।ମଳକଣ୍ଟକ କାହିଁକି ହୋଇଥାଏ ଏବଂ ଏହାର ଲକ୍ଷଣ:-
ମଳକଣ୍ଟକ ହେବା ର ପ୍ରମୁଖ କାରଣ ହୋଇଥାଏ ଆମର ନୀତି ଦିନିଆ ଜୀବନଚର୍ଯ୍ୟା ଏବଂ ଖାଦ୍ୟପେୟ। ଯେତେବେଳେ ଜଣେ ବ୍ୟକ୍ତି ଖାଦ୍ୟ ପେୟ ରେ ସଠିକ ସମୟ ରଖନ୍ତୁ ନାହିଁ କିମ୍ବା ବାହାର ର ଜଙ୍କ ଫୁଡ଼
ସେବନ କରନ୍ତି ତାଙ୍କ ପାଖରେ ଏହା ଦେଖା ଦେଇଥାଏ। ଏହା ଅନାବଶ୍ୟକ ଖାଦ୍ୟ ଯୋଗୁଁ ମଳଦ୍ଵାର ରେ ଛୋଟ ଛୋଟ ଘା ପରି ହୋଇଯାଇ ସେହି ଅଂଶ କୁ ସଙ୍କୁଚିତ କରିଥାଏ। ଯାହା ଫଳରେ ଆମେ ମଳ ତ୍ୟାଗ କରିବା ସମୟରେ ଯନ୍ତ୍ରଣା ହୋଇଥାଏ ଆଉ କଷ୍ଟ ରେ ଝାଡା ହୋଇଥାଏ।ନିରାକରଣ କଣ ରହିଛି:-
ସାଧାରଣ ଭାବରେ ଏହି ରୋଗ ହେବା ମାତ୍ରେ ଡାକ୍ତର ଙ୍କୁ ପରାମର୍ଶ କରି ଅପରେସନ କରିନେବା ଉଚିତ। ଯଦି ଆପଣ ଏହିପରି ମେଡ଼ିସିନ ର ସେବନ କରନ୍ତି ତେବେ ଏହା ଝାଡା କୁ ପତଳା କରାଇଦେବ ମାତ୍ର ରୋଗ କୁ ଠିକ କରିବ ନାହିଁ। ତେଣୁ ଏହି ରୋଗ ହେଲେ ଅପେରେଶନ କରିବା ସବୁଠାରୁ ଭଲ ଉପାୟ ଅଟେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।