ସବୁ ସମୟ ଖବର ସାଥିରେ

Breaking News – ମଦ୍ୟପାନଙ୍କ ପାଇଁ ଆସିଲା ବଡ ଖୁସି ଖବର,ଏଣିକି ରାସନ ଦୁକାନରେ ମିଳିବ ମଦ,ଆପଣଙ୍କ ମତାମତ କମେଣ୍ଟ କରି ଜଣାନ୍ତୁ !

0 11

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏମିତି ଖବର ଆପଣ ଆଗରୁ କେବେ ଶୁଣି ବାକୁ ପାଇ ନଥିବେ। ତେବେ ମଦକୁ ନେଇ ବିଭିନ୍ନ ସମୟରେ ଅନେକ ପ୍ରକାର ଭିଡିଓ ଆପଣ ମାନେ ସୋସିଆଲ ମିଡ଼ିଆ ଟିଭି ନିୟୁଜ୍ ପେପର୍ ଆଦିରେ ଦେଖିବାକୁ ପାଇଥିବେ। ମଦକୁ ନେଇ କିଭଳି ଆନ୍ଦୋଳନ ଚାଲିଛି ଆଉ ମଦୁଆ ମାନେ କିଭଳି ଉନ୍ମୁକ୍ତ କାଣ୍ଡ କରୁଛନ୍ତି ତାହା ମଧ୍ୟ ଦେଖିବାକୁ ପାଇଥିବେ।
ତେବେ ବର୍ତ୍ତମାନ ସମୟରେ ଯେଉଁ ଚିତ୍ର ଆସିଛି ତାହା ଜାଣିଲେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗି ପାରେ। କାରଣ ଏଠାରେ ମଦକୁନେଇ ସରକାରଙ୍କ ନିକଟକୁ ଚିଠି ଲେଖା ଯାଇଛି ଏବଂ ମଦକୁ ରାସନ୍ ଦୋକାନରେ ବଣ୍ଟନ କରିବା ପାଇଁ ଅନୁମତି ମାଗୁଛନ୍ତି।ହଁ ଆଜ୍ଞା କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ତେବେ ମଦକୁ ନେଇ ଆପଣ ମାନେ ବହୁ ସମୟରେ ବିବାଦ ଦେଖିବାକୁ ପାଇଥିବେ। କିନ୍ତୁ ମଦକୁ ନେଇ ଏଭଳି ପ୍ରସ୍ତାବ ତାହା ପୁଣି କେନ୍ଦ୍ର ସରକାରଙ୍କ ନିକଟକୁ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମଦକୁ ନେଇ ଅନେକ ବିବାଦ ଲାଗି ରହିଥିବା ବେଳେ ସୁଧାଂଶୁ ପାଣ୍ଡେ ଚିଠି ଲେଖିଛନ୍ତି କି ମଦ ବନ୍ଦ ପାଇଁ ଅନେକ ଜାଗାରେ ଆନ୍ଦୋଳନ ହେଉଛି କିନ୍ତୁ ସେସବୁ କିଛି ବି କାର୍ଯ୍ୟକାରୀ ହେଉ ନାହିଁ ବରଂ ମଦ ଅଧିକ ବିକ୍ରି ହେଉଛି। ଏବଂ ରାଜ୍ୟ ଏଥିରୁ ଅଧିକ ରାଜସ୍ବ ପାଉଛି। ତେବେ ମଦରୁ ମିଳୁଥିବା ରଜ୍ଵସକୁ ଆଖି ଆଗରେ ରଖି ନିକଟରେ ଏକ ପ୍ରସ୍ତାବ ଦେଇଛି ଅଲ୍ ଇଣ୍ଡିଆ ଫେୟାର ପ୍ରାଇସ୍ ସପ୍ ଡିଲାର୍ ସଂଘ।

ପ୍ରସ୍ତାବ ଅନୁଯାୟୀ ରାଜ୍ୟର ସମସ୍ତ ରେସନ୍ ଦୋକାନରେ ମଦ ବିକ୍ରୟ ର ବ୍ୟବସ୍ଥା କରା ଯାଉ ବୋଲି କେନ୍ଦ୍ରକୁ ଚିଠି ଲେଖି ଅନୁମତି ମଗା ଯାଇଛି।କାରଣ ଦେଶର ରେଶନ ଦୋକାନ ଯେଉଁ ଭଳି ଭାବରେ ଚାଲିଚି ସେଥିରୁ ଡିଲାର୍ ମାନଙ୍କୁ କିଛି ଲାଭ ମିଳୁ ନାହିଁ। ତେଣୁ ମଦ ବିକ୍ରି ପାଇଁ ଅନୁମତି ଦିଆ ଗଲେ ଡିଲାର୍ ମାନେ କିଛି ମାତ୍ରାରେ ଏହାର ଲାଭ ଉଠାଇ ପାରନ୍ତେ।

ତେବେ ଏହି ଖବରକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି। ସରକାର୍ କଣ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ପ୍ରସ୍ତାବ ଗ୍ରହଣ କରିବେ ତାକୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା। ତେବେ ସରକାର ଙ୍କ ପକ୍ଷରୁ ଏହାକୁ ନେଇ କିଛି ପ୍ରତିକ୍ରିୟା ମିଳି ପାରି ନାହିଁ। ତେବେ ଦେଖିବାକୁ ବାକି ରହିଲା ଏହାକୁ ନେଇ ସରକାରଙ୍କ ପାଖରୁ କଣ ମତାମତ ଆସୁଛି ଯାହା ଉପରେ ସମସ୍ତଙ୍କ ନଜର ରହିଛି।